
ଜୟପୁର,(ବାସୁଦେବ ଜେନାଙ୍କ ରିପୋର୍ଟ): ସ୍ଥାନୀୟ କୋଭିଡ୍ ହସପିଟାଲରେ ଆଜି ଆଉ ଜଣଙ୍କ ଜୀବନ ଯାଇଛି । ମହାମାରୀର ଶିକାର ହୋଇଥିବା ମୃତା ହେଉଛନ୍ତି କୋଟପାଡ଼ ବ୍ଲକ ଅଞ୍ଚଳର ଜଣେ ୪୦ ବର୍ଷୀୟା ମହିଳା । ପ୍ରଶାସନ ପକ୍ଷରୁ କୋଭିଡ୍ ଗାଇଡ୍ଲାଇନ୍ ଅନୁଯାୟୀ ମୃତଦେହ ସ+ାର କରାଯାଇଛି । ଏ ସମ୍ପର୍କରେ ପ୍ରଶାସନ ପକ୍ଷରୁ କୌଣସି ଘୋଷଣା କରାଯାଇନି । ଆଜିର ମୃତାଙ୍କୁ ମିଶାଇଲେ ବେସରକାରୀ ଭାବେ ଏବର୍ଷ କୋଭିଡ୍ ହସପିଟାଲରେ ୬୫ ଜଣଙ୍କ ମୃତୁ୍ୟ ହେଲାଣି ।
ମିଳିଥିବା ସୂଚନା ଅନୁଯାୟୀ, ମହିଳା ଜଣଙ୍କ କିଛିଦିନ ତଳେ ଅସୁସ୍ଥ ହୋଇ ପଡ଼ିଥିଲେ । ତାଙ୍କ ରିପୋର୍ଟ ପଜିଟିଭ୍ ଆସିଥିଲା । ଅବସ୍ଥା ବିଗିଡ଼ିଯିବାରୁ ୩ ଦିନ ତଳେ ତାଙ୍କୁ ଏଠାକାର କୋଭିଡ୍ ହସପିଟାଲରେ ଭର୍ତ୍ତି କରାଯାଇଥିଲା । ଅବସ୍ଥା ଗୁରୁତର ଥିବାରୁ ଆଇସିୟୁରେ ଭର୍ତ୍ତି କରାଯାଇ ଭେଣ୍ଟିଲେଟର ସପୋର୍ଟ ଦିଆଯାଇଥିଲା । ଡାକ୍ତରଙ୍କ ଉଦ୍ୟମ ସତ୍ତେ୍ୱ ଆଜି ପାହାନ୍ତିଆରେ ସେ ଶେଷ ନିଃଶ୍ୱାସ ତ୍ୟାଗ କରିଥିଲେ । ଏ ସମ୍ପର୍କରେ ମୃତାଙ୍କ ପରିବାରକୁ ପ୍ରଶାସନ ପକ୍ଷରୁ ଅବଗତ କରାଯାଇଥିଲା । ଆଜି ପ୍ରଶାସନ ପକ୍ଷରୁ ସ୍ଥାନୀୟ ଚମ୍ପାକୁପୁଲି ଶ୍ମଶାନରେ ଅନ୍ତିମ ସଂସ୍କାର କରାଯାଇଥିଲା ।
Comments are closed, but trackbacks and pingbacks are open.