ଆଜିଠୁ ନୂଆ ମୋଟର ଯାନ ଆଇନ:ଉଲ୍ଲଂଘନ କଲେ ତଣ୍ଡ

Get real time updates directly on you device, subscribe now.

ଭୁବନେଶ୍ୱର,(ବି.ବି.ବୁ୍ୟରୋ): ଟ୍ରାଫିକ ଆଇନ ଉଲ୍ଲଂଘନ କରି ଗାଡ଼ି ଚଳାଉଛନ୍ତି କି? ମୋଟର ଯାନ ଆଇନର ଖିଲାପ କରି ଆପଣଙ୍କ ଗାଡ଼ି ରାସ୍ତାରେ ଚାଲୁଛି ? ସାବଧାନ ହୋଇଯାଆନ୍ତୁ । ଆସନ୍ତକାଲି (ସେପ୍ଟେମ୍ବର ପହିଲା)ଠାରୁ ଲାଗୁ ହେଉଛି ନୂଆ ମୋଟର ଯାନ ଆଇନ । ଏ ଆଇନ ଉଲ୍ଲଂଘନ କଲେ ଆପଣ ଦଣ୍ଡିତ ହେବା ନିଶ୍ଚିତ । ଜରିମାନା ପରିମାଣ ପୂର୍ବାପେକ୍ଷା ୫ ଗୁଣାରୁ ୧୦ ଗୁଣା ବୃଦ୍ଧି କରାଯାଇଛି । ବହୁ ନୂଆ ନିୟମ ମଧ୍ୟ ଏଥିରେ ରହିଛି । କୌଣସି ପରିସ୍ଥିତିରେ ଆଇନ ଉଲ୍ଲଂଘନକାରୀଙ୍କୁ ବରଦାସ୍ତ କରାଯିବନି । ଓଡ଼ିଶାରେ କେନ୍ଦ୍ର ସଡ଼କ ପରିବହନ ମନ୍ତ୍ରାଳୟର ଏ ଆଇନକୁ କଡ଼ାକଡ଼ି ଭାବେ ଲାଗୁ କରାଯିବ । ପରିବହନ ଓ ପୁଲିସ ବିଭାଗକୁ ଏଥିପାଇଁ ନିଦେ୍ର୍ଧଶନାମା ଜାରି କରାଯାଇଛି ।
ରବିବାରଠାରୁ ଲାଗୁ ହେବ ନୂଆ ମୋଟର ଯାନ ଆଇନ । ରାସ୍ତା ଦୁର୍ଘଟଣାରେ ହ୍ରାସ ସହ ଦେଶର ସଡ଼କଗୁଡ଼ିକୁ ସୁରକ୍ଷିତ କରିବାକୁ କେନ୍ଦ୍ର ସରକାର ମୋଟର ଯାନ ଆଇନ ୧୯୮୮ର ସଂଶୋଧନ କରି ଏ ନୂଆ ଆଇନ ଆଣିଛନ୍ତି । ଏ ନୂଆ ଆଇନକୁ ରାଜ୍ୟରେ ପ୍ରତିବଦ୍ଧତାର ସହ ଲାଗୁ କରାଯିବ ବୋଲି ବାଣିଜ୍ୟ ଓ ପରିବହନ ବିଭାଗ ପ୍ରମୁଖ ସଚିବ ଜି.ଶ୍ରୀନିବାସ କହିଛନ୍ତି । ଏ ନେଇ ପରିବହନ ବିଭାଗ ସହ ପୁଲିସ ମଧ୍ୟ ତୀକ୍ଷ୍ଣ ନଜର ରଖିବ । ଏ ଆଇନକୁ କଡାକଡ଼ି ଲାଗୁ କରିବାକୁ ପୁଲିସ ଡିଜି ବିଜୟ ଶର୍ମାଙ୍କୁ ମୁଖ୍ୟ ଶାସନ ସଚିବ ଅସିତ ତି୍ରପାଠୀ ଚିଠି ଲେଖିଛନ୍ତି । ଜରିମାନା ଆଦାୟ ପାଇଁ ପୁଲିସକୁ କ୍ଷମତା ଦିଆଯାଇଥିଲା ବେଳେ ଇ-ଚାଲାଣ କାଟିବାକୁ କୁହାଯାଇଛି । ପ୍ରଥମ ପର୍ଯ୍ୟାୟରେ ଏଥିପାଇଁ ପରିବହନ ବିଭାଗ ୫୦୦ ମେସିନ ଯୋଗାଇ ଦେବ । ମଦ୍ୟପ ଗାଡି ଚାଳକକୁ କ୍ଷମତା ବଳରେ ପୁଲିସ ଏଣିକି ଗିରଫ କରିପାରିବ । ଏହାଛଡା ରାଜପଥରେ ପାଟ୍ରୋଲିଂ ପାଇଁ ୫ଟି ଷ୍ଟେ୍ରଚ୍ ସହ ୧୦ କୋଟି ଟଙ୍କା ରାଜ୍ୟ ରାସ୍ତା ନିରାପତ୍ତା ପାଣ୍ଠିରୁ ପୁଲିସକୁ ଯୋଗାଇ ଦିଆଯାଇଛି ।
ନୂଆ ନିୟମ ଅନୁସାରେ, ନିଶା ସେବନ କରି ଗାଡ଼ି ଚଳାଇଲେ ଏଣିକି ୧୦ ହଜାର ଟଙ୍କା ଜରିମାନା ଗଣିବାକୁ ହେବ । ଏ ତଣ୍ଡ ପରିମାଣ ୫ ଗୁଣା ବୃଦ୍ଧି କରାଯାଇଛି । ପୂର୍ବରୁ ଏହା ୨ ହଜାର ଟଙ୍କା ଥିଲା । ସେହିଭଳି ବିନା ହେଲମେଟରେ ଦୁଇ ଚକିଆ ଗାଡ଼ି ଚଳାଇଲେ ୧ ହଜାର ଟଙ୍କା ଜରିମାନା ପଡ଼ିବ । ଏପରିକି ଗାଡ଼ି ପଛରେ ବସିଥିବା ବ୍ୟକ୍ତି ମଧ୍ୟ ଏଣିକି ହେଲମେଟ ପିନ୍ଧିବା ବାଧ୍ୟତାମୂଳକ । ୧୪ ବର୍ଷରୁ କମ୍ ବୟସର ପିଲାଙ୍କୁ ବିନା ସିଟ ବେଲଟରେ ଗାଡ଼ିରେ ବସାଇ ନେଲେ ହଜାରେ ଟଙ୍କା ତଣ୍ଡ ଧାର୍ଯ୍ୟ ହୋଇଛି । ଦୁଇ ଚକିଆ ଯାନରେ ଦୁଇ ଜଣରୁ ଅଧିକ ବସିଲେ ମଧ୍ୟ ଦଣ୍ଡିତ ହେବେ ଗାଡ଼ି ଚାଳକ ।
ମୋବାଇଲ ଫୋନରେ କଥାବାର୍ତ୍ତା କରି ଡ୍ରାଇଭିଂ ଯୋଗୁଁ ବହୁ ସଂଖ୍ୟାରେ ରାସ୍ତା ଦୁର୍ଘଟଣା ସହ ଅମୂଲ୍ୟ ଜୀବନ ଯାଉଥିବାରୁ ନୂଆ ଆଇନରେ ଏ ଦିଗ ପ୍ରତି ଧ୍ୟାନ ଦେଇ ଜରିମାନା ପରିମାଣକୁ ୫ ହଜାର କରାଯାଇଛି । ନୋ ଓଭର ଟେକିଂ ଜୋନରେ ଓଭରଟେକ୍ କଲେ, ବିନା ଲାଇନସେନସରେ ଗାଡ଼ି ଚଳାଇଲେ ମଧ୍ୟ ୫ ହଜାର ତଣ୍ଡ ଗଣିବାକୁ ହେବ । ଶବ୍ଦ ଓ ବାୟୁ ପ୍ରଦୂଷଣ ରୋକିବାକୁ ମଧ୍ୟ ଆଇନକୁ କଡ଼ାକଡ଼ି କରାଯାଇଛି । ଏଥିରେ ଜରିମାନା ଏଣିକି ୧ ହଜାର ବଦଳରେ ୧୦ ହଜାର ହୋଇଛି ।
ରାସ୍ତାରେ ପରିବହନ କରୁଥିବା ବସ ଓ ଟ୍ରକ ଗୁଡ଼ିକୁ ଟ୍ରାକ୍ରେ ରଖିବାକୁ ନିୟମକୁ ଶାଣିତ କରାଯାଇଛି । ଓଭରଲୋଡ଼ି ହୋଇ ସାମଗ୍ରୀ ପରିବହନ ହେଉଥିଲେ ଏଣିକି ଗାଡ଼ି ମାଲିକ ୨୦ ହଜାର ଟଙ୍କାର ଜରିମାନା ସହ ଯେତେ ଟନ ଅଧିକ ସେତିକି ଅଧିକ ୨ ହଜାର ଲେଖାଏଁ ଦାଖଲ କରିବେ । ବସରେ ସେହିଭଳି ଅଧିକ ଯାତ୍ରୀ ଉଠାଇଲେ ପ୍ରତି ଅଧିକ ଯାତ୍ରୀ ପିଛା ୨୦୦ ଟଙ୍କା ଲେଖାଏଁ ଜରିମାନା ଆଦାୟ କରିବେ ସରକାର । ଆମ୍ବୁଲାନସ ଭଳି ଜରୁରୀକାଳୀନ ସେବା ଗାଡ଼ିକୁ ବାଟ ନଛାଡ଼ିଲେ ୫ ହଜାର ଟଙ୍କାର ଦଣ୍ଡ ମିଳିବ । ଗାଡ଼ି ଚାଳକ ଯଦି ନାବାଳକ କିମ୍ବା ନାବାଳିକା ହୋଇଥିବେ ତେବେ ଅଭିଭାବକଙ୍କୁ ୨୫ ହଜାର ତଣ୍ଡ ଗଣିବାକୁ ହେବ । ଆବଶ୍ୟକସ୍ଥଳେ ଜେଲଦଣ୍ଡ ମଧ୍ୟ ମିଳିପାରେ । ତେଣୁ ଆସନ୍ତାକାଲି ଠାରୁ ଗାଡ଼ି ଚାଳକ ଓ ମାଲିକମାନେ ସତର୍କ ହୋଇଯିବାକୁ ସରକାର ଅନୁରୋଧ କରିଛନ୍ତି । ରାସ୍ତାରେ ଧନଜୀବନ ସୁରକ୍ଷା ପାଇଁ ସମସ୍ତେ ନୂଆ ଆଇନକୁ କାର୍ଯ୍ୟକାରୀ କରିବାରେ ସହଯୋଗ କରିବାକୁ ନିବେଦନ କରାଯାଇଛି ।
ନୂଆ ଆଇନରେ ବ୍ୟବସ୍ଥା ରହିଛି, ଦୁର୍ଘଟଣାଗ୍ରସ୍ତ ଲୋକମାନଙ୍କୁ ଯେଉଁମାନେ ସହାୟତା କରିବେ ସେମାନଙ୍କୁ ପ୍ରୋତ୍ସାହିତ କରାଯିବ । ଅଜଣା ଗାଡ଼ି ଧକ୍କାରେ ମୃତାହତଙ୍କୁ ଆର୍ଥିକ ସହାୟତା ଦେବାକୁ ମୋଟର ଯାନ ଦୁର୍ଘଟଣା ପାଣ୍ଠି ଗଠନ କରିବା ସହ ସମସ୍ତଙ୍କୁ ବୀମା ବାଧ୍ୟତାମୂଳକ କରାଯାଇଛି । ପରିବହନ ବ୍ୟବସ୍ଥାରେ ସ୍ୱୟଂକ୍ରିୟ ପଦ୍ଧତି ସହ କଂପୁ୍ୟଟରୀକରଣ, ଗ୍ରାମାଞ୍ଚଳ ପରିବହନରେ ଉନ୍ନତିକୁ ଫୋକସ୍ କରାଯାଇଛି । ଆଇନ ଉଲ୍ଲଂଘନକାରୀଙ୍କୁ ଇଲେକଟ୍ରୋନିକ୍ସ ଯନ୍ତ୍ର ମାଧ୍ୟମରେ ଚିହ୍ନଟ କରାଯିବାର ବ୍ୟବସ୍ଥା ରହିଛି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons