ନୂଆଦିଲ୍ଲୀ: ଛଅ ଥର ବିଶ୍ୱ ଚାମ୍ପିଅନ ଏବଂ ଅଲିମ୍ପିକ୍ସ ପଦକ ବିଜେତା ମେରୀ କମ୍ ଆଗାମୀ ଅଲିମ୍ପିକ୍ସ ପାଇଁ ଜୋରଦାର ପ୍ରସ୍ତୁତି ଚଳାଇଛନ୍ତି । ସେ କହିଛନ୍ତି, ଦେଶବାସୀ ମୋ ଠାରୁ ଅଲିମ୍ପିକ୍ସରେ ସ୍ୱର୍ଣ୍ଣ ପଦକ ଆଶା କରୁଛନ୍ତି । ସେମାନଙ୍କର ଆଶା କରିବା ମଧ୍ୟ ଯଥାର୍ଥ । କିନ୍ତୁ ଏହାକୁ ସଫଳ କରିବା ବହୁ କଷ୍ଟକର । ଅଲିମ୍ପିକ୍ସରେ ସ୍ୱର୍ଣ୍ଣ ପଦକ ଯିଏ କେହି ଆଶା କରିପାରେ, କିନ୍ତୁ କେତେ ଜଣ ଏହାକୁ ହାସଲ କରିବାରେ ସଫଳ ହୋଇପାରନ୍ତି । କାରଣ ହାସଲ କରିବା ହିଁ କଷ୍ଟରକ ।’
‘ଦେଶବାସୀଙ୍କ ଭାବନାକୁ ସମ୍ମାନ ଜଣାଉଛି । ଏହା ମୋ ପାଇଁ ଗୌରବର କଥା । କିନ୍ତୁ ଏହା ମୋ ପକ୍ଷେ ସମ୍ଭବ କରି ଦେଖାଇବା କଷ୍ଟକର । ତଥାପି ମୁଁ ମୋର ଶ୍ରେଷ୍ଠ ପ୍ରଦର୍ଶନ ଦେବାକୁ ନିଶ୍ଚିତ ପ୍ରୟାସ କରିବି ବୋଲି ମେରୀ କମ୍ କହିଛନ୍ତି ।
ଲଣ୍ଡନ ଅଲିମ୍ପିକ୍ସରେ ମେରି ବ୍ରୋଞ୍ଜ ପଦକ ଜିତିଥିଲେ । ସେ କହିଛନ୍ତି, ଅଲିମ୍ପିକ୍ସକୁ ଯୋଗ୍ୟତା ହାସଲ କରିବାଟା ହେଉଛି ଗୁରୁତ୍ୱପୂର୍ଣ୍ଣ ବିଷୟ । ଥରେ ଯୋଗ୍ୟତା ହାସଲ କରିବା ପରେ ଧୀରେ ଧୀରେ ଭଲରୁ ଭଲ ପ୍ରଦର୍ଶନ କରିବାକୁ ପ୍ରୟାସ ଜାରି ରଖିବି ।’
Comments are closed, but trackbacks and pingbacks are open.