ଆଇନ ସହାୟତା ଦେବେ ରାଜ୍ୟ ସରକାର

Get real time updates directly on you device, subscribe now.

ଅନେକ ବୈଧ ଭାରତୀୟ ନାଗରିକ ଏନ୍ଆରସି ତାଲିକାରୁ ବାଦ୍ ପଡିଥିବା ରାଜ୍ୟ ସରକାର ସ୍ୱୀକାର କରିଛନ୍ତି । କିନ୍ତୁ ସେମାନେ ଚିନ୍ତିତ ନ ହେବାକୁ ପରାମର୍ଶ ଦେଇଛନ୍ତି । ସେମାନେ ବିଦେଶୀ ଟି୍ରବୁ୍ୟନାଲରେ ଆବେଦନ କରିବାକୁ ସରକାର କହିବା ସହିତ ସେମାନଙ୍କୁ ଆଇନ ସହାୟତା ଯୋଗାଇ ଦିଆଯିବ ବୋଲି ଘୋଷଣା କରିଛନ୍ତି । ଆସାମ ସଂସଦୀୟ ବ୍ୟାପାର ମନ୍ତ୍ରୀ ଚନ୍ଦ୍ରମୋହନ ପଟୱାରୀ କହିଛନ୍ତି ଯେ ଏନ୍ଆରସି ତାଲିକାରେ ସ୍ଥାନ ପାଇ ନଥିବା ବୈଧ ଭାରତୀୟ ନାଗରିକଙ୍କୁ ସରକାର ଆଇନଗତ ସହାୟତା ଯୋଗାଇଦେବେ । ବର୍ତ୍ତମାନ ରାଜ୍ୟରେ ୧୦୦ ବିଦେଶୀ ଟ୍ରିବୁ୍ୟନାଲ କାର୍ଯ୍ୟକ୍ଷମ ଥିଲା ବେଳେ ଆସନ୍ତା ସୋମବାର ଆହୁରି ୨୦୦ ଟି୍ରବୁ୍ୟନାଲ କାର୍ଯ୍ୟକ୍ଷମ ହେବ । ତେଣୁ ଲୋକମାନେ ଏହି ଟି୍ରବୁ୍ୟନାଲରେ ଆବେଦନ କରିବାକୁ ସେ ପରାମର୍ଶ ଦେଇଛନ୍ତି । ତାଲିକା ପ୍ରସ୍ତୁତିରେ ସ୍ୱଚ୍ଛତା ଅବଲମ୍ବନ କରାଯାଇ ନଥିବା ଅଭିଯୋଗକୁ ପଟୱାରୀ ଖଣ୍ଡନ କରିଛନ୍ତି । କହିଛନ୍ତି ସୁପି୍ରମକୋର୍ଟଙ୍କ ତତ୍ତ୍ୱାବଧାନରେ ଏହି ପ୍ରକ୍ରିୟା ସମ୍ପନ୍ନ କରାଯାଇଛି । ଏପରିକି ଏନ୍ଆରସି ସଂଯୋଜକ ସିଧାସଳଖ ସୁପ୍ରିମକୋର୍ଟଙ୍କୁ ରିପୋର୍ଟ କରିଛନ୍ତି । ପ୍ରଥମ ଡ୍ରାଫ୍ଟ ତାଲିକାରୁ ବାଦ୍ ପଡିଥିବା ପ୍ରାୟ ୪୧ଲକ୍ଷରୁ ଅଧିକ ଲୋକଙ୍କ ଉପରେ ଯାଞ୍ଚ କରାଯିବା ପରେ ସେମାନଙ୍କ ମଧ୍ୟରୁ ବହୁ ଲୋକଙ୍କୁ ପୁଣି ତାଲିକାରେ ସାମିଲ କରାଯାଇଛି । ସେହିଭଳି ଆସାମ ପବ୍ଲିକ ୱାର୍କସ (ଏପିଡବ୍ଲୁ୍ୟ) ସଭାପତି ଅଭିଜିତ ଶର୍ମା କହିଛନ୍ତି ଯେ ବହୁ ବୈଧ ନାଗରିକଙ୍କୁ ତାଲିକାରୁ ବାଦ୍ ଦିଆଯାଇଛି । ତାଲିକା ପ୍ରକାଶନରେ ନିରପେକ୍ଷତା ଓ ସ୍ୱଚ୍ଛତା ଅବଲମ୍ବନ କରାଯାଇନାହିଁ । ତାଲିକାର ପୁନଃସମୀକ୍ଷା କରିବା ପାଇଁ ସେ ସୁପି୍ରମକୋର୍ଟରେ ଆବେଦନ କରିବେ । ଅନ୍ୟପକ୍ଷରେ ଅଲ ଆସାମ ଷ୍ଟୁଡେଣ୍ଟସ ୟୁନିଅନ (ଏଏଏସ୍ୟୁ) ବାଦ୍ ପଡିଥିବା ଲୋକଙ୍କ ସଂଖ୍ୟାକୁ ନେଇ ଅସନ୍ତୋଷ ପ୍ରକାଶ କରିଛି । ସଙ୍ଗଠନର ସାଧାରଣ ସମ୍ପାଦକ ଲୁରିନଜ୍ୟୋତି ଗୋଗୋଇ କହିଛନ୍ତି ଯେ ତାଲିକାରେ ଅସଙ୍ଗତି ରହିଛି । ପୂର୍ବରୁ ରାଜ୍ୟ ସରକାର ବହୁସଂଖ୍ୟକ ବେଆଇନ ନାଗରିକ ଅଛନ୍ତି ବୋଲି ଦାବି କରିଆସୁଥିଲେ । ମାତ୍ର ତାଲିକା ପ୍ରକାଶ ପରେ ସରକାରଙ୍କ ଦାବି ଓ ବାଦ୍ ପଡିଥିବା ଲୋକଙ୍କ ସଂଖ୍ୟାରେ ଆକାଶପାତାଳ ଫରକ ରହିଛି । ତେଣୁ ସେ ଏହି ଅସଙ୍ଗତି ବିରୋଧରେ ସୁପି୍ରମକୋର୍ଟ ଯିବେ । ବେଆଇନ ବାଂଲାଦେଶୀ ନାଗରିକଙ୍କୁ ଚିହ୍ନଟ କରି ସେମାନଙ୍କୁ ବିତାଡିତ କରିବା ଲାଗି ଏଏଏସ୍ୟୁ ରାଜ୍ୟରେ ଆନେ୍ଦାଳନ ଚଳାଇ ଆସିଛି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons