ଅସ୍ତ୍ରଶସ୍ତ୍ର ଲୁଟିଲେ, ସାଙ୍ଗରେ ୩ ମୃତ ଦେହକୁ ନେଇଗଲେ: ଜାରି କଲେ ଭିଡିଓ

Get real time updates directly on you device, subscribe now.

ମାଲକାନଗିରି: ଛତିଶଗଡ଼ ସୁକମା ଜିଲ୍ଲାର ମେନପା ଜଙ୍ଗଲରେ ଗତ ଶନିବାର ସୁରକ୍ଷାକର୍ମୀ ଓ ମାଓବାଦୀଙ୍କ ମଧ୍ୟରେ ଘଟିଥିବା ଗୁଳିବିନିମୟ ପରେ ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ନେଇଗଲେ ମାଓବାଦୀ। ଏକ ପ୍ରେସବିବୃତି ଜାରି କରି ଏଭଳି ଦାବି କରିଛି ଦଣ୍ଡକାରଣ୍ୟ ମାଓ ଡିଭିଜନ। ଏହାକୁ ନେଇ ଏକ ଅଡିଓ ଟେପ୍ ମଧ୍ୟ ଜାରି ହୋଇଛି । ୩ ଜଣ ମାଓବାଦୀଙ୍କ ମୃତ୍ୟୁ ହୋଇଥିବା ସୂଚନା ଦେଇଛି ମାଓ ସଂଗଠନ । ଲୁଟ୍ ଗୁଳିଗୋଳାର ସୂଚନା ଏକ ପ୍ରେସବିବୃତିରେ ଦିଆଯାଇଛି। ୧୧ଟି AK-47, ୧ହଜାରରୁ ଅଧିକ ଗୁଳି, ସାଟେଲାଇଟ ଫୋନ୍, ୨ଟି UVGL ବନ୍ଧୁକ ସହ ବହୁ ପରିମାଣର ବିସ୍ଫୋରଣ ସାମଗ୍ରୀ ଲୁଟ୍ କରିଥିବା ସୂଚନା ଦେଇଛନ୍ତି। ଲୁଟ୍ ସାମଗ୍ରୀର ଫଟୋ ଜାରି କରିଛନ୍ତି ମାଓ ସଂଗଠନ। ଏହି କାର୍ୟ୍ୟକ୍ରମରେ ପ୍ରାୟ ୨ଶହରୁ ଅଧିକ ମାଓବାଦୀ ଯୋଗ ଦେଇଥିଲେ ଜଙ୍ଗଲ ମଧ୍ୟରେ ୩ ମାଓବାଦୀଙ୍କ ଶେଷକୃତ୍ୟ କରିବାର ଫଟୋ ମଧ୍ୟ ଜାରି କରିଛନ୍ତି। ଗତ ଶନିବାର ସୁରକ୍ଷାକର୍ମୀ ଓ ମାଓବାଦୀଙ୍କ ମଧ୍ୟରେ ଘଟିଥିଲା ଓ ଗୁଳିବିନିମୟ ଏଥିରେ ୧୭ ଜଣ ଯବାନ ସହିଦ ହୋଇଥିଲେ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons