ଆଇପିଏଲରେ କୋହଲିଙ୍କ ବିରାଟ ରେକର୍ଡ

Get real time updates directly on you device, subscribe now.

ନୂଆଦିଲ୍ଲୀ : ଚଳିତ ଆଇପିଏଲ୍‌ ଟୁର୍ଣ୍ଣାମେଣ୍ଟର ୩୧ ତମ୍‌ ମ୍ୟାଚ୍‌ ସହ ରୟାଲ୍ ଚ୍ୟାଲେଞ୍ଜର ବେଙ୍ଗାଲୁରୁ(ଆରସିବି) ଅଧିନାୟକ ବିରାଟ କୋହଲି ଏକ ବିଶାଳ ରେକର୍ଡର ଅଧିକାରୀ ହୋଇଛନ୍ତି। ଗୋଟିଏ ଟିମ୍‌ ପାଇଁ ଆଇପିଏଲ୍‌ରେ ୨୦୦ ତମ ମ୍ୟାଚ୍‌ ପୂରା କରିଛନ୍ତି କୋହଲି। ଆଜିର ଏହି ମ୍ୟାଚ୍‌ ସହ ସମସ୍ତଙ୍କୁ ପଛରେ ପକାଇ ଆଇପିଏଲରେ ଏକ ନୂଆ ରେକର୍ଡ କରିଛନ୍ତି। ଆରସିବି ପାଇଁ ୧୮୫ ମ୍ୟାଚ୍‌ରେ ପ୍ରତିନିଧିତ୍ବ କରିଥିବା କୋହଲି ଟି-୨୦ ଚାମ୍ପିୟନ ଲିଗ୍‌ରେ ୧୫ ମ୍ୟାଚ୍‌ ଆରସିବି ପାଇଁ ଖେଳିଛନ୍ତି।
ଆଇପିଏଲ ଇତିହାସରେ କୋହଲି ସଫଳତମ ବ୍ୟାଟ୍ସମ୍ୟାନ୍ ଭାବେ ପରିଚିତ। ୨୦୦୮ରୁ ଆରସିବି ପାଇଁ ଖେଳୁଥିବା କୋହଲି ଏବେ ବି ସେହି ଟିମ୍‌ ପାଇଁ ଖେଳୁଛନ୍ତି। ୧୭୬ ଆଇପିଏଲ ଇନିଂସ୍‌ରେ ୩୮.୫୬ ଆଭେରେଜ୍‌ ସହ ୫,୬୬୮ ରନ୍‌ ସ୍କୋର କରିଛନ୍ତି କୋହଲି। ଏହା ସହ ସେ ୫ଟି ଶତକ କରିଛନ୍ତି। ତିନି ଥର ଆଇପିଏଲ୍‌ ରନର୍ସ ଅପ୍‌ ଟିମ୍ କୋହଲିଙ୍କୁ ୨୦୦୮ରେ ସାମିଲ କରିଥିଲା। ଏହି ନିଷ୍ପତ୍ତି ମାଷ୍ଟରଷ୍ଟେ୍ରାକ ସାବ୍ୟସ୍ତ ହୋଇଛି। ଏବେ ଆଇପିଏଲ୍‌ରେ ଅଧିକ ଟଙ୍କା ପାଉଥିବା ଖେଳାଳି ହେଉଛନ୍ତି ବିରାଟ।
ଗୋଟିଏ ଫ୍ରାଞ୍ଚାଇଜ୍‌ ପାଇଁ ଅଧିକ ମ୍ୟାଚ୍ ଖେଳିଥିବା ଲିଷ୍ଟର ଶୀର୍ଷରେ ବିରାଟ କୋହଲି। ତାଙ୍କ ତଳକୁ ୧୯୧ ମ୍ୟାଚ୍‌ ସହ ଦ୍ବିତୀୟରେ ରହିଛନ୍ତି ଏମଏସ୍‌ ଧୋନୀ। ୧୮୭ ମ୍ୟାଚ୍‌ ସହ ତୃତୀୟରେ ସୁରେଶ ରୈନା। ୧୭୭ ମ୍ୟାଚ୍‌ କିରେନ ପୋଲର୍ଡ ଚତୁର୍ଥରେ ଥିବା ବେଳେ ୧୫୯ ମ୍ୟାଚ୍‌ ସହ ରୋହିତ ଶର୍ମା ପଞ୍ଚମରେ ରହିଛନ୍ତି।
ଅନ୍ୟପଟେ ଗୋଟିଏ ଟିମ୍‌ରେ ଲଗାତର ୧୨୯ ମ୍ୟାଚ୍‌ ଖେଳି ରେକର୍ଡ କରିଛନ୍ତି କୋହଲି। ପ୍ରଥମରେ ୧୩୪ ମ୍ୟାଚ୍‌ ସହ ରୈନା ରହିଥିବା ବେଳେ ୧୩୩ ମ୍ୟାଚ୍‌ ସହ ରୋହିତ ଦ୍ବିତୀୟରେ ଅଛନ୍ତି। କୋହଲି ତୃତୀୟ ସ୍ଥାନରେ ରହିଥିବା ବେଳେ ୧୧୯ ମ୍ୟାଚ୍‌ ଧୋନୀ ଚତୁର୍ଥରେ ଅଛନ୍ତି। କେକେଆର ପାଇଁ ଖେଳୁଥିବା ଗୌତମ ଗମ୍ଭୀର ୧୦୮ ରନ୍‌ ସହ ପଞ୍ଚମ ସ୍ଥାନରେ ରହିଛନ୍ତି।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons