କୁକୁଡ଼ାଖଣ୍ଡି, (ବି.ବି.ନୁ୍ୟଜ୍): ବ୍ରହ୍ମପୁର ସଦର ଥାନା ଅନ୍ତର୍ଗତ ଲୋଚାପଡ଼ା ଗ୍ରାମର ରାସ୍ତାକଡ଼ରୁ ଜଣେ ମହିଳାଙ୍କୁ ଉଦ୍ଧାର କରାଯାଇଛି । ସେ ମାନସିକ ଅସୁସ୍ଥ ଥିବା ବେଳେ ପାରିବାରିକ କଳହର ଶିକାର ହୋଇଥିବା ଜଣାପଡ଼ିଛି । ମହିଳାଙ୍କ ନାମ ରାଜେଶ୍ୱରୀ ସାହୁ, ସ୍ୱାମୀଙ୍କ ନାମ ପ୍ରଭାକର ସାହୁ ଏବଂ ଘର ଗଞ୍ଜାମ ଜିଲ୍ଲା ଭଞ୍ଜନଗର ଥାନା ଅନ୍ତର୍ଗତ ଗୁମଣ୍ଡି ବୋଲି ଜଣାଯାଇଛି । ୫ ବର୍ଷ ପୂର୍ବରୁ ମହିଳା ସ୍ୱାମୀଙ୍କ ଠାରୁ ଅଲଗା ହୋଇ ରହୁଥିବା ବେଳେ ତାଙ୍କର ଦୁଇ ଛୁଆ ସେମାନଙ୍କ ବାପା ପାଖରେ ରହୁଛନ୍ତି । ମହିଳାଜଣକ ରାସ୍ତାକଡ଼ରେ ପଡ଼ିଥିବା ଦେଖି ସ୍ଥାନୀୟ ଲୋକ ନିମଖଣ୍ଡି ଫାଣ୍ଡିକୁ ସୂଚନା ଦେଇଥିଲେ । ମହିଳାଙ୍କୁ ସେଠାରୁ ଉଦ୍ଧାର କରି ବ୍ରହ୍ମପୁର ବଡ଼ ଡାକ୍ତରଖାନା ପରିସରରେ ଥିବା ସଖୀ ୱାନ୍ ଷ୍ଟପ୍ ସେଣ୍ଟର୍କୁ ସ୍ଥାନାନ୍ତର କରାଯାଇଥିଲା । ଉଦ୍ଧାର ମହିଳାଙ୍କୁ କାଉନ୍ସେଲିଂ କରି ତାଙ୍କ ଠାରୁ ତଥ୍ୟ ସଂଗ୍ରହ ପରେ ସମସ୍ୟାର ସମାଧାନ ପ୍ରୟାସ କରାଯିବ ବୋଲି ଫାଣ୍ଡି ଅଧିକାରୀ ପ୍ରଫୁଲ୍ଲ ଶତପଥି କହିଛନ୍ତି ।


Comments are closed, but trackbacks and pingbacks are open.