ଆକାଶ(ଏନ୍ଜି) ମିସାଇଲର ସଫଳ ପରୀକ୍ଷଣ

Get real time updates directly on you device, subscribe now.

ବାଲେଶ୍ୱର,(ବି.ବି.ନୁ୍ୟଜ): ଭୂପୃଷ୍ଟରୁ ଆକାଶ ମାର୍ଗକୁ ଉତ୍କ୍ଷେପଣ କରାଯାଇ ପାରୁଥିବା ଆକାଶ କ୍ଷେପଣାସ୍ତ୍ର(ପରବର୍ତ୍ତୀ ସଂସ୍କରଣ ବା ଏନ୍ଜି)ର ସଫଳ ପରୀକ୍ଷଣ ଚାନ୍ଦିପୁର କ୍ଷେପଣାସ୍ତ୍ର ଘାଟିରୁ କରାଯାଇଛି । ସୋମବାର ଅପରାହ୍ନ ୨.୩୦ରେ ଆଇଟିଆରର ୩ ନମ୍ବର ଲଞ୍ଚ୍ ପ୍ୟାଡ୍ରୁ ଏହି ପରୀକ୍ଷଣ କରାଯାଇଥିଲା । ଏହି ପରୀକ୍ଷଣ ସହ ବିଶ୍ୱ ପ୍ରତିରକ୍ଷା କ୍ଷେତ୍ରରେ ଭାରତ ଆଉ ଏକ ପାଦ ଆଗକୁ ଯାଇଛି ।
ମୋବାଇଲ ଲଞ୍ଚରରୁ ଏହାକୁ ଆକାଶ ମାର୍ଗକୁ ଉତ୍କ୍ଷେପଣ କରାଯାଇଥିଲା । ନିର୍ଦ୍ଧାରିତ ସମୟରେ ଏହା ଇଲୋକ୍ଟ୍ରୋନିକ ଟାର୍ଗେଟ୍କୁ ହିଟ୍ କରିଥିଲା । ଏହି ପରୀକ୍ଷଣ ଶତପ୍ରତିଶତ ସଫଳ ହୋଇଥିବା ଡିଆରଡିଓ ପକ୍ଷରୁ ସୂଚନା ମିଳିଛି । ଭାରତ ତା’ର ବନ୍ଧୁ ଦେଶଗୁଡ଼ିକୁ ଆକାଶ କ୍ଷେପଣାସ୍ତ୍ର ରପ୍ତାନୀ କରିବ ବୋଲି କେନ୍ଦ୍ରସରକାରଙ୍କ ପକ୍ଷରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସୂଚନା ଦେବାର ଠିକ୍ ପରେ ପରେ ପ୍ରଥମଥର ପାଇଁ ଆକାଶ-ଏନ୍ଜି ମିଶାଇଲର ସଫଳ ପରୀକ୍ଷଣ କରାଯାଇଛି । ଡିଆରଡିଓ ପକ୍ଷରୁ ତିଆରି କରାଯାଇଥିବା ଏହି କ୍ଷେପଣାସ୍ତ୍ରଟି ଏକାଧିକ ଟାର୍ଗେଟ୍କୁ ହିଟ୍ କରିପାରିବ । କେବଲ ଏତିକି ନୁହେଁ, କ୍ରୁଜ୍ ମିଶାଇଲ, ଯୁଦ୍ଧ ଜାହାଜକୁ ବି ଅକ୍ଳେଶରେ ଧ୍ୱଂସ କରିବାର କ୍ଷମତା ଏହି କ୍ଷେପଣାସ୍ତ୍ରର ରହିଛି । ଆକାଶ ଭଳି ସ୍ୱଳ୍ପ ଦୂରଗାମୀ ମିସାଇଲଠାରୁ ଏହି କ୍ଷେପଣାସ୍ତ୍ର ୧୦ ଗୁଣ ଉନ୍ନତ ଟେକ୍ନୋଲୋଜିରେ ନିର୍ମାଣ ହୋଇଛି । ପୂର୍ବ କ୍ଷେପଣାସ୍ତ୍ର ତୁଳନାରେ ଏକାକାଳୀନ ୧୦ ଗୁଣା ଶତ୍ରୁ କ୍ଷେପଣାସ୍ତ୍ରକୁ ଟାର୍ଗେଟ କରିପାରିବ ।
ଆକାଶ କ୍ଷେପଣାସ୍ତ୍ରର ପୁରୁଣା ସଂସ୍କରଣର ଲକ୍ଷ୍ୟଭେଦ କ୍ଷମତା ୩୦ କି.ମି ଥିବାବେଳେ ଏହା ୨୦ କି.ମି ଉଚ୍ଚତାରେ ଭ୍ରମଣ କରିବାର କ୍ଷମତା ଥିଲା । ମାତ୍ର ଆକାଶ-ଏନଜି କ୍ଷେପଣାସ୍ତ୍ରର ଲକ୍ଷ୍ୟ ଭେଦ କ୍ଷମତା ୭୦ କି.ମି ରହିଛି । ଏହି କ୍ଷେପଣାସ୍ତ୍ରରେ ୨ ପର୍ଯ୍ୟାୟ ବିଶିଷ୍ଟ ଇଞ୍ଜିନ୍ ରହିଛି । ଏହି କ୍ଷେପଣାସ୍ତ୍ରକୁ ୨୦୧୬ ସେପ୍ଟେମ୍ବରରେ ସ୍ୱୀକୃତି ମିଳିଥିଲା । ଏହାର ନିର୍ମାଣ ପାଇଁ ୫ଶହ କୋଟିରୁ ଊଦ୍ଧ୍ୱର୍ ଟଙ୍କା ଖର୍ଚ୍ଚ ହୋଇଥିଲା ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons