ଆଇଆଇଟି ଛାତ୍ରଙ୍କ ସନେ୍ଦହଜନକ ମୃତୁ୍ୟ

Get real time updates directly on you device, subscribe now.

ଭୁବନେଶ୍ୱର,(ବି.ବି.ବୁ୍ୟରୋ): ରାଜଧାନୀ ଉପକଣ୍ଠ ଅରୁଗୁଳରେ ଥିବା ଆଇଆଇଟିର ଜଣେ ଛାତ୍ରଙ୍କ ସନେ୍ଦହଜନକ ମୃତୁ୍ୟ ଘଟିଛି । ସେ ହେଉଛନ୍ତି ମହାରାଷ୍ଟ୍ର ପୁନେ ସହରର ଚିରାଗ ପ୍ରବୀଣ ଜୈନ(୧୮) । ସେ କମ୍ପୁ୍ୟଟର ସାଇନ୍ସର ଦ୍ୱିତୀୟ ବର୍ଷର ଛାତ୍ର ଥିଲେ । ଚିରାଗ ୬ ମହଲା ଛାତରୁ ଖସି ପଡିÿଥିବା ଶିକ୍ଷାନୁÂାନ ପକ୍ଷରୁ କୁହାଯାଇଛି । କିନ୍ତୁ ପୁଅକୁ ର୍ୟାଗିଂ କରାଯାଇ ହତ୍ୟା କରାଯାଇଥିବା ଚିରାଗଙ୍କ ବାପା ପ୍ରବୀଣ ଆର୍ ଜୈନ ଅଭିଯୋଗ ଆଣିଛନ୍ତି । ଜଟଣୀ ଥାନା ପୁଲିସ କେସ୍ ନଂ- ୬୦/୧୯ରେ ଏକ ଅପମୃତୁ୍ୟ ମାମଲା ରୁଜୁ କରିଛି । ସେ ଛାତ ଉପରୁ ଖସିପଡ଼ିଛନ୍ତି କି ତାଙ୍କୁ ସେଠାରୁ ଫିଙ୍ଗା ଯାଇଛି, ତାହାର ତଦନ୍ତ ଚାଲିଛି ।
ସୂଚନା ମୁତାବକ, ଚିରାଗ ଆଇଆଇଟି କ୍ୟାମ୍ପସ ମହାନଦୀ ହଲ୍ ଅଫ୍ ରେସିଡେନ୍ସ ହଷ୍ଟେଲର ଦ୍ୱିତୀୟ ମହଲାରେ ଥିବା ୨୦୪ ନମ୍ବର ରୁମ୍ରେ ରହୁଥିଲେ । ସେ ସୋମବାର କ୍ଲାସ ସାରି ହଷ୍ଟେଲକୁ ଫେରିଥିଲେ । ସନ୍ଧ୍ୟା ୬ଟା ୪୫ ମିନିଟ୍ରେ ଚିରାଗ ରକ୍ତାକ୍ତ ଅବସ୍ଥାରେ ହଷ୍ଟେଲର ତଳମହଲା ଚଟାଣରେ ପଡିÿଥିବା ଅନ୍ତେବାସୀମାନେ ଦେଖି ଶିକ୍ଷାନୁÂାନ କର୍ତ୍ତୃପକ୍ଷଙ୍କୁ ଖବର ଦେଇଥିଲେ । ଶିକ୍ଷାନୁÂାନର କର୍ମଚାରୀମାନେ ଚିରାଗଙ୍କୁ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଇଥିଲେ । ସେଠାରେ ଡାକ୍ତର ଚିରାଗଙ୍କୁ ମୃତ ଘୋଷଣା କରିଛନ୍ତି ।
ଜଟଣୀ ଥାନା ପୁଲିସ ଚିରାଗଙ୍କ ମୃତେଦହକୁ ଜବତ କରି ଏମ୍ସ ହସ୍ପିଟାଲକୁ ବ୍ୟବଚ୍ଛେଦ ପାଇଁ ପଠାଇଛି । ଆଜି ସକାଳୁ ଘଟଣାସ୍ଥଳରେ ସାଇଣ୍ଟିଫିକ୍ ଟିମ୍ ପହଞ୍ଚି ଅନୁସନ୍ଧାନ କରିଛି । ଚିରାଗଙ୍କ ମୃତୁ୍ୟର କାରଣ ଖୋଜୁଛି ପୁଲିସ । ଏହା ଆତ୍ମହତ୍ୟା, ହତ୍ୟା ନା ଦୁର୍ଘଟଣା ତାହାର ଛାନଭିନ୍ ଚଳାଇଛି । ଏନେଇ ହଷ୍ଟେଲ ଅନ୍ତେବାସୀ ଓ ସାଙ୍ଗସାଥୀଙ୍କୁ ପୁଲିସ ପଚରାଉଚରା କରିଛି । ସେମାନଙ୍କ ଠାରୁ ସୂଚନା ପାଇଛି, କ୍ଲାସରୁ ଫେରି ଚିରାଗ କାନ୍ଧରେ ଏକ ବ୍ୟାଗ୍ ପକାଇ କ୍ୟାମ୍ପସ ବାହାରକୁ ବୁଲିବାକୁ ଯାଇଥିଲେ । ଘଣ୍ଟାଏ ପରେ ପୁଣି ହଷ୍ଟେଲକୁ ଫେରିଥିଲେ ।
ଚିରାଗଙ୍କ ବାପା ଗଣମାଧ୍ୟମକୁ କହିଛନ୍ତି, “ତାଙ୍କ ପୁଅ କାହାର ଇର୍ଷା କିମ୍ବା ର୍ୟାଗିଂର ଶିକାର ହୋଇଛି । ଚିରାଗ ବହୁତ ଶାନ୍ତ ସ୍ୱଭାବର ପିଲା । ୨୦୧୮ ପ୍ରବେଶିକା ପରୀକ୍ଷାରେ ସେ ଓଡିÿଶା ଆଇଆଇଟି ର୍ୟାଙ୍କିଙ୍ଗରେ ୧ନମ୍ବର ହୋଇଥିଲା । ଅନେକ କର୍ମଶାଳାକୁ ସଂଯୋଜନା କରୁଥିଲା । ନ୍ୟୁରୋମଞ୍ଚର୍ସ କ୍ଲବର ସମ୍ପାଦକ ବି ଥିଲା । କ୍ଲାସମେଟ୍ଙ୍କୁ ବାଣ୍ଟିବା ପାଇଁ କିଛି ଟି-ସାର୍ଟ ଆଣିଥିବା ଗତକାଲି ଫୋନ୍ ଯୋଗେ ଜଣାଇଥିଲା । ହଠାତ୍ ସେ ଏମିତି ଆତ୍ମହତ୍ୟା କରି ନଥିବ । ପୁଲିସ ନିରପେକ୍ଷ ତଦନ୍ତ କରି ଦୋଷୀକୁ ଧରୁ ।”
ଡିସିପି ଅନୁପ ସାହୁ କହିଛନ୍ତି, ଛାତ ଉପରୁ ପଡିଥିବାରୁ ତାଙ୍କର ମୃତୁ୍ୟ ହୋଇଛି । ଏ ସଂକ୍ରାନ୍ତରେ ଏକ ଅପମୃତୁ୍ୟ ମାମଲା ରୁଜୁ ହୋଇଛି । ସେ ଖସି ପଡିଛନ୍ତି କି ତାଙ୍କୁ ଠେଲା ଯାଇଛି ତାହାର ତଦନ୍ତ ଚାଲିଛି । ଆଇଆଇଟି ପକ୍ଷରୁ କୁହାଯାଇଛି, ଆମ ପକ୍ଷରୁ ମଧ୍ୟ ମୃତୁ୍ୟର କାରଣ ଖୋଜା ଚାଲିଛି । ଏନେଇ ବିଭାଗୀୟ ତଦନ୍ତ ପାଇଁ କମିଟି ଗଢ଼ା ଯାଇଛି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons