ସାଲେପୁର : କଟକ ଜିଲ୍ଲା ଚୌଦ୍ବାର ଥାନା ଅନ୍ତର୍ଗତ ୫୫ ନଂ ଜାତୀୟ ରାଜପଥ ଅନ୍ତର୍ଗତ ନୁଁଟିକିରି ଗାଁ ନିକଟରେ ସଡକ ଦୁର୍ଘଟଣା । ଦୁର୍ଘଟଣାରେ ଯୁବତୀଙ୍କ ମୃତ୍ୟୁ ହୋଇଛି । ମୃତ ଯୁବତୀ ଚୌଦ୍ବାର ଚୁଡଙ୍ଗ ପୋଖରୀ ଗ୍ରାମର ବ୍ରହ୍ମାନନ୍ଦ ଦଳେଇଙ୍କ ଝିଅ ରନୀ ଦଳେଇ । ସେ ମଙ୍ଗୁଳି ଛକରେ ଏକ ଘରୋଇ କମ୍ପାନୀରେ କାମ କରୁଥିଲେ । ବୁଧବାର ଦିନ ୧ଟା ବେଳେ ଉକ୍ତ କମ୍ପାନୀରୁ ତାଙ୍କ ଆକ୍ଟିଭା ଗାଡି ଯୋଗେ ଘରକୁ ଫେରୁଥିବା ବେଳେ ଚୌଦ୍ବାର ନୁଁଟିକିରିଠାରେ ଏକ ଟ୍ରକ୍ ତାଙ୍କୁ ପଛପଟୁ ଧକ୍କା ଦେଇଥିଲା । ଫଳରେ ସେ ଗାଡିରୁ ତଳେ ପଡିଯାଇଥିଲେ ।
ପରେ ଟ୍ରକଟି ତାଙ୍କ ଉପରେ ଚଢିଯିବା ଫଳରେ ଘଟଣାସ୍ଥଳରେ ହିଁ ଯୁବତୀଙ୍କର ମୃତ୍ୟୁ ହୋଇଯାଇଥିଲା । ଚୌଦ୍ବାର ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତ ଯୁବତୀଙ୍କୁ ପିସିଆର ଯୋଗେ କଟକ ବଡ ମେଡିକାଲ ପଠାଇବା ସହ ଗାଡି ଦୁଇଟିକୁ ଜବତ କରିଛି । ତେବେ ଜାତୀୟ ରାଜପଥର ସମ୍ପ୍ରସାରଣ କାମ ମନ୍ଥର ଗତିରେ ଚାଲିଥିବାରୁ ବାରମ୍ବାର ଏହିପରି ଦୁର୍ଘଟଣା ଘଟିଆସୁଛି । ଯାହାକୁ ନେଇ ଚୌଦ୍ବାରବାସୀ ତୀବ୍ର ଅସନ୍ତୋଷ ପ୍ରକାଶ କରିଛନ୍ତି ।
Comments are closed, but trackbacks and pingbacks are open.