କଟକ,(ବି.ବି.ନୁ୍ୟଜ୍): ଓଡ଼ିଶା ହାଇକୋର୍ଟ ଇତିହାସରେ ପ୍ରଥମ ଥର ପାଇଁ ମୁଖ୍ୟ ବିଚାରପତିଙ୍କ ସମେତ ସମସ୍ତ ୧୪ଜଣ ବିଚାରପତିଙ୍କୁ ନେଇ ଆଜି ବସିଥିଲା ଫୁଲ୍ ବେଞ୍ଚ୍ । ହାଇକୋର୍ଟ ବାର୍ ସମେତ ରାଜ୍ୟର ଅନ୍ୟାନ୍ୟ ବାର୍ ଆଇନଜୀବୀମାନେ ବିଭିନ୍ନ ସମୟରେ କାର୍ଯ୍ୟବନ୍ଦ ଆନେ୍ଦାଳନ କରୁଥିବାରୁ ହାଇକୋର୍ଟ ଆଜି ନିଜ ଆଡୁ ରୁଜୁ କରିଛନ୍ତି ଅଦାଲତ ଅବମାନନା ମାମଲା । ୧୩୬ଜଣଙ୍କୁ ପକ୍ଷଭୁକ୍ତ କରାଯାଇଛି ଏହି ମାମଲାରେ । ହାଇକୋର୍ଟର ଫୁଲ୍ ବେଞ୍ଚ୍ର ଆଜି ଏହି ମାମଲାର ଶୁଣାଣିର ହାଇକୋର୍ଟ ବାର୍ ଆସୋସିଏସନ୍ ସଭାପତି, ସମ୍ପାଦକଙ୍କ ସମେତ ୬୮ଟି ବାର୍ର ସଭାପତି ଏବଂ ସମ୍ପାଦକଙ୍କୁ ଜବାବଦାଖଲ ଲାଗି ନୋଟିସ୍ ଜାରି କରିଛନ୍ତି । ଏଥିସହ ରାଜ୍ୟ ମୁଖ୍ୟ ଶାସନସଚିବ, ଗୃହ ବିଭାଗ ପ୍ରମୁଖ ଶାସନସଚିବ, ଆଇନ ବିଭାଗ ପ୍ରମୁଖ ଶାସନସଚିବ, ଭାରତୀୟ ଆଇନଜୀବୀ ପରିଷଦ ଏବଂ ରାଜ୍ୟ ଆଇନଜୀବୀ ପରିଷଦର ଅଧ୍ୟକ୍ଷଙ୍କୁ ମଧ୍ୟ ହାଇକୋର୍ଟ ଜବାବତଲବ କରିଛନ୍ତି ।
ଓଡିଶା ହାଇକୋର୍ଟ ମୁଖ୍ୟ ବିଚାରପତି ଜଷ୍ଟିସ୍ କେ.ଏସ୍. ଜାଭେରୀଙ୍କ ଅଧ୍ୟକ୍ଷତାରେ ଗଠିତ ଏହି ଫୁଲ୍ ବେଞ୍ଚ୍ରେ କୁମାରୀ ଜଷ୍ଟିସ୍ ସଞ୍ଜୁ ପଣ୍ଡା, ଜଷ୍ଟିସ୍ ଏସ୍.କେ. ମିଶ୍ର, ଜଷ୍ଟିସ୍ ସି.ଆର. ଦାଶ, ଡକ୍ଟର ଜଷ୍ଟିସ୍ ଏ.କେ. ରଥ, ଜଷ୍ଟିସ୍ ବିଶ୍ୱଜିତ୍ ମହାନ୍ତି, ଡକ୍ଟର ଜଷ୍ଟିସ୍ ବି.ଆର. ଷଡଙ୍ଗୀ, ଜଷ୍ଟିସ୍ ଦେବବ୍ରତ ଦାସ, ଜଷ୍ଟିସ୍ ଶତ୍ରୁଘ୍ନ ପୂଜାହାରୀ, ଜଷ୍ଟିସ୍ ବିଶ୍ୱନାଥ ରଥ, ଜଷ୍ଟିସ୍ ସଙ୍ଗମ କୁମାର ସାହୁ, ଜଷ୍ଟିସ୍ ପ୍ରମଥ ପଟ୍ଟନାୟକ, ଜଷ୍ଟିସ୍ କେ.ଆର. ମହାପାତ୍ର ଏବଂ ଜଷ୍ଟିସ୍ ଏ.କେ. ମିଶ୍ର ରହି ମାମଲାର ଶୁଣାଣି କରି ନୋଟିସ୍ ଜାରି କରିଛନ୍ତି । ଆସନ୍ତା ୨୧ ତାରିଖରେ ମାମଲାର ଶୁଣାଣି ହେବ ।
ହାଇକୋର୍ଟ ରେଜିଷ୍ଟ୍ରାର ଜେନେରାଲ ଏହି ମାମଲା ରୁଜୁ କରିଛନ୍ତି । ଏଥିରେ ଉଲ୍ଲେଖ କରାଯାଇଛି ଯେ, ହାଇକୋର୍ଟ ବାର୍ ସମେତ ରାଜ୍ୟର ଅନ୍ୟାନ୍ୟ କେତେକ ବାର୍ରେ ଆନେ୍ଦାଳନ କରାଯିବା ଫଳରେ ନ୍ୟାୟର ପଥରୋଧ ହେଉଛି । ଏଭଳି ବନ୍ଦ ସଂକ୍ରାନ୍ତରେ ହାଇକୋର୍ଟକୁ ବିଭିନ୍ନ ଜିଲ୍ଲା ଜଜ୍ କୋର୍ଟ ଏବଂ କୋର୍ଟ ରେଜିଷ୍ଟ୍ରୀ ନିକଟରୁ ଅଭିଯୋଗ ଆସିଥିଲା । ବନ୍ଦକୁ ନେଇ ସୁପ୍ରିମ୍କୋର୍ଟଙ୍କ ଅନେକ ରାୟର ନଜିର ଥିଲାବେଳେ ଉକ୍ତ ଆଧାରରେ ଏହି ମାମଲାକୁ ନ୍ୟାୟିକ ପ୍ରକ୍ରିୟାରେ ବିଚାର କରାଯିବାର ଆବଶ୍ୟକତା ରହିଛି । ହାଇକୋର୍ଟ ଏହିସବୁ ଅଭିଯୋଗକୁ ଗ୍ରହଣ କରି ସୁପ୍ରିମ୍କୋର୍ଟରେ ହୋଇଥିବା କେତେକ ମାମଲାର ନଜିର୍ ଦେବାସହ ଯେଉଁମାନେ କୋର୍ଟ ବନ୍ଦ ଓ ଅନ୍ୟାନ୍ୟ ଆନେ୍ଦାଳନ କରୁଛନ୍ତି ଅଦାଲତ ଅବମାନନା ଅଭିଯୋଗରେ ସେମାନଙ୍କ ବିରୋଧରେ କାହିଁକି କାର୍ଯ୍ୟାନୁÂାନ ଗ୍ରହଣ କରାନଯିବ ସେ ନେଇ ସମସ୍ତ ପ୍ରତିପକ୍ଷଙ୍କୁ ଜବାବ ତଲବ କରିଛନ୍ତି ।
ହାଇକୋର୍ଟ ଫୁଲ୍ ବେଞ୍ଚ୍ ପକ୍ଷରୁ ହାଇକୋର୍ଟ ବାର୍ ଆସୋସିଏସନ୍ ସଭାପତି, ସମ୍ପାଦକଙ୍କ ସମେତ ସମ୍ବଲପୁର ବାର୍ ଆସୋସିଏସନ୍ ସଭାପତି, ସମ୍ପାଦକ, ରାଇରାଖୋଲ, କୁଚିଣ୍ଡା, ବଲାଙ୍ଗୀର, ପାଟଣାଗଡ, ଲୋଇସିଙ୍ଗା, ଝାରସୁଗୁଡା, ସୋନପୁର, ବୀରମହାରାଜପୁର, ତରଭା, ବିନିକା, ରାମପୁର, ଡୁଙ୍ଗୁରିପାଲି, ଦେଓଗଡ, ବରଗଡ, ବରପାଲି, ଅତାବିରା, ଭେଡେନ୍, ନବରଙ୍ଗପୁର, ଉମରକୋଟ, ଚନ୍ଦନହାଣ୍ଡି, ରାଇଘର, ବୌଦ୍ଧ, କଣ୍ଟାମାଳ, ସୁନ୍ଦରଗଡ, ରାଉରକେଲା, ରାଜଗାଙ୍ଗପୁର, ବଣାଇ, ଭବାନୀପାଟଣା, ଧର୍ମଗଡ, ଜୁନାଗଡ, ଜଇପାଟଣା, ରାମପୁର, କେଶିଙ୍ଗା, କୋକଶରା, ପାରଳଖେମୁଣ୍ଡି, ଜୟପୁର, କୋରାପୁଟ, ସିମିଲିଗୁଡା, କୋଟପଡା, ବୋରିଗୁମା, ଗୁଣୁପୁର, ବିଷମକଟକ, ଗଞ୍ଜାମ, ଆସ୍କା, ଭଞ୍ଜନଗର, କୋଦଳା, ଖଲ୍ଲିକୋଟ, ଦିଗପହଣ୍ଡି, ହିଞ୍ଜିଳିକାଟୁ, ସୋରଡା, ପାତ୍ରପୁର, ପୁରୁଷୋତ୍ତମପୁର, ଶେରଗଡ, କବିସୂର୍ଯ୍ୟନଗର, ସାନଖେମୁଣ୍ଡି, ବୁଗୁଡା, ମୟୂରଭଞ୍ଜ, ରାଇରଙ୍ଗପୁର, ଉଦଳା, ଉଦଳା ସବ୍ଡିଭିଜନ୍, ବେତନଟି, ଭୁବନେଶ୍ୱର ବାର୍ ଆସୋସିଏସନ୍ର ସଭାପତି ଏବଂ ସମ୍ପାଦକଙ୍କୁ ନୋଟିସ୍ କରାଯାଇଛି ।
Comments are closed, but trackbacks and pingbacks are open.