ଆଗାମୀ ମାସେ ଆମ ପାଇଁ ଚାଲେଞ୍ଜ:ମୁଖ୍ୟମନ୍ତ୍ରୀ

Get real time updates directly on you device, subscribe now.

ଭୁବନେଶ୍ୱର,(ବି.ବି.ବୁ୍ୟରୋ): ଲକ୍ଡାଉନ୍ର ପ୍ରାୟ ୨ମାସ ପରେ ବିମାନ ସେବା, ରେଳ ଚଳାଚଳ ଆରମ୍ଭ ହୋଇଛି । ଫଳରେ ସଂକ୍ରମଣ ବଢ଼ିବା ଆଶଙ୍କା ରହିଛି । ଏପରି ସ୍ଥିତିରେ ଆଗାମୀ ୧୫ ଦିନରୁ ମାସେ ଆମ ପାଇଁ ଚାଲେଞ୍ଜ ହେବ । କରୋନା ସମୀକ୍ଷା ପରେ ଆଜି ଏପରି ମନ୍ତବ୍ୟ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ହେଲେ ଏହାର ମୁକାବିଲା କରିବାରେ ଆମେ ସଫଳ ହେବୁ ବୋଲି ସେ ଦୃଢେ଼ାକ୍ତି ପ୍ରକାଶ କରିଛନ୍ତି । ଏଥିସହ ମୁଖ୍ୟମନ୍ତ୍ରୀ କହିଛନ୍ତି, ଦୁଇ ମାସ ଲକ୍ଡାଇନ୍ରେ ରହି ଆମେ ଅନେକ ଶିକ୍ଷା ପାଇପାରିଛୁ । ଏହି ୨ମାସରେ ଆମକୁ ବୈଜ୍ଞାନିକ, ସାମାଜିକ, ପ୍ରଶାସନିକ ଶିକ୍ଷା ମିଳିଛି । ଏହି ଶିକ୍ଷାକୁ ଆଧାର କରି ଆମକୁ ପୁନଃିନର୍ମାଣ କାମ କରବାକୁ ପଡିବ । ଯାହାଦ୍ୱାରା ସଂକ୍ରମଣକୁ ସମ୍ପୂର୍ଣ୍ଣ ନିୟନ୍ତ୍ରଣ ସହ ଆମେ ଜୀବନଜୀବିକା ଓ ଅର୍ଥନୈତିକ କାର୍ଯ୍ୟକ୍ରମକୁ ସ୍ୱାଭାବିକ ଅବସ୍ଥାକୁ ଫେରାଇ ଆଣିପାରିବା । ଓଡ଼ିଶାରେ ଜୀବାଣୁ ଆଚରଣ ନେଇ ଆମର ଶିକ୍ଷା ଆମକୁ ନୂଆ ଆଶା ଦେଇଥିବା କହିଛନ୍ତି ମୁଖ୍ୟମନ୍ତ୍ରୀ । ସାମାଜିକ ଦୂରତା, ସାମାଜିକ ବୟକଟ ନୁହେଁ ବୋଲି ଉଲ୍ଲେଖ କରିଛନ୍ତି ମୁଖ୍ୟମନ୍ତ୍ରୀ । ଏଥିସହ କରୋନା ମହାମାରୀ ବିରୋଧରେ ଜାରି ରହିଥିବା ସଂଗ୍ରାମରେ ସରପଞ୍ଚ ଏବଂ ପୋଲିସ କର୍ମଚାରୀଙ୍କ ଉଲ୍ଲେଖନୀୟ ଭୂମିକାକୁ ପ୍ରଶଂସା କରିବାକୁ ସେ ଭୁଲି ନାହାନ୍ତି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons