ଆଇଏଏସ୍ସ୍ତରରେ ଛୋଟ ଅଦଳବଦଳ

Get real time updates directly on you device, subscribe now.

ଭୁବନେଶ୍ୱର,(ବି.ବି.ବୁ୍ୟରୋ): ଭାରତୀୟ ପ୍ରଶାସନିକ ସେବା (ଆଇଏଏସ୍) ସ୍ତରରେ ଛୋଟ ଅଦଳବଦଳ କରାଯାଇଛି । କେନ୍ଦ୍ରୀୟ ଡେପୁଟେସନରୁ ଫେରିଥିବା ଆଇଏଏସ୍ ସତ୍ୟବ୍ରତ ସାହୁଙ୍କୁ ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ (ଏମ୍ଏସ୍ଏମ୍ଇ) ବିଭାଗର ପ୍ରମୁଖ ସଚିବ ନିଯୁକ୍ତ କରାଯାଇଛି । ରାଜ୍ୟ ଯୋଜନା ଓ ସଂଯୋଜନା ବିଭାଗର ସ୍ୱତନ୍ତ୍ର ସଚିବ ଆଇଏଏସ୍ ଗୋପବନ୍ଧୁ ଶତପଥୀଙ୍କୁ ରାଜ୍ୟ ସମବାୟ ବ୍ୟାଙ୍କର ପରିଚାଳନା ନିଦେ୍ର୍ଧଶକ ଭାବେ ବଦଳି କରାଯାଇଛି । ଏହି ପଦବି ସ୍ୱତନ୍ତ୍ର ସଚିବ ପାହ୍ୟା ସହ ସମାନ ବୋଲି ସରକାରଙ୍କ ପକ୍ଷରୁ ସ୍ପଷ୍ଟ କରାଯାଇଛି । ଓଡ଼ିଶା ରାଜ୍ୟ ସମବାୟ ବ୍ୟାଙ୍କର ପରିଚାଳନା ନିଦେ୍ର୍ଧଶକ ଥିବା ଆଇଏଏସ୍ ଦେବେନ୍ଦ୍ର କୁମାର ଜେନାଙ୍କୁ ରାଜ୍ୟ ଯୋଜନା ଓ ସଂଯୋଜନା ବିଭାଗର ସ୍ୱତନ୍ତ୍ର ସଚିବ ଭାବେ ନିଯୁକ୍ତି ମିଳିଛି । ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ଏ ନେଇ ଆଜି ବିଜ୍ଞପ୍ତି ଜାରି କରାଯାଇଛି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons