ନୂଆଦିଲ୍ଲୀ: ଲଦାଖରେ ଚୀନ୍ ସେନା ସହ ସଂଘର୍ଷରେ ଭାଗ ନେଇଥିବା ଆଇଟିବିପିର ୨୧ ଜଣ ଯବାନଙ୍କୁ ଚଳିତ ବର୍ଷ ସ୍ୱାଧୀନତା ଦିବସ ଅବସରରେ ବୀରତ୍ୱ ପୁରସ୍କାରରେ ସମ୍ମାନିତ କରାଯିବା ପାଇଁ ସୁପାରିଶ କରାଯାଇଛି । ଏହି ବାହିନୀର ଆଉ ୨୯୪ ଜଣ ଯବାନଙ୍କୁ ଡିଜି ଗ୍ୟାଲେଣ୍ଟ୍ରି କମେଣ୍ଡେସନ ପାଇଁ ସୁପାରିଶ କରାଯାଇଛି । ଏହି ଯବାନମାନେ ଲଦାଖ ସୀମାରେ ମେ ଓ ଜୁନ୍ ମାସରେ ଚୀନ୍ ସେନା ଦ୍ୱାରା କରାଯାଉଥିବା ଆକ୍ରମଣର ସାମ୍ନା କରିଥିଲେ ।
ଆଇଟିବିପି ଦ୍ୱାରା କୁହାଯାଇଛି କି ଚୀନ୍ ସେନା ଦ୍ୱାରା ଆକ୍ରମଣ କରାଯିବା ସମୟରେ ଆଇଟିବିପି ଯବାନମାନେ ସୁରକ୍ଷା ସିଲ୍ଡ ପିନ୍ଧି ନିଜକୁ ସୁରକ୍ଷିତ ରଖିବା ସହିତ ଚୀନ୍ ସେନାକୁ ଆଗକୁ ବଢ଼ିବାରୁ ରୋକିଥିଲେ । ସେମାନେ ମଧ୍ୟ ଏହି ସଂଘର୍ଷରେ ଆହତ ହୋଇଥିବା ସେନା ଯବାନଙ୍କୁ ସୁରକ୍ଷିତ ଭାବେ ଘଟଣାସ୍ଥଳରୁ କ୍ୟାମ୍ପକୁ ଆଣିବାରେ ବି ମହତ୍ତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିଥିଲେ । ରାତି ସାରା ଉଭୟ ପକ୍ଷଙ୍କ ଭିତରେ ସଂଘର୍ଷ ଚାଲିଥିଲେ ବି ଆଇଟିବିପି ଯବାନଙ୍କ କମ କ୍ଷତି ହୋଇଥିଲା । କେତେକ ସ୍ଥାନରେ ସେମାନେ ୧୭ରୁ ୨୦ ଘଣ୍ଟା ଯାଏଁ ଚୀନ୍ ସେନାର ମୁକାବିଲା କରିଥିଲେ ।
Comments are closed, but trackbacks and pingbacks are open.