ଆକ୍ରମଣ କରି ଲୁଟି ନେଲେ ସାଢେ ୩ ଲକ୍ଷ ଟଙ୍କା

Get real time updates directly on you device, subscribe now.

ବଲାଙ୍ଗୀର : ବଲାଙ୍ଗୀରରେ ପୁଣି ଲୁଟ୍।। ସ୍ପଷ୍ଟ ଦିବାଲୋକରେ ଡକାୟତମାନେ ଆକ୍ରମଣ କରି ଲୁଟେରା ଲୁଟି ନେଲେ ତିନି ଲକ୍ଷ ପଚାଶ ହାଜର ଟଙ୍କା। ଆହତଙ୍କୁ ବଲାଙ୍ଗୀର ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ପୋଲିସ ମାମଲା ରୁଜୁ ତଦନ୍ତ ଆରମ୍ଭ କରିଛି।
ସୂଚନା ଅନୁଯାୟୀ ପାଟଣାଗଡ଼ ଷ୍ଟେଟ ବ୍ୟାଙ୍କରୁ ଟଙ୍କା ଉଠାଇ ଖପ୍ରାଖୋଲ ବ୍ଲକର ବୁଡ଼ିବାହାଲ ଗ୍ରାମର ମାନସ ସାହୁ ଓ ସାଇରମ ସାହୁ ଧଣ୍ଡାମୁଣ୍ଡା ଗ୍ରାମ ସ୍ଥିତ କିଓସ୍କ ବ୍ୟାଙ୍କକୁ ଯାଉଥିଲେ। ହେଲେ ବାଟରେ ପାଟଣାଗଡ ବଥରଲା ଗ୍ରାମ ନିକଟରେ ଦୁଇଟି ପଲସର ଗାଡିରେ ଛଅ ଜଣ ଦୁର୍ବୁତ୍ତ ଆସି ସେମାନଙ୍କ ଉପରେ ଆକ୍ରମଣ କରିଥିଲେ ଏବଂ ସେମାନଙ୍କ ଠାରୁ ତିନି ଲକ୍ଷ ପଚାଶ ହଜାର ଟଙ୍କା ଲୁଟ୍ କରି ଫେରାର ହୋଇ ଯାଇଥିଲେ।
କିଛି ସ୍ଥାନୀୟ ବ୍ୟକ୍ତି ଆସିବା ପରେ ଆହତଙ୍କୁ ଉଦ୍ଧାର କରି ପାଟଣାଗଡ ଡାକ୍ତରଖାନାକୁ ଆଣିଥିଲେ। ଏନେଇ ପାଟଣାଗଡ ଥାନାରେ ଏକ ଲିଖିତ ମାମଲା ରୁଜୁ କଲା ପରେ ପୋଲିସ ଘଟଣାର ତଦନ୍ତ କରୁଛି। ଆହତଙ୍କୁ ବଲାଙ୍ଗୀର ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons