ଭୁବନେଶ୍ୱର,(ବି.ବି.ବୁ୍ୟରୋ): ମାଇକ୍ରୋସଫ୍ଟ, ସିବିଆର୍ଇ ଓ ବ୍ଲାକ୍ ନାଇଟ୍ ଭଳି ବଡ଼ ଆଇଟି କମ୍ପାନୀକୁ ଓଡ଼ିଶାରେ ପୁଞ୍ଜିନିବେଶ ପାଇଁ ପ୍ରସ୍ତାବ ଦେଇଛନ୍ତି ସରକାର । ନିଜେ ଇଲେକ୍ଟ୍ରୋନିକ୍ସ ଏବଂ ସୂଚନା ପ୍ରଯୁକ୍ତି ବିଦ୍ୟା ମନ୍ତ୍ରୀ ତୁଷାରକାନ୍ତି ବେହେରା ହାଇଦ୍ରାବାଦ୍ ଗସ୍ତ କରି କମ୍ପାନୀର ବିରÂ ଅଧିକାରୀଙ୍କୁ ଭେଟି ଓଡ଼ିଶା ଆସିବାକୁ ନିମନ୍ତ୍ରଣ କରିଛନ୍ତି ।
ମନ୍ତ୍ରୀ ଶ୍ରୀ ବେହେରା କହିଛନ୍ତି, ସରକାର ବଡ଼ ଆଇଟି କମ୍ପାନୀକୁ ଓଡ଼ିଶାରେ ସୁଯୋଗ ଦେବା ସହ ନିଯୁକ୍ତି ସୃଷ୍ଟି ସହ ଷ୍ଟାର୍ଟଅପ୍ ଓଡ଼ିଶାକୁ ଆଗକୁ ନେବାକୁ ସେ ହାଇଦ୍ରାବାଦ୍ ଗସ୍ତ କରିଛନ୍ତି । ଓଡ଼ିଶାକୁ ସର୍ବବୃହତ ଆଇଟି ହବ୍ କରିବାକୁ ସରକାର ସବୁ ପ୍ରୟାସ କରୁଛନ୍ତି ।
ସୋମବାର ମନ୍ତ୍ରୀ ହାଇଟେକ୍ ସିଟି ଗସ୍ତ କରିବା ସହ ମାଇକ୍ରୋସଫ୍ଟ, ସିବିଆଇ ଓ ବ୍ଲାକ୍ ନାଇଟ୍ ଭଳି ଆଇଟି କମ୍ପାନୀ ବୁଲିଥିଲେ । କମ୍ପାନୀର ବରିÂ ଅଧିକାରୀଙ୍କ ସହ ଓଡ଼ିଶାରେ ଥିବା ସମ୍ଭାବନା ଓ ଭିତ୍ତିଭୂମି ବୁଲି ଦେଖିବାକୁ ମନ୍ତ୍ରୀ ଆଲୋଚନା କରିଛନ୍ତି । ପର୍ପଲ ଟକ୍ କମ୍ପାନୀ ପ୍ରତିÂାତା ଶ୍ରୀଧର ମୁପ୍ପଦିଙ୍କ ସହ ରାଜ୍ୟରେ ଆଇଟି କ୍ଷେତ୍ରରେ ବିକାଶ ଦିଗରେ ମିଳିତ ଭାବେ କାମ କରିବା ଉପରେ ଆଲୋଚନା କରିଛନ୍ତି ।
ମନ୍ତ୍ରୀ ତିନି ଦିନିଆ ଗସ୍ତରେ ତେଲଙ୍ଗାନାର ଶିଳ୍ପ, ସୂଚନା ଓ ପ୍ରଯୁକ୍ତିବିଦ୍ୟା ମନ୍ତ୍ରୀଙ୍କ ସହ ଆଲୋଚନା କରିବା କାର୍ଯ୍ୟକ୍ରମ ରହିଛି । ଏଥିସହିତ ଏସ୍ଟିପିଆଇ ଦ୍ୱାରା ଶିଳ୍ପ ଉଦ୍ୟୋଗୀଙ୍କୁ ନେଇ ଆୟୋଜିତ କାର୍ଯ୍ୟକ୍ରମରେ ମନ୍ତ୍ରୀ ଯୋଗଦେବେ । ଏଥିରେ ମନ୍ତ୍ରୀ ଶ୍ରୀ ବେହେରା ଗୁଗୁଲ୍, ଡିକୁ୍ୟ ଏଣ୍ଟରଟେନ୍ମେଣ୍ଟ, ଟି-ହବ୍ କମ୍ପାନୀର ବରିÂ ଅଧିକାରୀଙ୍କ ସହ ରାଜ୍ୟ ଆଇଟିର ବିକାଶ, ଇକୋ ସିଷ୍ଟମ, ଉନ୍ନତିକରଣ ଓ ପୁଞ୍ଜିନିବେଶ ଆଦି ଉପରେ ଆଲୋଚନା କରିବାର କାର୍ଯ୍ୟକ୍ରମ ରହିଛି ।
ପୂର୍ବରୁ ମନ୍ତ୍ରୀ ଶ୍ରୀ ବେହେରା ରାଜ୍ୟରେ ଆଇଟି କ୍ଷେତ୍ରର ବିକାଶ ଓ ପୁଞ୍ଜିନିବେଶ ପାଇଁ ନିକଟରେ ମୁମ୍ବାଇ ଓ ବେଙ୍ଗାଲୁରୁ ଗସ୍ତ କରିଥିବା ବେଳେ ବର୍ତ୍ତମାନ ହାଇଦ୍ରାବାଦ୍ ଗସ୍ତରେ ଅଛନ୍ତି ।
Comments are closed, but trackbacks and pingbacks are open.