ଭଦ୍ରକ: ମୋଟର ଯାନ ଆଇନ ଉଲ୍ଲଂଘନ ଅଭିଯୋଗରେ ଟ୍ରକ୍ ଉପରେ ୫୮ ହଜାର ଟଙ୍କାର ଫାଇନ୍ ହୋଇଛି। ଭଦ୍ରକ ତିହିଡ଼ିରେ ଜିଲ୍ଲା ପରିବହନ ବିଭାଗ ପକ୍ଷରୁ ଏକ ଟ୍ରକକୁ ଅଟକ ରଖିବା ସହ ଏତେ ଟଙ୍କାର ଚାଲାଣ କଟାଯାଇଛି।
ମହାରାଷ୍ଟ୍ର ରେଜିଷ୍ଟ୍ରେସନ ନମ୍ବର ଥିବା ଏ ଟ୍ରକଟି ଭଦ୍ରକ ନିଶ୍ଚିନ୍ତପୁର ସେବା ସମବାୟ ସମିତିରୁ ଧାନ ନେଇ ସମ୍ବଲପୁର ଯାଉଥିଲା। ତେବେ ତିହିଡ଼ିରେ ଚାନ୍ଦା ଆଦାୟକୁ ନେଇ ପୁଲିସ ଟ୍ରକକୁ ଅଟକ ରଖି ଆଞ୍ଚଳିକ ପରିବହନ ବିଭାଗକୁ ଜଣାଇଥିଲା। ପରିବହନ ବିଭାଗ ତିହିଡ଼ି ଆସି ଟ୍ରକ୍ ଯାଞ୍ଚ କରିବା ପରେ ଏହାର କାଗଜପତ୍ର ଠିକ୍ ନଥିବା ଜାଣିବାକୁ ପାଇଥିଲା। ପରେ ଓଭର ଲୋଡିଂ, ଚାଳକର ଡିଏଲ ନଥିବା, ପ୍ରଦୂଷଣ ସାର୍ଟିଫିକେଟ୍ ଓ ପରମିଟ୍ ନଥିବାରୁ ୫୮ ହଜାର ୪୦ ଟଙ୍କାର ଫାଇନ କାଟିଥିଲା।
Comments are closed, but trackbacks and pingbacks are open.