ଆଜିଠୁ ବିଜେଡିର ସଭ୍ୟ ସଂଗ୍ରହ :ପ୍ରତି ଘରେ ପହଞ୍ଚିବାକୁ ନବୀନଙ୍କ ଆହ୍ୱାନ

Get real time updates directly on you device, subscribe now.

ଭୁବନେଶ୍ୱର,(ବି.ବି.ବୁ୍ୟରୋ): ଆସନ୍ତାକାଲିଠାରୁ ବିଜେଡି ଆରମ୍ଭ କରିବ ସଭ୍ୟ ସଂଗ୍ରହ ଅଭିଯାନ । ଏହା ଅକ୍ଟୋବର ୩୧ ଯାଏଁ ଚାଲିବ । ଏଥିପାଇଁ ବିଜେଡି ସଭାପତି ନବୀନ ପଟ୍ଟନାୟକ ଦଳର ପଦାଧିକାରୀଙ୍କୁ ଆହ୍ୱାନ ଦେଇଛନ୍ତି, ସକ୍ରିୟ ଭାବେ ଏହି ଅଭିଯାନରେ ସାମିଲ ହୁଅ । ତୃଣମୂଳ ସ୍ତର କାର୍ଯ୍ୟକର୍ତ୍ତା ଓ କର୍ମୀମାନଙ୍କୁ ସାଥୀରେ ଧରି ପ୍ରତି ଘରକୁ ଯାଅ । ପ୍ରତି ଘରେ ଦଳର ବାର୍ତ୍ତା ପହଞ୍ଚାଅ । ନବୀନ କହିଛନ୍ତି, ଦଳର ସଭ୍ୟ ସଂଗ୍ରହ ଅଭିଯାନ କେମିତି ଚାଲିଛି, ପ୍ରତି ୧୫ ଦିନରେ ସେ ଏହାର ଅଗ୍ରଗତି ସମୀକ୍ଷା କରିବେ ।
ଆଜି ଥିଲା ବିଜେଡିର ପରିବର୍ଦ୍ଧିତ କାର୍ଯ୍ୟକାରିଣୀ କମିଟି ବୈଠକ । ଏହି ଅବସରରେ ଆସନ୍ତାକାଲିଠାରୁ ଆରମ୍ଭ ହେବାକୁ ଥିବା ଦଳର ସଦସ୍ୟତା ସଂଗ୍ରହ ଅଭିଯାନର ରୋଡ୍ ମ୍ୟାପ୍ ପ୍ରସ୍ତୁତ ହୋଇଥିଲା । ନିଷ୍ପତ୍ତି ହେଲା, ବର୍ତ୍ତମାନ ଦଳରେ ୪୬ ଲକ୍ଷ ସଭ୍ୟ ଥିବାବେଳେ ଏହାକୁ ପୂର୍ବାପେକ୍ଷା ପ୍ରାୟ ୫୦ ପ୍ରତିଶତ ବଢ଼ାଇବାକୁ ହେବ । ଅର୍ଥାତ୍ ସଭ୍ୟ ସଂଖ୍ୟା ପ୍ରାୟ ୭୦ ଲକ୍ଷରେ ପହଞ୍ଚାଇବାକୁ ଲକ୍ଷ୍ୟ ରହିଛି ।
ସଭ୍ୟ ସଂଗ୍ରହ ଅଭିଯାନକୁ ୫-ଟିରେ ଯୋଡ଼ାଯିବ । ଉଭୟ ଅନଲାଇନ୍ ଓ ଅଫ୍ଲାଇନରେ ସଦସ୍ୟତା ସଂଗ୍ରହ କରାଯିବ । ରାଜ୍ୟ ଓ ଦେଶ ବାହାରେ ରହୁଥିଲେ ୱେବସାଇଟ୍ ମାଧ୍ୟମରେ ସଦସ୍ୟତା ଫର୍ମ ପୂରଣ କରି ସଦସ୍ୟ ହୋଇପାରିବେ । ସଦସ୍ୟତା ଫର୍ମ ପୂରଣବେଳେ ପ୍ରତି ସଦସ୍ୟଙ୍କ ଆଧାର ନମ୍ବର ମଧ୍ୟ ରହିବ । ବିଜେଡି ୱେବସାଇଟ୍ରେ ସଦସ୍ୟଙ୍କ ନାମ ଉଲ୍ଲେଖ ରହିବ । ସଭ୍ୟ ସଂଗ୍ରହ ଅଭିଯାନ ପାଇଁ ସକ୍ରିୟ ସଭ୍ୟଙ୍କୁ ଦାୟିତ୍ୱ ଦିଆଯିବ । ପଞ୍ଚାୟତସ୍ତରରେ ପ୍ରତି ୱାର୍ଡ ସ୍ତରରେ ୪ଜଣ, ଏନ୍ଏସିରେ ୱାର୍ଡ ପିଛା ୫ଜଣ, ମୁ୍ୟନିସିପାଲିଟିର ପ୍ରତି ୱାର୍ଡରେ ୧୫ ଜଣ ଓ ମହାନଗର ନିଗମ ସ୍ତରରେ ୱାର୍ଡରେ ୪୦ଜଣ ଲେଖାଏଁ ସକ୍ରିୟ ସଭ୍ୟ ରହିବେ । ପ୍ରତ୍ୟେକ ସକ୍ରି୍ରୟ ସଭ୍ୟ ନିଜକୁ ମିଶାଇ ୨୫ ଜଣଙ୍କୁ ସଭ୍ୟ ସଂଗ୍ରହ କରିବେ । ବୈଠକରେ ନିର୍ବାଚନର ବିଜୟ ଶ୍ରେୟ ଜନତାଙ୍କୁ ଦିଆଯିବା ସହ ଏ ନେଇ ଧନ୍ୟବାଦ ପ୍ରସ୍ତାବ ପାରିତ ହୋଇଥିଲା । ଏହା ସହ ଦଳର ସାଂଗଠନିକ ନିର୍ବାଚନ ପ୍ରକ୍ରିୟା ଆଗେଇବା ପାଇଁ ରିଟର୍ଣ୍ଣିଂ ଅଫିସର ନିଯୁକ୍ତ କରିବାକୁ ନବୀନଙ୍କୁ ଦାୟିତ୍ୱ ଦିଆଯାଇଥିଲା ।
ଏହି ଅବସରରେ ରାଜ୍ୟବାସୀଙ୍କୁ ଧନ୍ୟବାଦ ଜଣାଇ ନବୀନ କହିଲେ, ଓଡ଼ିଶାର ସାଢେ଼ ୪ କୋଟି ଜନତା ବିଜେଡିକୁ ଯେଉଁଭଳି ଆଶୀର୍ବାଦ ଦେଇଛନ୍ତି, ସେଥିପାଇଁ ମୁଁ ସମସ୍ତଙ୍କ ପାଖରେ ଋଣୀ । ବିଜେଡି ବିଜୟର ଶ୍ରେୟ କର୍ମକର୍ତ୍ତାଙ୍କୁ ଦେଇ ସେ କହିଲେ, ଲକ୍ଷଲକ୍ଷ ଭାଇ ଭଉଣୀଙ୍କ ତ୍ୟାଗ ଓ ପରିଶ୍ରମ ଯୋଗୁ ଦଳ ବିଜୟ ଧାରା ଜାରି ରଖିଛି । ନିର୍ବାଚନରେ ବହୁତ ଭଲ ପ୍ରଦର୍ଶନ କରିଛି । ସେଥିପାଇଁ ସବୁ କର୍ମୀମାନଙ୍କୁ ଓ ସେମାନଙ୍କ ପରିବାରକୁ କୃତଜ୍ଞତା ଜଣାଉଛି ।
ଦଳର ପଦାଧିକାରୀ ଓ କର୍ମକର୍ତ୍ତାଙ୍କୁ ଗୁରୁ ମନ୍ତ୍ର ଦେଇ ନବୀନ କହିଲେ, ସାଧାରଣ ଲୋକେ ଆମର ସବୁ କାର୍ଯ୍ୟକ୍ରମର କେନ୍ଦ୍ର ବିନ୍ଦୁ । ସାଧାରଣ ଲୋକଙ୍କୁ ତା’ର ହକ୍ ଦେବା ପାଇଁ ଆମର ୫-ଟି ମନ୍ତ୍ର ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ । ପ୍ରତ୍ୟେକ ସଦସ୍ୟ ପରିବର୍ତ୍ତନର ବାର୍ତ୍ତାବହ ସାଜି କାମ କରନ୍ତୁ । ସାଧାରଣ ଲୋକଙ୍କ ଭିତରେ ଖୁସି ଭରି ଦିଅନ୍ତୁ । ଆମ କାମରେ ଲୋକେ ଯେମିତି ଏକାଗ୍ରତା ଦେଖିବେ, ସେଭଳି କାମ କରିବାକୁ ସେ ପରାମର୍ଶ ଦେଇଥିଲେ ।
ଗାନ୍ଧିଜୀଙ୍କ ଆଦର୍ଶ ଓ ବିଚାରଧାରାରେ ଅନୁପ୍ରାଣିତ ହୋଇ କାମ କରିବାକୁ ନବୀନ ଆହ୍ୱାନ ଦେଇଥିଲେ । ସେ କହିଲେ, ଗାନ୍ଧିଙ୍କ ଆଦର୍ଶ ଓ ବିଚାରଧାରାର ଆଜି ମଧ୍ୟ ପ୍ରାସଙ୍ଗିକତା ରହିଛି । ଗାନ୍ଧିଜୀଙ୍କ ମୂଲ୍ୟବୋଧ ଓ ଦର୍ଶନର ପ୍ରଚାର ପାଇଁ ଆପଣମାନେ ବିଭିନ୍ନ ଗାନ୍ଧିବାଦୀ ଅନୁÂାନ ସହ ମିଶି କାମ କରନ୍ତୁ ।
ଜୀବନ ବିନ୍ଦୁ କାର୍ଯ୍ୟକ୍ରମକୁ ଆଗେଇ ନେବା ଉଦେ୍ଧଶ୍ୟରେ ସେ କହିଲେ, ଏହା ଆମ ଦଳର ଏକ ଲୋକପ୍ରିୟ କାର୍ଯ୍ୟକ୍ରମ । ଆଜି ସାରା ରାଜ୍ୟରେ ଏହା ଏକ ସାମାଜିକ ଆନେ୍ଦାଳନର ରୂପ ନେଇଛି । ଏହି ଆନେ୍ଦାଳନକୁ ଆମକୁ ଆହୁରି ବ୍ୟାପକ କରିବାକୁ ହେବ ।
ଦଳର ଉପସଭାପତିି ଦେବୀ ପ୍ରସାଦ ମିଶ୍ର କାର୍ଯ୍ୟକ୍ରମକୁ ପରିଚାଳନା କରିଥିବାବେଳେ ବରିÂ ନେତା ପ୍ରସନ୍ନ ଆଚାର୍ଯ୍ୟ, ଅନଙ୍ଗ ଉଦୟ ସିଂହଦେଓ, ପ୍ରମିଳା ମଲ୍ଲିକ ତିନୋଟି ପ୍ରସ୍ତାବ ଆଗତ କରିଥିଲେ । ସର୍ବସମ୍ମତିରେ ୩ଟି ଯାକ ପ୍ରସ୍ତାବ ପାରିତ ହୋଇଥିଲା । କାର୍ଯ୍ୟକ୍ରମ ପ୍ରାରମ୍ଭରେ ସଦସ୍ୟତା ଫର୍ମ ପୂରଣ ସମ୍ପର୍କରେ ପ୍ରଶିକ୍ଷଣ ଦିଆଯାଇଥିଲା । ବୈଠକରେ ସମସ୍ତ ମନ୍ତ୍ରୀ, ବିଧାୟକ, ସାଂସଦ, ପୂର୍ବତନ ବିଧାୟକ, ପୂର୍ବତନ ସାଂସଦ, ଛାମୁଆ ସଂଗଠନ ନେତା ଉପସ୍ଥିତ ଥିଲେ ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons