ଆଉ ୪ କରୋନା ପଜିଟିଭ ଚିହ୍ନଟ

Get real time updates directly on you device, subscribe now.

ରାଉରକେଲା,(ବି.ବି.ନୁ୍ୟଜ୍): ସୁନ୍ଦରଗଡ଼ ଜିଲ୍ଲାର ଷÂ ଆକ୍ରାନ୍ତ ଏବେ ରାଉରକେଲା କୋଭିଡ୍-୧୯ ହସ୍ପିଟାଲରେ ଚିକିତ୍ସିତ ହେଉଥିବା ବେଳେ ଆଉ ୪ ଜଣ କରୋନା ରୋଗୀ ଆଜି ଚିହ୍ନଟ ହୋଇଛନ୍ତି । ସମସ୍ତଙ୍କ ଘର କଣ୍ଟେନମେଣ୍ଟ ଜୋନ୍ ନାଲାରୋଡ଼ରେ । ଷÂ ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସି ଏହି ୪ଜଣ ଆକ୍ରାନ୍ତ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ଦୁଇ ଜଣ ପୁରୁଷ ଓ ଦୁଇ ଜଣ ମହିଳା । ପୁରୁଷ ଦୁଇ ଜଣଙ୍କ ବୟସ ୨୭ ଓ ୩୮ ଏବଂ ମହିଳାଙ୍କ ବୟସ ହେଉଛି ୩୫ ଓ ୫୫ । ସମସ୍ତ ଆକ୍ରାନ୍ତଙ୍କୁ ରାଉରକେଲା କୋଭିଡ୍ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ତେବେ ୪ ଜଣଙ୍କର କୋଭିଡ୍-୧୯ ସମ୍ପର୍କିତ କୌଣସି ଲକ୍ଷଣ ନ ଥିବା ଆଜି ଏଠାରେ ଅନୁÂିତ ସାମ୍ବାଦିକ ସମ୍ମିଳନୀରେ ରାଉରକେଲା ମହାନଗର ନିଗମ କମିଶନର ଦିବ୍ୟଜ୍ୟୋତି ପରିଡ଼ା ସୂଚନା ଦେଇଛନ୍ତି ।
କଣ୍ଟେନମେଣ୍ଟ ଜୋନ୍ରେ ସୋମବାର ରାତି ସୁଦ୍ଧା ୫୦୬୨ ଘର ମଧ୍ୟରୁ ୪୭୫୫ ଘରେ ସ୍କ୍ରିନିଂ କରାଯାଇଛି । ଆଜି ସ୍ୱାସ୍ଥ୍ୟ ଟିମ୍ ସ୍ୱାସ୍ଥ୍ୟ ପରୀକ୍ଷା ନିମନ୍ତେ ସମ୍ପୃକ୍ତ ଅଞ୍ଚଳରେ କାର୍ଯ୍ୟ କରୁଛନ୍ତି । ଏତଦ୍ଭିନ୍ନ ମହାନଗର ନିଗମର ୨୦ଟି ଟିମ୍ ସମ୍ପୃକ୍ତ ଅଞ୍ଚଳରେ ସାନିଟାଇଜେସନ କାର୍ଯ୍ୟ ଜାରି ରଖିଛନ୍ତି । ବିଭିନ୍ନ ଅଞ୍ଚଳରେ ଘରକୁ ଘର ବୁଲି ଲିକୁ୍ୟଇଡ ବ୍ଲିଚିଂ ସ୍ପେ୍ର କରାଯାଉଛି । ଅତ୍ୟାବଶ୍ୟକ ସାମଗ୍ରୀ ଯଥା ରାସନ ସାମଗ୍ରୀ ପରିବା, ଫଳ, ଔଷଧ ଓ କ୍ଷୀର ଯୋଗାଇ ଦେବା ଲାଗି ବିଭିନ୍ନ ଟିମ୍ ନିୟୋଜିତ ଅଛନ୍ତି । କଣ୍ଟେନମେଣ୍ଟ ଅଞ୍ଚଳର ଲୋକଙ୍କ ବିଭିନ୍ନ ସମସ୍ୟାର ସମାଧାନ ଲାଗି ସ୍ୱତନ୍ତ୍ର ହେଲ୍ପ୍ଲାଇନ ଖୋଲା ଯାଇଛି । ଏହି କାର୍ଯ୍ୟକୁ ଅଧିକ ପ୍ରଭାବୀ କରିବା ଲାଗି ମହାନଗର ନିଗମର କମିଶନର ଆଜି ନିଜେ ଅନ୍ୟ ଅଧିକାରୀମାନଙ୍କ ସହ ସମ୍ପୃକ୍ତ ଅଞ୍ଚଳରେ ବୁଲି ବୁଲି ବିଭିନ୍ନ କାର୍ଯ୍ୟ ତଦାରଖ କରିଥିଲେ । ଡ୍ରୋନ୍ ମାଧ୍ୟମରେ ସମ୍ପୃକ୍ତ ଅଞ୍ଚଳର ମନିଟରିଂ କରାଯାଇଥିଲା । ସାନିଟାଇଜେସନ କାର୍ଯ୍ୟକୁ ତ୍ୱରାନ୍ୱିତ କରିବା ନିମନ୍ତେ ଟ୍ରାକ୍ଟର ମାଉଣ୍ଟେଡ ସ୍ପେ୍ରୟାର ମେସିନ ରାଉରକେଲା ସ୍ମାର୍ଟ ସିଟି ଲିମିଟେଡ ଓ ରାଉରକେଲା ମହାନଗର ନିଗମ ପକ୍ଷରୁ ଅଣାଯାଇଛି । ପ୍ରଥମେ କଣ୍ଟେନମେଣ୍ଟ ଅଞ୍ଚଳରେ ସ୍ପେ୍ର କରାଯିବ । ଦୁଇ ଚାରି ଦିନ ମଧ୍ୟରେ ଡ୍ରୋନ୍ ଯୋଗେ ସହରର ବିଭିନ୍ନ ସ୍ଥାନରେ ଲିକୁ୍ୟଇଡ ବ୍ଲିଚିଂ ସ୍ପେ୍ର କରାଯିବ ବୋଲି ଜଣାପଡ଼ିଛି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons