ଆଜିଠୁ ‘ଚଇତି’

Get real time updates directly on you device, subscribe now.

ରାୟଗଡ଼ା,(ବି.ବି.ନୁ୍ୟଜ୍): ଗୁରୁବାରଠୁ ଆରମ୍ଭ ହେବ ଜିଲ୍ଲା ଲୋକମହୋତ୍ସବ ଚଇତି । ଏଥିଲାଗି ପ୍ରଶାସନ ପକ୍ଷରୁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି । ଏଥର ଚଇତିକୁ ଗଣପର୍ବ ଭାବେ ପାଳନ କରିବାକୁ ନିଷ୍ପତ୍ତି ନିଆଯାଇଛି । ଉଦ୍ଘାଟନୀ ଦିବସରେ ଅପରାହ୍ନ ୨ଟା ୩୦ରେ ଚଇତି ଶୋଭାଯାତ୍ରା ଅଧିÂାତ୍ରୀ ଦେବୀ ମା’ମଝିଘରିଆଣୀ ମନ୍ଦିରରୁ ବାହାରି ୫ଟା ସୁଦ୍ଧା ପଡ଼ିଆରେ ପହଞ୍ଚିି କଳସ ସ୍ଥାପନ କରାଯିବ । ଚଇତି ଅବସରରେ ପଲ୍ଲିଶ୍ରୀମେଳା ମଧ୍ୟ ଆୟୋଜନ କରାଯାଉଛି । ଚଳିତବର୍ଷ ପ୍ରଥମଥର ପାଇଁ ୩୦୫ଟି ଷ୍ଟଲରେ ବିଭିନ୍ନ ପ୍ରଦର୍ଶନୀ ଓ ମେଳା ଆୟୋଜିତ ହେବ । ଓଡ଼ିଶା ସମେତ ୭ଟି ବାହାର ରାଜ୍ୟରୁ ବିଭିନ୍ନ ହସ୍ତଶିଳ୍ପ ପ୍ରଦର୍ଶନୀ ଆୟୋଜିତ ହେବ । ସରକାରଙ୍କ ବିଭିନ୍ନ ଯୋଜନାକୁ ନେଇ ବିଭାଗଗୁଡିକ ଦ୍ୱାରା ମଧ୍ୟ ଷ୍ଟଲ କରାଯାଇଛି ବୋଲି ଜିଲ୍ଲା ସଂସ୍କୃତି ପରିଷଦ ଅଧ୍ୟକ୍ଷ ତଥା ଜିଲ୍ଲାପାଳ ପ୍ରମୋଦ କୁମାର ବେହେରା କହିଛନ୍ତି ।
ଜିଲ୍ଲା ସଂସ୍କୃତି ପରିଷଦ ପକ୍ଷରୁ ଆୟୋଜିତ ଏହି ଲୋକ ମହୋତ୍ସବରେ ଚଳିତଥର ଚଇତି ମଞ୍ଚରେ ଅନେକ ନୂତନ କଳା ଓ ସଂସ୍କୃତି ନଜରକୁ ଆସିବ । ପୂର୍ବଥର ଭଳି ଏହି ୍‍ଉତ୍ସବରେ ଚଳିତବର୍ଷ ଦେଶବିଦେଶର ନାମୀକଳାକାର ସେମାନଙ୍କ କଳା ପ୍ରଦର୍ଶନ କରିବେ । ବିଭିନ୍ନ ଆକର୍ଷଣୀୟ ଇଭେଣ୍ଟ ବ୍ୟତୀତ ରାଜ୍ୟର ବିଭିନ୍ନ ପ୍ରାନ୍ତରୁ କଳାକାରମାନେ ଆସି ଚଇତି ମଞ୍ଚକୁ ୫ ଦିନ ଧରି ଦୁଲୁକାଇବେ । ସେଥିପାଇଁ ଆଇନ ଶୃଙ୍ଖଳାକୁ ମଧ୍ୟ ସ୍ୱତନ୍ତ୍ର ଭାବେ ନଜର ଦିଆଯାଇଥିବା ଏସ୍ପି ଡ.ଶର୍ବଣା ବିବେକ.ଏମ୍ ସୂଚନା ଦେଇଛନ୍ତି ।
ଚଇତିକୁ ଚଳିତବର୍ଷ ଉଦ୍ଘାଟନ କରିବେ ରାଜ୍ୟ ଗୃହ ଓ ଶକ୍ତିମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର । ସମ୍ମାନିତଅତିଥି ଭାବେ ଅନୁସୂଚିତ ଜାତି ଓ ଜନଜାତି କଲ୍ୟାଣମନ୍ତ୍ରୀ ଜଗନ୍ନାଥ ସାରକା, ରାଜ୍ୟସଭା ସାଂସଦ ଏନ୍.ଭାସ୍କର ରାଓ, କୋରାପୁଟ ସାଂସଦ ସପ୍ତଗିରି ଶଙ୍କର ଉଲ୍ଲାକା ଯୋଗଦେବେ ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons