ଆଇସିଆଇସିଆଇ ବ୍ୟାଙ୍କର ନୂଆ ନିୟମ:ପ୍ରତି କାରବାରରେ ୧୨୫ ଟଙ୍କା ଗଣିବେ ଜିରୋ ବାଲାନ୍ସ ଖାତାଧାରୀ

Get real time updates directly on you device, subscribe now.

ଚେନ୍ନାଇ: ଆଇସିଆଇସିଆଇ ବ୍ୟାଙ୍କ ଏହାର ‘ଜିରୋ ବାଲାନ୍ସ’ ଖାତାଧାରୀଙ୍କୁ ଝଟ୍କା ଦେଇଛି । ଏମାନଙ୍କ ଉପରେ ଅତିରିକ୍ତ ଦେୟ ଲାଗୁ କରିଛି । ପ୍ରତ୍ୟେକ କାରବାରରେ ଏମାନେ ୧୦୦ରୁ ୧୨୫ ଟଙ୍କା ଗଣିବେ । ଅକ୍ଟୋବର ୧୬ ତାରିଖରୁ ଏହା ଲାଗୁ ହେବ ବୋଲି ବ୍ୟାଙ୍କ ପକ୍ଷରୁ କୁହାଯାଇଛି ।
ବ୍ୟାଙ୍କ କହିଛି ଯେ ଏହାର ଶାଖାଗୁଡ଼ିକରୁ ନଗଦ ଉଠାଣ ପାଇଁ ଜିରୋ ବାଲାନ୍ସ ଖାତାଧାରୀଙ୍କ ଉପରେ ୧୦୦ରୁ ୧୨୫ ଟଙ୍କା ଦେୟ ଲାଗୁ ହେବ । ସେହିପରି ଶାଖାରେ ଥିବା ମେସିନ୍ ଜରିଆରେ ଟଙ୍କା ଜମା କଲେ ମଧ୍ୟ ଏଥିପାଇଁ ଅତିରିକ୍ତ ଦେୟ ଲାଗିବ । ଏ ବାବଦରେ ଶୁକ୍ରବାର ରାତିରେ ବ୍ୟାଙ୍କ ଏହାର ଗ୍ରାହକମାନଙ୍କୁ ଅବଗତ କରାଇ ଦେଇଛି ।
ଆଇସିଆଇସିଆଇ ବ୍ୟାଙ୍କ କହିଛି ଯେ ଏହା ବେନଗଦୀ କାରବାର ଉପରେ ଅଧିକ ଫୋକସ୍ କରୁଛି । ଡିଜିଟାଲ ଇଣ୍ଡିଆ କାର୍ଯ୍ୟକ୍ରମକୁ ସମର୍ଥନ ଦେବା ପରିପ୍ରେକ୍ଷୀରେ ଏହା ଏଭଳି ପଦକ୍ଷେପ ନେଇଛି । ବେନଗଦୀ କାରବାର ପାଇଁ ଲାଗୁ ହେଉଥିବା କେତେକ ଦେୟକୁ ଏହା ହଟାଇ ଦେଇଛି ।
ଏନ୍ଇଏଫ୍ଟି, ଆର୍ଟିଜିଏସ୍ ଏବଂ ୟୁପିଆଇ କାରବାର ଜରିଆରେ ହେଉଥିବା ପାଣ୍ଠି ସ୍ଥାନାନ୍ତର ନିମନ୍ତେ ସମସ୍ତ ଦେୟକୁ ହଟାଇ ଦିଆଯାଇଛି । ମୋବାଇଲ୍ ଅଥବା ଇଣ୍ଟରନେଟ୍ ବ୍ୟାଙ୍କିଙ୍ଗ୍ ବ୍ୟବହାର କରାଯାଇ ଏଭଳି କାରବାର କରାଯାଇଥାଏ ।
ଆଇସିଆଇସିଆଇ ବ୍ୟାଙ୍କ ଶାଖାରେ ୧୦,୦୦୦ ଟଙ୍କାରୁ ୧୦ ଲକ୍ଷ ଟଙ୍କାର କାରବାର ପାଇଁ ଏବେ ଏନ୍ଇଏଫ୍ଟି ଦେଣନେଣ ଦେୟ ୨.୨୫ ଟଙ୍କାରୁ ୨୪.୭୫ ଟଙ୍କା ରହିଛି । ସେହିଭଳି ୨ ଲକ୍ଷରୁ ୧୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଆର୍ଟିଜିଏସ୍ କାରବାର କ୍ଷେତ୍ରରେ ୨୦ରୁ ୪୫ ଟଙ୍କା (ଜିଏସ୍ଟି) ଲାଗୁ ହେଉଛି । ତେବେ ବ୍ୟାଙ୍କ ଏହାର ଗ୍ରାହକଙ୍କୁ ସେମାନଙ୍କ ଜିରୋ ବାଲାନ୍ସ ଆକାଉଣ୍ଟକୁ କୌଣସି ଏକ ମୌଳିକ ଖାତାରେ ପରିଣତ କରିବାକୁ ପରାମର୍ଶ ଦେଇଛି । ନଚେତ୍ ଏଭଳି ଆକାଉଣ୍ଟକୁ ବନ୍ଦ କରିଦେବା ଉଚିତ ବୋଲି ଏହା କହିଛି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons