ଅଳ୍ପକେ ବର୍ତ୍ତିଲେ ଭଦ୍ରକ ବିଧାୟକ

Get real time updates directly on you device, subscribe now.

ଭଦ୍ରକ,(ବି.ବି.ନୁ୍ୟଜ): ଭଦ୍ରକ ବିଧାୟକ ସଂଜୀବ ମଲ୍ଲିକଙ୍କ କାର ଆଜି ଦୁର୍ଘଟଣାଗ୍ରସ୍ତ ହୋଇଛି । ଅଳ୍ପକେ ବିଧାୟକ ସଂଜୀବ ମଲ୍ଲିକ ଓ ତାଙ୍କ ଡ୍ରାଇଭର ରକ୍ଷା ପାଇ ଯାଇଛନ୍ତି । ନିଜେ ବିଧାୟକ ଶ୍ରୀ ମଲ୍ଲିକ ସାମାଜିକ ଗଣମାଧ୍ୟମରେ ଏ ବିଷୟରେ ପ୍ରକାଶ କରିଥିଲେ । ପରେ ଏହି ଖବର ବିଦୁ୍ୟତ୍ ବେଗରେ ଚାରିଆଡେ଼ ବ୍ୟାପି ଯାଇଥିଲା । ଶହଶହ ସଂଖ୍ୟାରେ ସମର୍ଥକ ଶ୍ରୀ ମଲ୍ଲିକଙ୍କ ସ୍ୱାସ୍ଥ୍ୟ ଜାଣିବାକୁ ଭୁବନେଶ୍ୱର ଅଭିମୁଖେ ଛୁଟି ଥିଲେ । ତାଙ୍କ ଆରୋଗ୍ୟ କାମନା କରିଥିଲେ । ତେବେ ଦୁର୍ଘଟଣାରେ ବିଧାୟକଙ୍କ କୌଣସି କ୍ଷତି ହୋଇନଥିବା ଜାଣିବା ପରେ ସମସ୍ତେ ଆଶ୍ୱସ୍ତ ହୋଇଛନ୍ତି ।
ସୂଚନା ଅନୁଯାୟୀ, ସରକାରୀ କାର୍ଯ୍ୟରେ ଶ୍ରୀ ମଲ୍ଲିକ ସୋମବାର ଭୁବନେଶ୍ୱର ଯାଇଥିଲେ । ଆଜି ଭଦ୍ରକ ଫେରିବା ବେଳେ ଯାଜପୁର ଜିଲ୍ଲା ଜାରକା ଛକ ନିକଟରେ ଥିବା ଏକ ପୋଲ ପୂର୍ବରୁ ଏକ ମାଲବୋଝେଇ ଟ୍ରକ ଆସି ତାଙ୍କ କାରକୁ ଧକ୍କା ଦେଇଥିଲା । ଦୁର୍ଘଟଣାର ତୀବ୍ରତା ଏତେ ଭୟଙ୍କର ଥିଲା ଯେ, କାର ମଧ୍ୟରେ ଥିବା ଜୀବନରକ୍ଷାକାରୀ ବେଲୁନ ଫାଟି ଯାଇଥିଲା । କିନ୍ତୁ ବିଧାୟକ କିମ୍ବା କାର ଚାଳକଙ୍କ କୌଣସି କ୍ଷତି ହୋଇନଥିଲା । ପ୍ରଥମେ ଉଭୟଙ୍କୁ ଜାରକା ଡାକ୍ତରଖାନା ନିଆଯାଇଥିଲା । ପରେ ତାଙ୍କୁ ଭୁବନେଶ୍ୱର ସ୍ଥାନାନ୍ତର କରାଯାଇଛି । ଏହାକୁ ନେଇ ବ୍ୟସ୍ତ ବିବ୍ରତ ନ ହେବାକୁ ଶ୍ରୀ ମଲ୍ଲିକ ଶୁଭେଚ୍ଛୁମାନଙ୍କୁ ନିବେଦନ କରିଛନ୍ତି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons