ଭୁବନେଶ୍ୱର: ଆଇଏଏସ୍ ସ୍ତରରେ ରାଜ୍ୟ ସରକାର ଏକ ବଡ଼ ଧରଣର ଅଦଳ ବଦଳ କରିଛନ୍ତି । କୃଷି ବିଭାଗ ସ୍ୱତନ୍ତ୍ର ସଚିବ ସୁରେଶ କୁମାର ବଶିÂଙ୍କୁ କମିଶନର ପାହ୍ୟାକୁ ପଦୋନ୍ନତି କରାଯାଇ ବିଭାଗୀୟ କମିଶନର-ସଚିବ ପାହ୍ୟା ଦିଆଯାଇଛି । ବିଏମ୍ସି କମିଶନରରୁ ବଦଳି ହୋଇ ସାଧାରଣ ପ୍ରଶାସନ ବିଭାଗରେ ଅଳ୍ପ ଦିନ ତଳେ ଓଏସ୍ଡି ହୋଇଥିବା ୨୦୧୦ ବ୍ୟାଚ୍ର ପ୍ରେମଚନ୍ଦ୍ର ଚୌଧୁରୀଙ୍କୁ ପଶ୍ଚିମ ଓଡ଼ିଶା ବିକାଶ ପରିଷଦ (ଡବ୍ଲୁଓଡିସି)ର ମୁଖ୍ୟ ନିର୍ବାହୀ ଅଧିକାରୀ ଦାୟିତ୍ୱ ଦିଆଯାଇଛି ।
୨୦୦୮ ବ୍ୟାଚ୍ର ଅଫିସର ତଥା ଓଡିÿଶା ସ୍କୁଲ ଏଡୁକେସନ ପୋଗ୍ରାମ ଅଥରିଟି (ଓସେପା)ର ପ୍ରକଳ୍ପ ନିଦେ୍ର୍ଧଶକ ଭୁପିନ୍ଦ୍ର ସିଂ ପୁନିଆଙ୍କୁ ଇପିକଲ୍ର ପରିଚାଳନା ନିଦେ୍ର୍ଧଶକ ଭାବେ ବଦଳି କରାଯାଇଛି । ଏଥିସହିତ ଶ୍ରୀ ପୁନିଆ ଶିଳ୍ପ ବିଭାଗର ଅତିରିକ୍ତ ଶାସନ ସଚିବ ଓ ଇଡ୍କୋର କାର୍ଯ୍ୟନିର୍ବାହୀ ନିଦେ୍ର୍ଧଶକ (ଇଡି) ଦାୟିତ୍ୱରେ ବି ରହିବେ । ତାଙ୍କ ସ୍ଥାନରେ ଗଜପତି ଜିଲ୍ଲାପାଳ ଅନୁପମ୍ ଶାହଙ୍କୁ ଅବସ୍ଥାପିତ କରାଯାଇଛି । ଶ୍ରୀ ଶାହ ଏଥିସହିତ ‘ମୋ ସ୍କୁଲ ଅଭିଯାନ’ର ସଦସ୍ୟ ସଚିବ ଭାବେ ଅତିରିକ୍ତ ଦାୟିତ୍ୱ ତୁଲାଇବେ ।
ସୋନପୁର ଜିଲ୍ଲାପାଳ ମନିଷା ବାନାର୍ଜୀଙ୍କୁ ବରଗଡ଼ ଜିଲ୍ଲାପାଳ ଭାବେ ବଦଳି କରାଯାଇଛି । ମାଲ୍କାନଗିରି ଜିଲ୍ଲାପାଳ ଡ. ୟେଦ୍ଧୁଲ୍ଲା ବିଜୟଙ୍କୁ ପଶୁ ସମ୍ପଦ ବିଭାଗର ନିଦେ୍ର୍ଧଶକ ଭାବେ କଟକରେ ଅବସ୍ଥାପିତ କରାଯାଇଛି । ଡ଼ ବିଜୟଙ୍କ ବିରୋଧରେ କିଛି ଦିନ ତଳେ ଟେଣ୍ଡର ଫିକ୍ସି ଅଭିଯୋଗ ହୋଇଥିଲା । ଯାହାକୁ ନେଇ ସାରା ରାଜ୍ୟରେ ହଙ୍ଗାମା ହୋଇଥିଲା । ଆଦର୍ଶ ବିଦ୍ୟାଳୟ ସଂଗଠନର ପ୍ରକଳ୍ପ ନିଦେ୍ର୍ଧଶକ ଲିଙ୍ଗରାଜ ପଣ୍ଡାଙ୍କୁ ଗଜପତି ଜିଲ୍ଲାପାଳ ଭାବେ ଅବସ୍ଥାପିତ କରାଯାଇଛି ।
ରାଉରକେଲା ଏଡିଏମ୍ ଆବୋଲ ସୁନିଲ୍ ନରଭାଣିଙ୍କୁ ସୋନପୁର ଜିଲ୍ଲାପାଳ ଦାୟିତ୍ୱ ଦିଆଯାଇଛି । ରାଉରକେଲା ପୌର ନିଗମ କମିଶନର ଦିବ୍ୟଜ୍ୟୋତି ପରିଡ଼ାଙ୍କୁ ରାଉରକେଲା ଏଡିଏମ୍ ଅତିରିକ୍ତ ଦାୟିତ୍ୱ ଦିଆଯାଇଛି । ଯାଜପୁର ଡିଆର୍ଡିଏ ପ୍ରକଳ୍ପ ନିଦେ୍ର୍ଧଶକ ବିଶାଳ ସିଂଙ୍କୁ ମାଲକାନଗିରି ଜିଲ୍ଲାପାଳ ଭାବେ ଅବସ୍ଥାପିତ କରାଯାଇଛି ।
ଟିଟିଲାଗଡ଼ ଉପଜିଲ୍ଲାପାଳ ସୋମେଶ କୁମାର ଉପାଧ୍ୟୟଙ୍କୁ କଳାହାଣ୍ଡି ଡିଆର୍ଡିଏ ପ୍ରକଳ୍ପ ନିଦେ୍ର୍ଧଶକ ଭାବେ ବଦଳି କରାଯାଇଛି । ବାରିପଦା ଉପଜିଲ୍ଲାପାଳ ପି ଅନଭେଶ ରେଡ୍ଡିଙ୍କୁ ମୟୁରଭଞ୍ଜ ଡିଆର୍ଡିଏ ପ୍ରକଳ୍ପ ନିଦେ୍ର୍ଧଶକ ଭାବେ ବଦଳି କରାଯାଇଛି । ଧର୍ମଗଡ଼ ଉପଜିଲ୍ଲାପାଳ ଦିବାକର ଟି ଏସ୍ ଙ୍କୁ ଓକାକ୍ର ଓଏସ୍ଡି ଭାବେ ନିଯୁକ୍ତି ଦିଆଯାଇଛି ।
ଟ୍ରେନିଂରୁ ଫେରିବା ପରେ ଅଗ୍ରୱାଲ ଅକ୍ଷୟ ସୁନିଲଙ୍କୁ ନବରଙ୍ଗପୁର ଉପଜିଲ୍ଲାପାଳ ଭାବେ ଅବସ୍ଥାପିତ କରାଯାଇଥିବା ବେଳେ କୁମାରୀ ଅନ୍ୟା ଦାସଙ୍କୁ ବାରିପଦା ଉପଜିଲ୍ଲାପାଳ, ଆଦିତ୍ୟ ଗୋଏଲଙ୍କୁ କୁଚିଣ୍ଡା ଉପଜିଲ୍ଲାପାଳ, ମହାଜନ ମନୋଜ ସତ୍ୟବାନଙ୍କୁ ଟିଟିଲାଗଡ଼ ଉପଜିଲ୍ଲାପାଳ, ପାୱାର ସଚିନ୍ ପ୍ରକାଶଙ୍କୁ ଧର୍ମଗଡ଼ ଉପଜିଲ୍ଲାପାଳ ଏବଂ ଇସଲ୍ୱାର ଗୌରବ ଶିବାଜୀଙ୍କୁ ଖୋର୍ଦ୍ଧା ଉପଜିଲ୍ଲାପାଳ ଭାବେ ଅବସ୍ଥାପିତ କରାଯାଇଛି ।
ରିପୋର୍ଟ ବିଶ୍ୱବିଜୟୀ
Comments are closed, but trackbacks and pingbacks are open.