ଅସହାୟ ପରିବାରଙ୍କୁ ସହାୟତାର ହାତ ବଢ଼ାଇଲେ ମୁଖ୍ୟମନ୍ତ୍ରୀ…

Get real time updates directly on you device, subscribe now.

ଭୁବନେଶ୍ବର: ଅସହାୟ ପରିବାରକୁ ସହାୟତାର ହାତ ବଢାଇଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । କଟକ ଜିଲ୍ଲା କାକୁଡ଼ିଆପଡା ଗ୍ରାମର ରମେଶ ବୈଶାଖ ଜଣେ ଡ୍ରାଇଭର। ଦୁଇ ମାସ ପୂର୍ବେ ହୃଦଘାତରେ ମୃତ୍ୟୁ ବରଣ କରିଥିଲେ। ରମେଶଙ୍କ ଦେହାନ୍ତ ପରେ ତାଙ୍କ ବିଧବା ପତ୍ନୀ ନିରୂପମା ତିନି ଝିଅଙ୍କ ଭବିଷ୍ୟତକୁ ନେଇ ଚିନ୍ତାରେ ଥିଲେ। ପରିବାର ଚଳାଇବା ପାଇଁ ଘର ଘର ବୁଲି କାମ କରୁଥିଲେ।
ବିଭିନ୍ନ ସ୍ଥାନରେ ତାଙ୍କୁ ନିରାଶ ହେବାକୁ ପଡିଛି। ଏଭଳି ପରିସ୍ଥିତିରେ ବାଧ୍ୟ ହୋଇ ଆତ୍ମହତ୍ୟା କରିବାକୁ ମନ ବଳାଇଥିଲେ। ଗତ କିଛି ଦିନ ହେଲା ଭୁବନେଶ୍ୱର ଆସି ପିଲାଛୁଆଙ୍କ ସହ ବସ୍ତିରେ ଆଶ୍ରୟ ନେଇଥିଲେ ନିରୂପମା। ଏଭଳି ଖବର ମୁଖ୍ୟମନ୍ତ୍ରୀଙ୍କ ନଜରକୁ ଆସିବା ପରେ ତୁରନ୍ତ ସେ ସହାୟତାର ହାତ ବଢ଼ାଇଛନ୍ତି। ନିରୂପମାଙ୍କୁ ଆର୍ଥିକ ସହାୟତା ପ୍ରଦାନ କରିବା ସହ ଦୁଇ ଝିଅଙ୍କୁ ଅରଫାନଏଜ ହୋମରେ ରଖିବାର ବନ୍ଦୋବସ୍ତ କରିବାକୁ ନିର୍ଦେଶ ଦେଇଛନ୍ତି।
ପ୍ରଣବ ପ୍ରକାଶ ଦାସଙ୍କ ସରକାରୀ କ୍ୱାଟରରେ ରାଜ୍ୟ ଭିନ୍ନକ୍ଷମ ଆୟୋଗ ଆୟୁକ୍ତ ସୁଲୋଚନା ଦାସଙ୍କ ଉପସ୍ଥିତିରେ ନିରୂପମାଙ୍କୁ ଆର୍ଥିକ ସହାୟତା ପ୍ରଦାନ କରାଯାଇଛି। ଉଭୟ ଝିଅଙ୍କ ପାଠପଢା ଦାୟିତ୍ୱ ମଧ୍ୟ ନେବାକୁ ମୁଖ୍ୟମନ୍ତ୍ରୀ ନିର୍ଦେଶ ଦେଇଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ଏଭଳି ସହାୟତା ଯୋଗୁଁ ତାଙ୍କ ପରିବାର ବଞ୍ଚି ଯାଇଥିବା ବେଳେ ପିଲାଙ୍କ ଭବିଷ୍ୟତ ଚିନ୍ତା ଦୂର ହୋଇପାରିଥିବା କହିଛନ୍ତି ନିରୂପମା। ଏବଂ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଧନ୍ୟବାଦ ଅର୍ପଣ କରିଛନ୍ତି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons