ଅସହ୍ୟ ହେଲା ନିର୍ଯାତନା:ଡ୍ୟାମ୍କୁ ଡେଇଁ ଜୀବନ ହାରିଲେ ମହିଳା

Get real time updates directly on you device, subscribe now.

ଇନ୍ଦ୍ରାବତୀ,(ବି.ବି.ନୁ୍ୟଜ୍): ନିର୍ଯାତନା ଅସହ୍ୟ ହେବାରୁ ଆଜି ଜଣେ ମହିଳା ତେନ୍ତୁଳିଖୁଣ୍ଟି ଥାନା ଇନ୍ଦ୍ରାବତୀର କପୁର ଡ୍ୟାମକୁ ଡେଇଁ ଜୀବନ ହାରିଛନ୍ତି । ମୃତ ମହିଳା ହେଲେ ଗଡପଦର ଗାଁର ଜୟନ୍ତୀ ହରିଜନ । ଏନେଇ ମୃତାଙ୍କ ପରିବାର ପକ୍ଷରୁ ଶାଶୂଘର ଲୋକଙ୍କ ବିରୋଧରେ ଥାନାରେ ଏତଲା ଦିଆଯାଇଛି । ସବୁବେଳେ ନିର୍ଯାତନା ଦିଆଯାଉଥିବାରୁ ଅନ୍ୟଉପାୟ ନପାଇ ଜୟନ୍ତୀ ଆତ୍ମହତ୍ୟା କରିଥିବା ଏତଲାରେ ଉଲ୍ଲେଖ ରହିଛି । ଏତଲାକୁ ଭିତ୍ତିକରି ପୁଲିସ ଏକ ମାମଲା ରୁଜୁ କରି ଜୟନ୍ତୀଙ୍କ ସ୍ୱାମୀ ଡୁମୁରିଗୁଡା ଗାଁର ଭୂବନ ହରିଜନଙ୍କୁ ଥାନାରେ ଅଟକ ରଖି ପଚରାଉଚରା କରୁଛି ।
ପୁଲିସ କହିବା ପ୍ରକାରେ ଜୟନ୍ତୀ ଡୁମୁରିଗୁଡା ଗାଁର ଭୂବନଙ୍କୁ ୮ମାସ ତଳେ ପ୍ରେମ ବିବାହ କରିଥିଲେ । ବାହାଘର ପରେ ଶାଶୁ ଓ ନଣନ୍ଦ ତାଙ୍କୁ ନିର୍ଯାତନା ଦେଇଆସୁଥିବା ଜୟନ୍ତୀଙ୍କ ପରିବାର ତରଫରୁ ଏତଲା ଦିଆଯାଇଛି । ବିବାହର କିଛି ମାସ ପରେ ସେ ବାପଘରେ ରହୁଥିଲେ । ବୁଝାଶୁଝା କରି ଭୂବନ ପୁଣିଥରେ ଜୟନ୍ତୀଙ୍କୁ ତାଙ୍କ ଘରକୁ ନେଇଥିଲେ । କିଛିଦିନ ହେଲା ପୁଣିଥରେ ପରିବାରେ ଅଶାନ୍ତି ଲାଗିରହିଥିଲା । ଜୟନ୍ତୀଙ୍କ ସହ ଗଣ୍ଡଗୋଳ ହେବାରୁ ସେ ପୁଣିଥରେ ବାପଘରକୁ ଚାଲିଯାଇଥିଲା । ଆଜି ସକାଳେ ନିର୍ଯାତନା ସହି ନପାରି ଜୟନ୍ତୀ କପୁର ଡ୍ୟାମକୁ ଆସି ଡେଇଁ ପଡିଥିଲେ । ଖବର ପାଇ ଅଗ୍ନିଶମ ବିଭାଗ ଖୋଜାଖୋଜି କରି ଡ୍ୟାମରୁ ଜୟନ୍ତୀଙ୍କ ମୃତଦେହ ଉଦ୍ଧାର କରିଛି । ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ଶବ ହସ୍ତାନ୍ତର କରାଯାଇଥିବା ପୁଲିସ କହିଛି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons