ଅଳିଆ ଗଦାରେ ଫିଙ୍ଗି ଦେଲେ ପେଟି ପେଟି ସିରିଞ୍ଜ

Get real time updates directly on you device, subscribe now.

ଜୟପୁର,(ବି.ବି.ନୁ୍ୟଜ୍): ଅଳିଆ ଗଦାରେ ପଡିଛି ପେଟି ପେଟି ଇଂଜେକସନ ସିରିଞ୍ଜ ଓ ନିଡିଲ୍ । ପଲ୍ସ ପୋଲିଓ ଲାଗି ୟୁନିସେଫ ଦେଇଥିବା ଏହି ହାଇପୋଡର୍ମିକ ସିରିଞ୍ଜକୁ ବ୍ୟବହାର କରାନଯାଇ ଫିଙ୍ଗି ଦିଆଯାଇଛି । ଏଥିସହ ପଲ୍ସ ପୋଲିଓ ଲେଜର, ଖାତା ଏବଂ ସ୍ୱାସ୍ଥ୍ୟ ବିଭାଗର କେତେକ ଚିଠି ଓ ବହି ବି ଫିଙ୍ଗାଯାଇଛି । ଏଣେତେଣେ ସିରିଞ୍ଜ ଓ ଛୁଞ୍ଚି ପଡିଥିବାରୁ ଏହାର ଅପବ୍ୟବହାର ହେବାର ସମ୍ଭାବନା ରହିଛି ।
ଉପଖଣ୍ଡ ଚିକିତ୍ସାଳୟ ପରିସରରେ ଥିବା ପୁରୁଣା ପଲ୍ସ ପୋଲିଓ ସେଣ୍ଟର(ପିପିସି) ଆଗରେ ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି । ଶବ ବ୍ୟବଚ୍ଛେଦ ଗୃହ ପାଖରେ ଥିବା ଅଳିଆ ଗଦାରେ ପଡିଛି ଏହି ଅବ୍ୟବହୃତ କାଚ ସିରିଞ୍ଜ ଏବଂ ଛୁଞ୍ଚି । ରି-ପ୍ରଡକ୍ଟିଭ୍ ଆଣ୍ଡ ଚାଇଲ୍ଡ ହେଲ୍ଥ ପ୍ରକଳ୍ପ ଲାଗି ଏହି ସିରିଞ୍ଜ ଚାଇନାରୁ ଆସିଥିଲା । ପ୍ରତ୍ୟେକ ସିରିଞ୍ଜ ହେଉଛି ୨ ମିଲି ବିଶିଷ୍ଟ । ଉତ୍ତରପ୍ରଦେଶ ଗାଜିଆବାଦ୍ର ଗ୍ଲୋବାଲ ସ୍ପିନ୍ ୱେଭ୍ ଲିମିଟେଡ୍ ନାମକ କମ୍ପାନି ଏହାର ଯୋଗାଣକାରୀ ସଂସ୍ଥା । ଲାଲ୍ ରଙ୍ଗର ଗୋଟିକିଆ ଆଟା ପ୍ୟାକ୍ରେ ରହିଛି ସିରିଞ୍ଜଗୁଡିକ । ପ୍ରତି ପେଟିରେ ରହିଛି ୨୫ଟି ଲେଖାଏଁ ସିରିଞ୍ଜ୍ । ଉପରେ ଲେଖାଯାଇଛି ଏହି ୨ ମିଲି ସିରିଞ୍ଜ୍ ପୋଲିଓ ଟୀକାକରଣ ବେଳେ ହାଇପୋଡର୍ମିକ୍(ଚର୍ମ ତଳେ ଦିଆଯିବା) ବ୍ୟବହାର ଲାଗି ଉଦ୍ଧିଷ୍ଟ । ଏହାସହ ଅଳିଆ ଗଦାରେ ପଡିଛି ୨୬ ନମ୍ବର ଷ୍ଟେନ୍ଲେସ୍ ନିଡିଲ୍(ଛୁଞ୍ଚି) । ଗୋଟିଏ ଗୋଟିଏ ପ୍ଲାଷ୍ଟିକ ବାକ୍ସରେ ରହିଛି ୧୨ଟି ଲେଖାଏଁ ଛୁଞ୍ଚି । ଲୁୟର ଫିଟିଙ୍ଗ୍ ଯୋଗ୍ୟ ଏହି ଛୁଞ୍ଚିଗୁଡିକ ହାଇପୋଡର୍ମିକ ବ୍ୟବହାର ଲାଗି ଉଦ୍ଧିିଷ୍ଟ । ଯାହାର ବ୍ୟାଚ୍ ନମ୍ବର ହେଉଛି ୦୭-୫୧୫-୦୨ । କିଛି ଛୁଞ୍ଚି ବାକ୍ସ ଭିତରେ ଥିବାବେଳେ ଆଉ କିଛି ଏଣେତେଣେ ପଡି ରହିଛି । ଏଥିସହ ପଲ୍ସ ପୋଲିଓ ଡକୁ୍ୟମେଣ୍ଟ, ଲେଜର୍, ଇଣ୍ଟେନ୍ସିଫାଏଡ୍ ପଲ୍ସ ପୋଲିଓ ଇମୁ୍ୟନାଇଜେସନ ଟାଲି ସିଟ୍ ସହ ଅନେକ ଅବ୍ୟବହୃତ ଉଇଖିଆ ଖାତା ଓ ବହି ପଡିଛି ।
ଏ ସମ୍ପର୍କରେ ସେଠାରେ କାମ କରୁଥିବା କେତେକ ଶ୍ରମିକଙ୍କୁ ପଚାରିଥିଲୁ । ସେମାନେ କହିଥିଲେ, ପୁରୁଣା କୋଠାର ପୁନରୁଦ୍ଧାର ଚାଲିଛି । ସେମାନଙ୍କୁ ଘର ଭିତରେ ଥିବା ଅଳିଆ ଫିଙ୍ଗିଦେବା ଲାଗି କୁହାଯାଇଥିଲା । ଘର ସଫା ପରେ ରଙ୍ଗ ଦିଆଯିବ ବୋଲି ଠିକାଦାର କହିଥିଲେ । ଅଳିଆ ଭିତରେ କ’ଣ ଅଛି ସେମାନେ କେମିତି ଜାଣିବେ । ଯାହା ଆଦେଶ ମିଳିଲା, ସେମାନେ କରିଛନ୍ତି । ଖୋଲାମେଲାରେ ଏଗୁଡିକ ପଡିଥିବାରୁ ଜନସାଧାରଣଙ୍କ ଲାଗି ବିପଦ ଡାକି ଆଣିପାରେ । ରାତି ହେଲେ ଏଠାରେ ଅସାମାଜିକଙ୍କ ଆଡ୍ଡା ଜମୁଥିବାରୁ କିଛି ବି ହୋଇପାରେ । ଅପରାଧୀମାନେ ସିରିଞ୍ଜ ଓ ଛୁଞ୍ଚିର ଅସଦ୍ ବ୍ୟବହାର କରିପାରନ୍ତି । ଅପରାଧିକ କାର୍ଯ୍ୟକଳାପରେ ବିନିଯୋଗ କରାଯାଇପାରେ । ଏଠାରେ ପ୍ରଶ୍ନ ଉଠୁଛି, ଏହି ଅବ୍ୟବହୃତ ସିରିଞ୍ଜ ଏବଂ ଛୁଞ୍ଚିକୁ ଖୋଲାମେଲାରେ ଫିଙ୍ଗିବା ଲାଗି କିଏ ନିଦେ୍ର୍ଧଶ ଦେଲା । ପୋଲିଓ ଦାୟିତ୍ୱରେ ଥିବା କର୍ମଚାରୀ ଏଗୁଡିକୁ ନଷ୍ଟ ନକରି ଅଳିଆ ଗଦାରେ ଫିଙ୍ଗିବାକୁ କେମିତି କହିଲେ । ଡାକ୍ତରଖାନା କର୍ତ୍ତୃପକ୍ଷ ମଧ୍ୟ ଏ ବାବଦରେ କେମିତି କିଛି ଜାଣି ପାରିଲେ ନାହିଁ । ଏହାଯୋଗୁ ଯଦି କିଛି ଅଘଟଣ ଘଟେ ସେଥି ଲାଗି କିଏ ଦାୟି ରହିବେ?

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons