ଅସ୍ୱଭାବିକ ଭାବେ ଶିଶୁର ଶରୀର ଫୁଲୁଛି : ପାଠ ପଢାରେ ଡୋରୀ, ଚିକିତ୍ସା ପାଇଁ ଅର୍ଥ ବାଧକ

Get real time updates directly on you device, subscribe now.

ନବରଙ୍ଗପୁର,(ବି.ବି.ନୁ୍ୟଜ୍): ଅସ୍ୱଭାବିକ ଭାବେ ଶିଶୁର ଶରୀର ଫୁଲୁଛି ।ଶରୀର ଫୁଲିବା ସହିତ ଅସହ୍ୟ ଯନ୍ତ୍ରଣାରେ ଛଟପଟ ହୋଇ ଚାଲିବୁଲି ପାରୁନି ଶିଶୁ । ଅଜଣା ରୋଗ ପାଇଁ ପାଠ ପଢାରେ ଡୋରୀ ବାନ୍ଧି ହୋଇଗଲାଣି । ଗରୀବ ପରିବାର ଅଳିଏ ଖାଇଲେ ଅଳିଏ ଓପାସ । ଚିକିା ପାଇଁ ଅର୍ଥବାଧକ ସାଜିଛି । ଏଭଳି ଅଜଣା ରୋଗର ଯନ୍ତ୍ରଣାରେ ଛଟପଟ ହୋଉଛି । ରାଇଘର ବ୍ଲକର କୁନେ୍ଦଇ ଗ୍ରାମର ୧୩ ବର୍ଷର ଝିଅ ତାରଣୀ ନାୟକ । ୩ ବର୍ଷ ତଳେ ଅଜଣା ରୋଗର ଶୀକାର ହୋଇଥିଲେ । ଶରୀର ଆପେ ଆପେ ଫୁଲିଯିବା କରାଣରୁ ଚାଲବୁଲ କରିପାରୁନାହାଁନ୍ତି । ଅସହ୍ୟ ଯନ୍ତ୍ରଣାରୁ ଛଟପଟ ହୋଇ ୪ର୍ଥ ଶ୍ରେଣୀରେ ଅଧାରୁ ପାଠ ପଢା ବନ୍ଦ କରିଦେଇଛନ୍ତି । ଗାଁରେ ଜଣେ ଗରୀବ ବିଧବ ମହିଳା ସନମତି ନାୟକଙ୍କ ଝିଅ ତାରଣୀ । କିଛି ବର୍ଷ ତଳେ ସନମତି ନାୟକଙ୍କ ସ୍ୱାମୀ ଆରପାରିକୁ ଚାଲିଯାଇଥିଲେ । ସନମତିଙ୍କ କୋଳରେ ଛାଡି ଯାଇଥିଲେ । ୨ଝିଅ ଓ ଗୋଟିଏ ପୁଅକୁ । ପୁଅ ଓ ଝିଅଙ୍କୁ ପାଠ ପଢାଇ ଭଲ ମଣିଷ କରିବା ସ୍ୱପ୍ନ ଦେଖି ସନମତି ପର ଘରେ ମୂଲ ଲାଗି ବଡପୁଅକୁ ଯୁକ୍ତ ୨ ଓ ବଡଝିଅକୁ ୧୦ମ ଶ୍ରେଣୀ ପଢାଉଛନ୍ତି । ତେବେ ୧୩ ବର୍ଷର ସାନଝିଅ ତାରିଣୀ ୪ର୍ଥ ଶ୍ରେଣୀରେ ପଢିବା ବେଳକୁ ଅଜଣା ରୋଗର ଶୀକାର ହୋଇଥିଲା । ତାରଣୀ ଅସ୍ୱଭାବିକ ଭାବେ ଶରୀର ଫୁଲିବା ଓ ଯନ୍ତ୍ରଣାରେ ଛଟପଟ ହୋଇ ଚଲାବୁଲା କରିବା ଅସମ୍ଭବ ହୋଇପଡିବାରୁ ଅଧାରୁ ପାଠ ଛାଡି ଚିକିା ଅପେକ୍ଷାରେ ପଡି ରହିଛନ୍ତି । ବିଧବା ମାଆ ସନମତି ଝିଅର ଚିକିା ପାଇଁ ଅର୍ଥ ଜୁଟାଇପାରୁନଥିବାରୁ ଝିଅର ଚିକିାରେ ଅର୍ଥବାଧକ ସାଜିଛି । କୁନେ୍ଦଇ ସରପଞ୍ଚ ସନରାଜ ଗଣ୍ଡ ବହୁବାର ଝିଅର ଚିକିା ପାଇଁ ବ୍ଲକପ୍ରଶାସନକୁ ଜଣାଇଥିଲେ ମଧ୍ୟ କୌଣସି ସୁଫଳ ମିଳୁନଥିବା କହିଛନ୍ତି । ଏନେଇ ଜିଲ୍ଲାପ୍ଶାସନ ପକ୍ଷରୁ ଚିକିା ପାଇଁ ଉଦ୍ୟମ କରାଗଲେ ହୁଏତ ଶିଶୁ ପୁଣି ଥରେ ସ୍ୱାଭାବିକ ସ୍ୱାସ୍ଥ୍ୟ ପାଇପାରନ୍ତା । ଏଥି ପାଇଁ ଜିଲ୍ଲାପ୍ରଶାସନ ପକ୍ଷରୁ ଗରୀବ ପରିବାରକୁ ଚିକିା ପାଇଁ ସହାୟତା ଯୋଗାଇବାକୁ ଗାଁ ଲୋକେ ଦାବି କରିଛନ୍ତି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons