ଆଇବିସିର ‘ଫ୍ରେସ୍ ଷ୍ଟାର୍ଟ’ ବ୍ୟବସ୍ଥା:କ୍ଷୁଦ୍ର ଋଣକର୍ତ୍ତା ପାଇବେ ଋଣ ଛାଡ଼

Get real time updates directly on you device, subscribe now.

ନୂଆଦିଲ୍ଲୀ: କ୍ଷୁଦ୍ର ଚାପଗ୍ରସ୍ତ ଋଣକର୍ତ୍ତାଙ୍କ ଋଣକୁ ଛାଡ଼ କରାଯିବ । ଇନ୍ସଲ୍ଭେନ୍ସି ଓ ବ୍ୟାଙ୍କରପ୍ସି କୋଡ୍ (ଆଇବିସି)ର ‘ଫ୍ରେସ୍ ଷ୍ଟାର୍ଟ’ ବ୍ୟବସ୍ଥାଅଧୀନରେ କ୍ଷୁଦ୍ର ଚାପଗ୍ରସ୍ତ ଋଣକର୍ତ୍ତାଙ୍କୁ ଏହି ସୁବିଧା ଯୋଗାଇ ଦିଆଯିବ । କର୍ପୋରେଟ୍ ବ୍ୟାପାର ସଚିବ ଇଞ୍ଜେତି ଶ୍ରୀନିବାସ ରବିବାର ଏଭଳି ସୂଚନା ଦେଇଛନ୍ତି ।
ଏକ ସାକ୍ଷାତ୍କାରରେ ଶ୍ରୀନିବାସ କହିଛନ୍ତି, ସରକାର ନିକଟରେ ମାଇକ୍ରୋଫାଇନାନ୍ସ ଶିଳ୍ପ ସହଆଲୋଚନା କରିଛନ୍ତି । ପ୍ରସ୍ତାବିତ ଋଣ ଛାଡ଼ ପାଇଁଆର୍ଥିକ ଦୁର୍ବଳ ବର୍ଗ (ଇଡବ୍ଲ୍ୟୁଏସ୍)ର କ୍ଷୁଦ୍ର ଚାପଗ୍ରସ୍ତ ଋଣକର୍ତ୍ତାଙ୍କ ଚୟନ ମାନଦଣ୍ଡ ସମ୍ପର୍କରେ ଏଥିରେଆଲୋଚନା ହୋଇଛି ।
ସେ ସ୍ପଷ୍ଟ କରିଛନ୍ତି ଯେ ବ୍ୟକ୍ତିଗତ ଦେବାଳିଆରଅଂଶସ୍ୱରୂପ ମିଳିବାକୁ ଥିବା ଏହି ଋଣ ଛାଡ଼ ଇଡବ୍ଲ୍ୟୁଏସ୍ ବର୍ଗର ସବୁଠୁ ଚାପଗ୍ରସ୍ତ ଋଣକର୍ତ୍ତାମାନଙ୍କୁ ହିଁ ପ୍ରଦାନ କରାଯିବ । ସେହିଭଳି ଯଦି ଜଣେ ଋଣ କର୍ତ୍ତା ଥରେ ‘ଫ୍ରେସ୍ ଷ୍ଟାର୍ଟ’ ଋଣ ଛାଡ଼ର ସୁବିଧା ନେଇଛନ୍ତି, ତେବେ ପରବର୍ତ୍ତୀ ୫ ବର୍ଷ ପାଇଁ ତାଙ୍କୁଆଉ ଏହି ସୁବିଧା ମିଳିବ ନାହିଁ । ଏହି ବ୍ୟବସ୍ଥାରେ ମାଇକ୍ରୋଫାଇନାନ୍ସ ସଂସ୍ଥାଗୁଡ଼ିକର ସନ୍ତୁଷ୍ଟି ମୁତାବକ ନିରାପଦ ପଦକ୍ଷେପ ନିଆଯାଇଥିବା ଶ୍ରୀନିବାସ କହିଛନ୍ତି ।
କର୍ପୋରେଟ୍ ବ୍ୟାପାର ସଚିବ କହିଛନ୍ତି, ଏହା କେଶ ବିନ୍ୟାସ ଭଳି । ଏହା ଜରିଆରେ କ୍ଷୁଦ୍ର ଋଣକର୍ତ୍ତାଙ୍କୁ ସାମାନ୍ୟଆଶ୍ୱସ୍ତ କରିବାକୁ ଲକ୍ଷ୍ୟ ରଖାଯାଇଛି ।ଆଗାମୀ ୩ରୁ ୪ ବର୍ଷଅବଧି ଭିତରେ ସର୍ବାଧିକ ୧୦,୦୦୦ କୋଟି ଟଙ୍କା ପର୍ଯ୍ୟନ୍ତ କ୍ଷୁଦ୍ର ଋଣ ଛାଡ଼ କରିବାକୁ ସରକାର ଯୋଜନା ରଖିଛନ୍ତି ।
ଆଇବିସିର ‘ଫ୍ରେସ ଷ୍ଟାର୍ଟ’ ପାଇଁ ବିଭିନ୍ନ ପ୍ରକାର ସୀମା ରହିଛି । ଏହି ସୁବିଧାର ସୁଯୋଗ ପାଇବାକୁ ଥିବା ଋଣକର୍ତ୍ତାଙ୍କ ବାର୍ଷିକଆୟ ୬୦,୦୦୦ ଟଙ୍କାରୁଅଧିକ ହୋଇ ନ ଥିବାଆବଶ୍ୟକ । ସେହିଭଳି ଋଣକର୍ତ୍ତାଙ୍କ ଋଣ ପରିମାଣ ୩୫,୦୦୦ ଟଙ୍କାରୁଅଧିକ ହୋଇ ନ ଥିବା ଦରକାର । ସେହିପରି ନିଜସ୍ୱ ବାସଗୃହ ଥିବା ଋଣକର୍ତ୍ତା ଏହି ଋଣ ଛାଡ଼ ସୁବିଧା ପାଇପାରିବେ ନାହିଁ ବୋଲି ଶ୍ରୀନିବାସ କହିଛନ୍ତି ।
ସେ କହିଛନ୍ତି, ଏହି ବ୍ୟବସ୍ଥା ମାଇକ୍ରୋଫାଇନାନ୍ସ ଶିଳ୍ପ ଧ୍ୱଂସ ମୁଖକୁ ନେବନାହିଁ । ଏ ପ୍ରସଙ୍ଗରେ ମାଇକ୍ରୋଫାଇନାନ୍ସ ଶିଳ୍ପ ସହଆଲୋଚନା କରାଯାଇଥିଲା । ସେମାନଙ୍କର ସମସ୍ତ ପ୍ରସଙ୍ଗକୁ ଠିକ୍ ଭାବେ ବିଚାର କରାଯାଇଛି । ବରଂ କ୍ଷୁଦ୍ର ଚାପଗ୍ରସ୍ତ ଋଣକର୍ତ୍ତାଙ୍କୁ ଏହା ସାମାନ୍ୟଆଶ୍ୱସ୍ତ କରିବ ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons