ରାଉରକେଲା,(ବି.ବି.ନ୍ୟୁଜ୍): ନ୍ୟାୟ ପାଇବା ସମସ୍ତଙ୍କ ଅଧିକାର । ଏବେ ଇସ୍ପାତ ସହର ସମେତ ଆଖପାଖ ଅଞ୍ଚଳର ଲୋକମାନେ ଏହି ସେବା ପାଇବାରୁ ବଞ୍ଚିତ ହୋଇଛନ୍ତି । ରାଉରକେଲା ଓକିଲ ସଂଘର କୋର୍ଟ ବର୍ଜନ ଯୋଗୁଁ ରାଉରକେଲାରେ ନ୍ୟାୟିକ ବ୍ୟବସ୍ଥା ଏକ ପ୍ରକାର ଠପ୍ ହୋଇଯାଇଛି ।
ଗତ ଜୁନ୍ ମାସ ୨୭ ତାରିଖ ଦିନ ଓକିଲ ସଂଘ କାର୍ଯ୍ୟବନ୍ଦ ଆନ୍ଦୋଳନ କରିଥିବା ବେଳେ ମାନ୍ୟବର ରାଉରକେଲା ଏସ୍ଡିଜେଏମ୍ ଏକ ଆଦେଶ ପାରିତ କରିଥିଲେ । ମାନ୍ୟବର ଏସ୍ଡିଜେଏମ୍ ଜବତ ହୋଇଥିବା ୩୧ ଲକ୍ଷ ଟଙ୍କାରୁ ଉଦ୍ଧ୍ୱର୍ ବୈଦେଶିକ ମୁଦ୍ରା ଓ ଅନେକ କାଗଜପତ୍ର ସହରର ଜଣେ ସ;ା ମାମଲରେ ଅଭିଯୁକ୍ତ ନାଗରମଲ ଅଗ୍ରୱାଲଙ୍କର ସିଆରପିସିର ଧାରା ୪୫୭ରେ ପଡିଥିବା ଏହି ଅର୍ଜି ଏବଂ ତା ସହିତ ଦିଆଯାଇଥିବା ସତ୍ୟପାଠକୁ କୌଣସି ଓକିଲ ଆଇଡେଣ୍ଟିଫାଏ କରି ନ ଥିଲେ ସୁଦ୍ଧା ତାହା ବିଚାର ପାଇଁ ଗ୍ରହଣ କରିଥିଲେ । ଅଧଘଣ୍ଟା ମଧ୍ୟରେ ପୁଲିସ୍କୁ ନିର୍ଦ୍ଦେଶ ଦେଇ ସମସ୍ତ କାଗଜପତ୍ର ମଗାଇ ୩ ଲକ୍ଷ ଟଙ୍କାର ସିକ୍ୟୁରିଟି ବଣ୍ଡ ରଖି ତାଙ୍କ ପାସପୋର୍ଟ ରିଲିଜ୍ କରିଥିଲେ । ସଂଘର କହିବା ଅନୁଯାୟୀ ଜଣେ ବ୍ୟକ୍ତି ଯିଏକି ଜଣେ ସ;ା ବେପାରୀ ଯାହାଙ୍କ ବିରୋଧରେ ପିଟା ମାମଲା ରହିଛି ତାଙ୍କର ସତ୍ୟପାଠ ଓ ବଣ୍ଡକୁ ବିନା ଓକିଲଙ୍କ ଆଇଡେଣ୍ଟିଫିକେସନ୍ରେ ରିଲିଜ୍ କରାଯାଇ ପାରିବ ନାହିଁ । ମାନ୍ୟବର ଏସ୍ଡିଜେଏମ୍ଙ୍କ ଏଭଳି ଏକ ଆଦେଶକୁ ବିଚାର କରି ବିହୀତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଉଚ୍ଚ କର୍ତ୍ତୃପକ୍ଷ ଓ ଉଚ୍ଚ ନ୍ୟାୟାଳୟକୁ ଜଣାଇ ଦିଆଯାଇଥିଲେ ହେଁ ଆଜି ପର୍ଯ୍ୟନ୍ତ ନୀରବତା ଅବଲମ୍ବନ କରିଛନ୍ତି । ଏଣୁ ଏସ୍ଡିଜେଏମ୍ଙ୍କ ବଦଳି ଦାବି କରି ସଂଘ ପକ୍ଷରୁ ଗତକାଲି ଠାରୁ ସମସ୍ତ କୋର୍ଟ କାର୍ଯ୍ୟ ବର୍ଜନ କରାଯାଇଛି । ରାଉରକେଲା କୋର୍ଟ ପରିସରରେ ଏସ୍ଡିଜେଏମ୍, ଜେଏମ୍ଏଫସି( ରୁରାଲ), ସିଭିଲ ଜଜ୍ (ଜୁନିୟର), ସିଭିଲ ଜଜ୍ (ସିନିୟର), ଏସିଜେଏମ୍, ପ୍ରଥମ ଏଡିଜେ, ଦ୍ୱିତୀୟ ଏଡିଜେ କୋର୍ଟ ରହିଛି । ଏହି କୋର୍ଟ ଉପରେ ରାଉରକେଲା ନିର୍ବାଚନ ମଣ୍ଡଳୀ, ରଘୁନାଥପାଲି ନିର୍ବାଚନ ମଣ୍ଡଳୀ, ବୀରମିତ୍ରପୁର, ବିଶ୍ରା, ବ୍ରାହ୍ମଣୀତରଙ୍ଗ ଥାନା ଅଞ୍ଚଳରେ ରହୁଥିବା ଲୋକମାନେ ନ୍ୟାୟ ପାଇଁ ନିର୍ଭର କରିଥାନ୍ତି । ପ୍ରତ୍ୟେକ ଦିନ ବିଭିନ୍ନ ଥାନାରୁ ୩୦ରୁ ୪୦ଟି ମାମଲା କୋର୍ଟକୁ ଆସୁଥିବା ବେଳେ ଶତାଧିକ ଅଭିଯୁକ୍ତଙ୍କୁ ବିଚାର ପାଇଁ ଏଠାକୁ ପଠାଯାଇଥାନ୍ତି । ସେହିପରି ପ୍ରତ୍ୟେକ ଦିନ ପ୍ରାୟ ଏକ ହଜାର ମାମଲାର ଶୁଣାଣି ହୋଇଥାଏ । ଏବେ ଆଇନଜୀବୀଙ୍କ କୋର୍ଟ ବର୍ଜନ ଯୋଗୁଁ ଲୋକମାନେ ନାହିଁ ନ ଥିବା ସମସ୍ୟାର ସମ୍ମୁଖୀନ ହେଉଛନ୍ତି । ନିୟମ ଅନୁଯାୟୀ କେତେକ ଘଟଣାର ନିର୍ଦ୍ଧାରିତ ସମୟ ମଧ୍ୟରେ କୋର୍ଟରେ ମାମଲା ରୁଜୁ କରାଯିବ । ଯାହାକି ବ୍ୟାଧିତ ହୋଇଛି । ଗତ ୯ ତାରିଖରୁ ଏଡିଜେଙ୍କ କୋର୍ଟରୁ ଜାମିନ ମଞ୍ଜୁର ହୋଇଥିବା ଅଭିଯୁକ୍ତଙ୍କର ଜାମିନ ମିଳି ପାରୁ ନାହିଁ । କାରଣ ଆଇନଜୀବୀମାନେ ଗତ ୯ ତାରିଖରୁ ଏସ୍ଡିଜେଏମ୍ କୋର୍ଟ ବର୍ଜନ କରିଛନ୍ତି । ଛୋଟ ଛୋଟ ଅପରାଧରେ ପୁଲିସ୍ ଗିରଫ କରୁଥିବା ଅଭିଯୁକ୍ତଙ୍କୁ ମଧ୍ୟ ଜାମିନ ମିଳି ପାରୁ ନାହିଁ । ଏଡିଜେଙ୍କ କୋର୍ଟରେ ଖାରଜ ହୋଇଥିବା ଜାମିନକୁ ନେଇ ଅଭିଯୁକ୍ତମାନେ ଉଚ୍ଚ ନ୍ୟାୟାଳୟକୁ ଯାଇ ପାରୁ ନାହାନ୍ତି । କୌଣସି ମାମଲାର ଶୁଣାଣି ହୋଇ ପାରୁ ନାହିଁ । ପୁଲିସ୍ କୌଣସି ମାମଲାରେ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କଲେ ତାଙ୍କ ପରିବାର ଚିନ୍ତାରେ ପଡୁଛନ୍ତି ।
Comments are closed, but trackbacks and pingbacks are open.