ଆଖି ଆଗରେ ଚାଲିଗଲା ମାଆର ଜୀବନ

Get real time updates directly on you device, subscribe now.

ଭଣ୍ଡାରୀପୋଖର : ଭଦ୍ରକ ଆନନ୍ଦପୁର ରାସ୍ତାର ବିଶଲପଟା ଅଂଚଳରେ ସଡକ ଦୁର୍ଘଟଣାରେ ମାଆ ଙ୍କର ମୃତ୍ୟୁ ହୋଇଥିବା ବେଳେ ଦୁଇ ଝିଅ ଗୁରୁତର ହୋଇଛନ୍ତି । ଭଦ୍ରକ ପୁରୁଣା ବଜାର ଅଞ୍ଚଳ ସୀତାରା ବିବି ନିଜ ଦୁଇ ଝିଅ ଙ୍କ ସହ ଆଗରପଡା ଥାନା ଘଣ୍ଟଗଡିଆ ଗାଁ କୁ ଯାଉଥିଲେ । ବିଶଳପଟା ନିକଟରେ କୌଣସି କାରଣରୁ ଯାଉଥିବା ସ୍କୁଟିର ବ୍ରେକ ମାରିଥିଲେ । ଏତିକି ବେଳେ ପଛ ପଟୁ ଆସୁଥିବା ଯାତ୍ରୀବାହୀ ମିନିବସ ତାଙ୍କୁ ଧକ୍କା ଦେଇଥିଲା । ଘଟଣା ସ୍ଥଳ ରେ ସୀତାରା ବିବିଙ୍କର ମୃତ୍ୟୁ ହୋଇଥିବା ବେଳେ , ଆହତ ଦୁଇ ଝିଅଙ୍କୁ ଚିକିତ୍ସା ପାଇଁ ଆଗରପଡା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ରେ ଭର୍ତ୍ତି ହୋଇଛନ୍ତି ।ଦୁର୍ଘଟଣା ଘଟାଇଥିବା ଗାଡି କୁ ପୁଲିସ ଖୋଜୁଛି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons