ଆଉ ଜଣେ ମୃତ, କୋଭିଡ୍ ମୃତୁ୍ୟସଂଖ୍ୟା ୪୪

Get real time updates directly on you device, subscribe now.

କୋରାପୁଟ: ଜିଲ୍ଲାରେ ସଂକ୍ରମଣ ହାର କମୁଛି । ବୁଧବାର ୧୪୨ଜଣ ଆକ୍ରାନ୍ତ ହୋଇଥିବା ବେଳେ ଜଣଙ୍କ ମୃତୁ୍ୟ ଘଟିଛି । ଅନ୍ୟପକ୍ଷରେ ଆଜି ୨୦୬ ଜଣ ସୁସ୍ଥ ହୋଇଛନ୍ତି । ଆଜିର ମୃତକଙ୍କୁ ମିଶାଇ ଏହି ସଂଖ୍ୟା ଏବେ ୪୪ରେ ପହଞ୍ଚିଛି ।
ଜିଲ୍ଲା ମୁଖ୍ୟ ଚିକିତ୍ସାଅଧିକାରୀ ଡା.ମକରନ୍ଦ ବେଉରା କହିଛନ୍ତି, ବୁଧବାର ଆକ୍ରାନ୍ତଙ୍କୁ ମିଶାଇ ଜିଲ୍ଲାରେ ସଂକ୍ରମିତଙ୍କ ସଂଖ୍ୟା ୧୬ ହଜାର ୪୮୪ରେ ପହଞ୍ଚିଛି । ସେମାନଙ୍କ ମଧ୍ୟରୁ ୧୪ହଜାର ୫୯୪ଜଣ ସୁସ୍ଥ ହୋଇଛନ୍ତି । ଆଜି ୧୮୪୬ଜଣ ସକ୍ରିୟ କରୋନା ରୋଗୀ ଜିଲ୍ଲାରେ ଅଛନ୍ତି । ସେମାନଙ୍କ ମଧ୍ୟରୁ ଜୟପୁର କୋଭିଡ଼ ହସ୍ପିଟାଲରେ ୭୬ଜଣ ଚିକିତ୍ସା ହେଉଥିବା ବେଳେ କୋରାପୁଟ ସହିଦ ଲକ୍ଷ୍ମଣ ନାୟକ ମେଡ଼ିକାଲ କଲେଜ ଓ ହସ୍ପିଟାଲରେ ୩୫, ସୁନାବେଡ଼ା କୋଭିଡ଼ ହସ୍ପିଟାଲରେ ୬, ଜୟପୁର କୋଭିଡ଼ କେୟାର ସେଣ୍ଟରରେ ୧୯, କୋରାପୁଟ କୋଭିଡ଼ କେୟାର ସେଣ୍ଟରରେ ୨୯ଜଣ ଚିକିତ୍ସିତ ହେଉଛନ୍ତି । ବଳକା ରୋଗୀ କ୍ଲଷ୍ଟର ଟିଏମସି ଓ ନିଜ ଘରେ ରହି ଚିକିତ୍ସା ହେଉଛନ୍ତି । ବୁଧବାର ଆକ୍ରାନ୍ତଙ୍କ ମଧ୍ୟରେ ଜୟପୁର ପୌରାଞ୍ଚଳରେ ସର୍ବାଧିକ ୨୫ଜଣ ପଜିଟିଭ୍ ଚିହ୍ନଟ ହୋଇଥିବା ବେଳେ କୋରାପୁଟ ପୌରାଞ୍ଚଳରେ ୧୬, ସୁନାବେଡ଼ା ପୌରାଞ୍ଚଳରେ ୩, କୋଟପାଡ଼ ବିଜ୍ଞାପିତ ଅଞ୍ଚଳରେ ୭ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ସେହିପରି ବନ୍ଧୁଗାଁ ବ୍ଲକ, ଦଶମନ୍ତପୁର ବ୍ଲକ, ଲକ୍ଷ୍ମୀପୁର ବ୍ଲକ, ନାରାୟଣପାଟଣା ଓ ସେମିଳିଗୁଡ଼ା ବ୍ଲକରେ ୨ଜଣ ଲେଖାଏଁ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । କୁନ୍ଦୁରା ଓ ଜୟପୁର ବ୍ଲକରେ ୭ଜଣ ଲେଖାଏଁ, ବୈପାରିଗୁଡ଼ାରେ ୧୦, ବୋରିଗୁମ୍ମାରେ ୧୪, କୋଟପାଡ଼ରେ ୯, ଲମତାପୁଟରେ ୧୫, ନନ୍ଦପୁରରେ ୪ ଓ ପଟ୍ଟାଙ୍ଗି ବ୍ଲକରେ ୩ଜଣ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ସୂଚନା ଥାଉ କି ମଙ୍ଗଳବାର ସୁଦ୍ଧା ଜିଲ୍ଲାରେ ୩ଲକ୍ଷ ୪ ହଜାର ୩୩ଜଣ ଟିକା ନେଇଥିବା ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି ।

ରିପୋର୍ଟ: ସତ୍ୟ ନାରାୟଣ ସାହୁ

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons