ଢେ଼ଙ୍କାନାଳ,(ବି.ବି.ନୁ୍ୟଜ୍): ମଦ ଦୋକାନରେ ପଡ଼ିଛି ସଟର । ହେଲେ ପଛପଟେ ଚାଲିଛି ବେଧଡ଼କ ମଦ ବେପାର । ମଦୁଆଙ୍କୁ ମିଳୁଛି ମଦ । ଆଜି ଏପରି ଚିତ୍ର ଦେଖିବାକୁ ମିଳିଛି ଢେ଼ଙ୍କାନାଳ ଜିଲ୍ଲାରେ । ଏଠି ଏକାଧିକ ଦୋକାନର ପଛ ପାଶ୍ୱର୍ରେ ଚାଲିଛି ଏମିତି ମଦ କାରବାର । ରାଜ୍ୟ ସରକାର ଅନ୍ଲାଇନ୍ରେ ମଦ ବିକ୍ରି ପାଇଁ ଅନୁମତି ଦେଇଛନ୍ତି । ଏହି ନିୟମକୁ ଉଲ୍ଲଙ୍ଘନ କରି ଢେ଼ଙ୍କାନାଳ ସହରରେ ମଦ ଦୋକାନ ଖୋଲି ଚାଲିଛି ବେପାର । ବସଷ୍ଟାଣ୍ଡ, କଣ୍ଟାନାଳୀ ବାଇପାସ୍, ରାମେଶ୍ୱରପୁର ଆଦି ଅଞ୍ଚଳରେ ଥିବା ମଦ ଦୋକାନ ସମ୍ମୁଖରୁ ପଡିଛି ସଟର । ହେଲେ ପଛ ପାଶ୍ୱର୍ରେ ଚାଲିଛି ଖୋଲମ ଖୋଲା ମଦ କାରବାର । ମାତ୍ର ଏଥିପ୍ରତି ପୋଲିସ ନା ଅବକାରୀ ବିଭାଗ କାହାରି ନଜର ନାହିଁ । ସେପଟେ ଏହି ଘଟଣାକୁ ନେଇ ଢେ଼ଙ୍କାନାଳ ଅବକାରୀ ଅଧିକ୍ଷକ ମନୋଜ ସେଠୀ କେବଳ ହୋମ୍ ଡେଲିଭରୀ ପାଇଁ ଅନୁମତି ମିଳିଛି । ଯେଉଁମାନେ ନିୟମ ଖିଲାପ କରିଛନ୍ତି ତାଙ୍କ ବିରୋଧରେ କାର୍ଯ୍ୟାନୁÂାନ ଗ୍ରହଣ କରାଯିବ ବୋଲି ଶ୍ରୀ ସେଠୀ କହିଛନ୍ତି ।
Comments are closed, but trackbacks and pingbacks are open.