ଆଉ ନାହାନ୍ତି ଭିଜିଲାନ୍ସ ଡିଜି ଦେବାଶିଷ ପାଣିଗ୍ରାହୀ

Get real time updates directly on you device, subscribe now.

କଟକ: ରାଜ୍ୟ ଭିଜିଲାନ୍ସ ନିଦେ୍ର୍ଧଶକ, ଆଇପିଏସ୍ ତଥା ବିଶିଷ୍ଟ ଗାଳ୍ପିକ ଡ. ଦେବାଶିଷ ପାଣିଗ୍ରାହୀ ଆଉ ନାହାନ୍ତି । କରୋନାରେ ଆକ୍ରାନ୍ତ ହୋଇ ଗୁରୁତର ଅସୁସ୍ଥ ଅବସ୍ଥାରେ କୋଲକାତାସ୍ଥିତ ମେଡିକା ସୁପର୍ ସ୍ପେସାଲ୍ ହସ୍ପିଟାଲ୍ରେ ସେ ଚିକିତ୍ସିତ ହେଉଥିଲେ । ତାଙ୍କୁ ଏକ୍ମୋ ସପୋର୍ଟରେ ରଖାଯାଇଥିଲା । ଆଜି ରାତି ପ୍ରାୟ ୧୦ଟା ୧୫ରେ ଡ. ପାଣିଗ୍ରାହୀ ଶେଷନିଃଶ୍ୱାସ ତ୍ୟାଗ କରିଥିବା ଜଣାପଡ଼ିଛି । ପୁଲିସ ପ୍ରଶାସନର ପଦାଧିକାରୀ ତଥା ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାରପ୍ରାପ୍ତ ବିଶିଷ୍ଟ ଗାଳ୍ପିକ ଡ. ପାଣିଗ୍ରାହୀଙ୍କ ଦେହାନ୍ତ ଖବର ପ୍ରଚାରିତ ହେବା ପରେ ସମଗ୍ର ରାଜ୍ୟରେ ଶୋକ ଖେଳିଯାଇଛି । ପ୍ରଶାସନିକ ଅଧିକାରୀ, ପୁଲିସ ଅଧିକାରୀ ଓ ସାହିତି୍ୟକ ମହଲରେ ଏକରକମ ସ୍ତବ୍ଧତା ଛାଇଯାଇଛି ।
ଭିଜିଲାନ୍ସ ନିଦେ୍ର୍ଧଶାଳୟରେ ଗତ ମେ’ ମାସ ୧୯ ଓ ୨୦ ତାରିଖରେ ଦୁଇ ଦିନ ବ୍ୟାପି ସମସ୍ତ କର୍ମଚାରୀଙ୍କ ସ୍ୱାବ୍ ସଂଗ୍ରହ କରାଯାଇ କୋଭିଡ୍ ପରୀକ୍ଷା କରାଯିବା ବେଳେ ଡ. ପାଣିଗ୍ରାହୀଙ୍କ ସମେତ ୧୭ ଜଣ କର୍ମଚାରୀଙ୍କର ରିପୋର୍ଟ ପଜିଟିଭ୍ ବାହାରିଥିଲା । ଡ. ପାଣିଗ୍ରାହୀ ଗତ ୨୨ ତାରିଖରେ କୋଭିଡ୍ ପଜିଟିଭ୍ ଜଣାପଡ଼ିବା ପରେ ପ୍ରଥମେ ନିଜ କ୍ୱାର୍ଟର୍ସରେ ସଙ୍ଗରୋଧରେ ରହିଥିଲେ । ମାତ୍ର ପରବର୍ତ୍ତୀ ସମୟରେ ତାଙ୍କ ସ୍ୱାସ୍ଥ୍ୟଗତ ସମସ୍ୟା ବଢ଼ିବାରୁ ୨୯ ତାରିଖରେ ସେ କଟକ ଅଶ୍ୱିନୀ କୋଭିଡ୍ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ । ଅଶ୍ୱିନୀ ହସ୍ପିଟାଲରେ ଆଡମିସନ୍ ହେଲାଦିନଠାରୁ ଡ. ପାଣିଗ୍ରାହୀଙ୍କୁ ସମସ୍ତ ପ୍ରକାର ଚିକିତ୍ସା ସୁବିଧା ଯୋଗାଇ ଦିଆଯାଇଥିଲା । ମାତ୍ର ତାଙ୍କ ସ୍ୱାସ୍ଥ୍ୟରେ ବିଶେଷ ଉନ୍ନତି ହୋଇନଥିଲା । ଡାଇବେଟିସ୍, ଉଚ୍ଚ ରକ୍ତଚାପ ସମେତ କୋଭିଡ୍ ସଂକ୍ରମଣରେ ଫୁସଫୁସ୍ ଓ ଶରୀରର ଅନ୍ୟ ଭାଗରେ ସମସ୍ୟା ଉପୁଜିବାରୁ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଅଧିକ ଖରାପ ହୋଇପଡିଥିଲା । ଏଣୁ ତାଙ୍କୁ ଗତ ୮ ତାରିଖ ଦିନ ଉଚ୍ଚତର ଚିକିତ୍ସା ପାଇଁ କୋଲକାତା ମେଡିକା ହସପିଟାଲକୁ ସ୍ଥାନାନ୍ତର କରାଯାଇଥିଲା । କୋଲକାତାରୁ ଆସିଥିବା ଏକ ୪ ଜଣିଆ ଡାକ୍ତରୀ ଟିମ୍ ତାଙ୍କୁ ଏକ୍ମୋ ସପୋର୍ଟରେ ରଖି ଏକ ସ୍ୱତନ୍ତ୍ର ଆମ୍ବୁଲାନ୍ସରେ ପ୍ରଥମେ ଭୁବନେଶ୍ୱର ବିମାନ ବନ୍ଦରରେ ପହଞ୍ଚିଥିଲେ । ଏଥିପାଇଁ କମିସନରେଟ୍ ପୁଲିସ ପକ୍ଷରୁ ଗ୍ରୀନ୍ କରିଡର୍ ବ୍ୟବସ୍ଥା କରାଯାଇ ୩୦ ମିନିଟ ଭିତରେ ଆମ୍ବୁଲାନ୍ସକୁ କଟକରୁ ଭୁବନେଶ୍ୱରକୁ ନିଆଯାଇଥିଲା । ପରେ ଭୁବନେଶ୍ୱର ବିମାନ ବନ୍ଦରରୁ ଏୟାର୍ ଆମ୍ୱୁଲାନ୍ସ ଯୋଗେ ଡ. ପାଣିଗ୍ରାହୀଙ୍କୁ ସମ୍ପୃକ୍ତ ଡାକ୍ତରୀ ଟିମ୍ କୋଲକାତା ନେଇଥିଲେ ।
ତେବେ ଗତକାଲି ସୁଦ୍ଧା ତାଙ୍କ ସ୍ୱାସ୍ଥ୍ୟାବସ୍ଥାରେ ବିଶେଷ ସୁଧାର ଆସିପାରି ନଥିଲା । ଶ୍ୱାସକ୍ରିୟାରେ ବିଶେଷ ଉନ୍ନତି ହୋଇନଥିଲା । ଫୁସଫୁସ୍ ଅଧିକ ସଂକ୍ରମିତ ହୋଇଥିବାରୁ ତାଙ୍କୁ ଏକ୍ମୋ ଚିକିତ୍ସାରେ ରଖାଯାଇଥିଲା । ବ୍ଲଡ୍ ସୁଗର୍ ଅଧିକ ରହିଥିବାରୁ, ପୁଣି କିଡ୍ନୀ ଜନିତ ସମସ୍ୟା ଥିବାରୁ ଡାକ୍ତରଙ୍କ ଉପସ୍ଥିତିରେ ଗତକାଲି ତାଙ୍କର ଡାଏଲିସିସ୍ କରାଯାଇଥିଲା । ତେବେ ଡାକ୍ତରମାନଙ୍କ ସକଳ ଚେଷ୍ଟା ସତ୍ତେ୍ୱ ଡ. ପାଣିଗ୍ରାହୀ ଆଜି ଶେଷନିଶ୍ୱାସ ତ୍ୟାଗ କରିଥିଲେ ।
୧୯୬୫ ଅଗଷ୍ଟ ୨୯ ତାରିଖରେ ବାଲେଶ୍ୱର ନୀଳଗିରିରେ ଜନ୍ମିତ ଦେବାଶିଷଙ୍କ ବାପା ବୃନ୍ଦାବନ ପାଣିଗ୍ରାହୀ ଓ ମାଆ ସୌଦାମିନୀ ଦେବୀ । ରେଭେନ୍ସାରୁ ସ୍ନାତକ, ଉ+ଳ ବିଶ୍ୱବିଦ୍ୟାଳୟରୁ ରାଜନୀତିବିଜ୍ଞାନରେ ସ୍ନାତକୋତ୍ତର ଡିଗ୍ରି ଲାଭ ପରେ, ସେ ଦିଲ୍ଲୀ ଜେଏନୟୁରୁ ଏମ୍ଫିଲ୍ ଓ ଉ+ଳରୁ ପିଏଚ୍ଡି କରିଥିଲେ । ୧୯୯୧ ମସିହାରେ ସେ ଭାରତୀୟ ପୁଲିସ ସେବାରେ ଯୋଗ ଦେଇଥିଲେ । ପତ୍ନୀ ଅଧ୍ୟାପିକା ତଥା ବିଶିଷ୍ଟ କଣ୍ଠଶିଳ୍ପୀ ଝୁମ୍କୀ ରଥ ଓ ଦୁଇ ସନ୍ତାନଙ୍କୁ ନେଇ ତାଙ୍କ ପରିବାର । କଟକ ଜିଲ୍ଲା ଏସ୍ପି ପଦବିଠାରୁ ଆରମ୍ଭ କରି ବିଭିନ୍ନ ଜିଲ୍ଲାରେ ଏସ୍ପି ଭାବେ ଏବଂ ରାଜ୍ୟ ପୁଲିସ ମୁଖ୍ୟାଳୟରେ ବହୁ ଗୁରୁତ୍ୱପୂର୍ଣ୍ଣ ପଦବିରେ ଅବସ୍ଥାପିତ ଥାଇ ସେ ଦକ୍ଷତାର ସହ କାର୍ଯ୍ୟ କରିଥିଲେ ।
ଗଳ୍ପ ସଂକଳନ ‘ତଥାକଥିତ’ ପାଇଁ ୨୦୦୦ ମସିହା ପାଇଁ ସେ ପାଇଥିଲେ ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର । ଏତଦ୍ବ୍ୟତୀତ ଅତିନ୍ଦ୍ରୀୟ, ପରିବ୍ରାଜକ, ଅନ୍ୟମନସ୍କ, ଶୁଭକାମନା, ଦ୍ରାଘିମା, ଅନାମିକା ଆଦି ତାଙ୍କ ରଚିତ ଗଳ୍ପ ସଂକଳନ, ଉପନ୍ୟାସ ପତର ଫାଙ୍କରେ ସୂର୍ଯ୍ୟ, ଔପନ୍ୟାସିକା ଅୟମାରମ୍ଭ, ଆଗଧାଡ଼ିର ଲୋକ, ପାହାଡ ପଛର ଜହ୍ନ ଆଦି ତାଙ୍କୁ ସାହିତ୍ୟ ଜଗତରେ ପ୍ରସିଦ୍ଧି ଦେଇଥିଲା । କିଛି ଦିନ ତଳେ ଗଲା ମାର୍ଚ୍ଚ ୨୧ରେ ବିଶ୍ୱ କବିତା ଦିବସ ଅବସରରେ ତାଙ୍କ ଇଂରାଜୀ କବିତା ସଂକଳନ ‘ମେଲୋଡ୍ ଉଇଥ୍ ଇୟର୍ସ’ ପ୍ରକାଶ ପାଇଥିଲା । ତାଙ୍କ ରଚିତ ଅନେକ ଗୀତ କ୍ୟାସେଟ୍ ଓ ଆଲବମ୍ରେ ସ୍ୱରବଦ୍ଧ ହୋଇ ଶ୍ରୋତାଙ୍କ ମନ ଜିଣିଛି । ‘ଧାନକିଆରୀର ମାଟିର ଗନ୍ଧରେ.. ଆମ୍ବ ବଉଳର ମହୁଆ ବାସ୍ନାରେ.. ଲେଖା ମୋ ଗାଁ ଠିକଣା’ ଶୀର୍ଷକ ତାଙ୍କ ଗୀତ ଏକଦା ଓଡ଼ିଆ ଆଲବମ୍ ଶିଳ୍ପରେ ନୂଆ ଟ୍ରେଣ୍ଡ ଆରମ୍ଭ କରିଥିଲା । ସୁବ୍ରତ ରଥ ସ୍ମାରକୀ ସମ୍ମାନ, କାଦମ୍ବିନୀ ସମ୍ମାନ ଆଦି ବହୁ ସମ୍ମାନ ଓ ସମ୍ବର୍ଦ୍ଧନା ସେ ନିଜ ସାହିତ୍ୟକୃତି ପାଇଁ ପାଇଛନ୍ତି । ତାଙ୍କ ବିୟୋଗରେ ସାରା ରାଜ୍ୟରେ ଶୋକ ଖେଳିଯାଇଛି ।

ରିପୋଟଁ ବିଶ୍ୱବିଜୟୀ

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons