ଆଈ, ନାତୁଣୀଙ୍କୁ ଦଳିଦେଲା ଦନ୍ତା

Get real time updates directly on you device, subscribe now.

ବୈଶିଙ୍ଗା,(ବି.ବି.ନୁ୍ୟଜ): ସାରା ରାଜ୍ୟରେ ଆଜି କରୋନା ମୁକାବିଲା ପାଇଁ ସଟ୍ଡାଉନ୍ ଚାଲିଥିବା ବେଳେ ମୟୂରଭଞ୍ଜ ଜିଲ୍ଲା ବିଶୋଇ ବନବିଭାଗ ରାଜାବସା ବିଟ୍ ଟୁଙ୍ଗୁରୁ ସଂରକ୍ଷିତ ଜଙ୍ଗଲ ବିଙ୍ଗବୁରୁ ପାହାଡ଼ରେ ଆଜି ସକାଳେ ଘଟିଛି ଏକ ଅଘଟଣ । ଉକ୍ତ ଜଙ୍ଗଲରେ ଆଜି କିଛି ଲୋକ ମାଠା ଶାଗ ଓ ରାଇଫଳ ଆଣିବାକୁ ଯାଇଥିବାବେଳେ ଦନ୍ତା ହାତୀ ଆକ୍ରମଣର ଶିକାର ହୋଇଥିଲେ । ଘଟଣାସ୍ଥଳେ ୨ ଜଣଙ୍କ ମୃତୁ୍ୟ ହୋଇଥିବାବେଳେ ଅନ୍ୟ ଜଣେ ଗୁରୁତର ହୋଇଛନ୍ତି । ଅନ୍ୟ ୪ ଜଣ ହାତୀ ହାବୁଡ଼ରୁ ଅଳ୍ପକେ ଖସି ଯାଇ ଜୀବନବିକଳରେ ଦୌଡ଼ି ପଳାଇ ଆସିଥିଲେ ।
ଆକ୍ରମଣରେ ଦୁଧକୁଣ୍ଡି ଖଡ଼ମବେଡ଼ାର ସାଦେ ମୁର୍ମୁଙ୍କ ସ୍ତ୍ରୀ, କାନ୍ଦ୍ରି ମୁର୍ମୁ(୪୫) ଓ ତାଙ୍କ ନାତୁଣୀ ମେଗନା ବିନ୍ଧାଣୀଙ୍କ ଘଟଣାସ୍ଥଳରେ ହିଁ ମୃତୁ୍ୟ ହୋଇଥିଲା । ସାଦେ ମୁର୍ମୁ ସାମାନ୍ୟ ଆହତ ହୋଇଥିବାବେଳେ ତାଙ୍କ ଝିଅ ଧାନୀ ବିନ୍ଧାଣୀ(୩୦) ଗୁରୁତର ଅବସ୍ଥାରେ ବିଶୋଇ ମେଡିକାଲ ଓ ପରେ ବାରିପଦା ପିଆରଏମ୍କୁ ସ୍ଥାନାନ୍ତର କରାଯାଇଛି । ଗ୍ରାମର ଅନ୍ୟମାନେ ମାଝିଆ ସୋରେନ୍, ନରସିଂହ ସୋରେନ୍ ଓ ଦୁଲାରୀ ସୋରେନ୍ ହାତୀ ଆକ୍ରମଣରୁ ଅଳ୍ପକେ ବର୍ତ୍ତି ଯାଇଛନ୍ତି ।
ଖବରପାଇ ଘଟଣାସ୍ଥଳକୁ ରାଇରଙ୍ଗପୁର ଏସିଏଫ୍ ନବୀନ ଚନ୍ଦ୍ର ନାଏକ, ବିଶୋଇ ରେଞ୍ଜର ପ୍ରଦୀପ କୁମାର ପୃଷ୍ଟି, ସନତ ବେହେରା, ବିଶୋଇ ଥାନା ଏସ୍ଆଇ ବିନାୟକ ବେହେରା, ରାଜେନ୍ଦ୍ର ନାଥ ଗିରି, ସୁବ୍ରତ ମହାନ୍ତି ପ୍ରମୁଖ ପହଞ୍ଚି ତଦନ୍ତ କରିଥିଲେ । ବନବିଭାଗ ପକ୍ଷରୁ ମୃତକଙ୍କ ଅନ୍ତେ୍ୟଷ୍ଟି କ୍ରିୟା ପାଇଁ ୫ ହଜାର ଟଙ୍କା ଲେଖାଏଁ ପ୍ରଦାନ କରିଛନ୍ତି । ଏନେଇ ବିଶୋଇ ଥାନାରେ ୧୧/୨୧ରେ ଏକ ଅପମୃତୁ୍ୟ ମାମଲା ରୁଜୁ ହୋଇଛି । ଆଈନାତୁଣୀଙ୍କ ଶବକୁ ବ୍ୟବଚ୍ଛେଦ ପାଇଁ ରାଇରଙ୍ଗପୁର ମେଡିକାଲକୁ ପଠାଯାଇଛି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons