ଆଜିଠୁ ୧୮ରୁ ୪୪ ବର୍ଷୀୟଙ୍କୁ ଟିକା

Get real time updates directly on you device, subscribe now.

ଜୟପୁର: ସୋମବାର ଅର୍ଥାତ ୨୧ ତାରିଖରୁ ୧୮ରୁ ୪୪ ବର୍ଷୀୟ ଯୁବପୀଢିଙ୍କୁ ମିିଳିବ ମାଗଣା କୋଭିଡ୍ ଟିକା । ଜୟପୁର ସହର ସମେତ ବ୍ଲକ ଅଞ୍ଚଳରେ ଟିକା ଦିଆଯିବ । ଏଥିଲାଗି ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି । ଅଧିକାରୀ ଏବଂ କର୍ମଚାରୀଙ୍କୁ ନେଇ ବୈଠକ ଜାରି ରହିଛି । ସହରର ୧୦ଟି ଟିକାଦାନ କେନ୍ଦ୍ର ସହ ରାବଣାଗୁଡ଼ା ଗୋÂୀ ସ୍ୱାସ୍ଥ୍ୟକେନ୍ଦ୍ର ଏବଂ ଅନ୍ୟ କେନ୍ଦ୍ରରେ ଏହି କାର୍ଯ୍ୟକ୍ରମ ଆରମ୍ଭ ହେବ । ଏଥିଲାଗି ଆଜି ଅପରାହ୍ନରୁ ସ୍ଲଟ୍ ବୁକିଂ ଆରମ୍ଭ ହୋଇଛି । ଯେଉଁମାନେ ନାଁ ପଞ୍ଜୀକରଣ କରିଥିବେ, ସେମାନେ ଆବଶ୍ୟକ ଦସ୍ତାବିଜ ଦେଖାଇ ପୂର୍ବାହ୍ନ ୯ରୁ ଅପରାହ୍ନ ୫ଟା ଭିତରେ ଟିକା ନେଇପାରିବେ ବୋଲି ସହକାରୀ ଜିଲ୍ଲା ଜନସ୍ୱାସ୍ଥ୍ୟ ଅଧିକାରୀ ତଥା ଡିଷ୍ଟ୍ରିକ୍ଟ ଇମୁ୍ୟନାଇଜେସନ୍ ଅଫିସର ଡାକ୍ତର ନୀଳମାଧବ ଶତପଥୀ କହିଛନ୍ତି । ଏଥିସହ ବ୍ଲକ ଅଞ୍ଚଳରେ ୪୫ ବର୍ଷରୁ ଅଧିକ ବ୍ୟକ୍ତିଙ୍କ ଟିକାକରଣ ଜାରି ରହିବ ବୋଲି ସେ ସୂଚନା ଦେଇଛନ୍ତି ।
ପ୍ରଶାସନ ପକ୍ଷରୁ ସହରରେ ଚିହ୍ନଟ ହୋଇଥିବା ୧୦ଟି କେନ୍ଦ୍ରର ଭିତ୍ତିଭୂମି ତଦାରଖ କରାଯାଇଛି । କେନ୍ଦ୍ରରେ ସୂଚନା ଫଳକ ଲଗାଯାଇଛି । ପୌର ପ୍ରଶାସନ ପକ୍ଷରୁ ଏକାଧିକ ନୋଡାଲ ଅଫିସରଙ୍କୁ ଦାୟିତ୍ୱ ଦିଆଯାଇଛି । ଟିକାକରଣ ସମୟରେ ଆଇନଶୃଙ୍ଖଳା ପରିସ୍ଥିତି ସମ୍ଭାଳିବା ଲାଗି ପୁଲିସ ମୁତୟନ ଲାଗି ନିଦେ୍ର୍ଧଶ ଦିଆଯାଇଛି । ଏଥିଲାଗି ଜଣେ ଅଧିକାରୀଙ୍କୁ ସ୍ୱତନ୍ତ୍ର ଦାୟିତ୍ୱ ମିଳିଛି । ଟିକାଗ୍ରହଣ କେନ୍ଦ୍ରରେ ପିଇବା ପାଣି, ସାମିଆନା(ଦରକାର ଥିଲେ) ସହ ଅନ୍ୟାନ୍ୟ ସୁବିଧା ଯୋଗାଇ ଦେବାଲାଗି ପ୍ରଶାସନ ନିଦେ୍ର୍ଧଶ ଦେଇଛି । ସ୍ଥାନୀୟ ଜଗଧାତ୍ରୀପୁର ଅର୍ବାନ ପିଏଚ୍ସିରେ ଆଜି ଜିଲ୍ଲା ଜନସ୍ୱାସ୍ଥ୍ୟ ଅଧିକାରୀ ଡାକ୍ତର ଅରୁଣ କୁମାର ପାଢି, ଡିପିଏମ୍ ଶୁଭକାନ୍ତ ଗନ୍ତାୟତ, ଏପିଏମ୍ ଭାଗ୍ୟଲକ୍ଷ୍ମୀ ସ୍ୱାଇଁ ପ୍ରମୁଖଙ୍କ ସହ କୋଭିଡ୍ ଏଏନ୍ଏମ୍ ଏବଂ ଅନ୍ୟ କର୍ମଚାରୀ ଉପସ୍ଥିତ ଥିଲେ । ସକାଳ ୯ରୁ ଅପରାହ୍ନ ୫ଟା ପର୍ଯ୍ୟନ୍ତ ନିରବଛିନ୍ନ ଟିକା ଦିଆଯିବ । ଏହି ସମୟରେ କେବଳ ସ୍ଲଟ୍ ନେଇଥିବା ହିତାଧିକାରୀ ଟିକା ନେଇପାରିବେ ବୋଲି ଡାକ୍ତର ପାଢି କହିଥିଲେ ।
ଏଡିପିଏଚ୍ଓ ଡାକ୍ତର ଶତପଥୀ କହିଛନ୍ତି, ଯୁବବର୍ଗଙ୍କ ଟିକାକରଣ ସମ୍ପର୍କରେ ଭିଡିଓ କନଫରେନ୍ସିଂ ମାଧ୍ୟମରେ ବୈଠକ ହୋଇଥିଲା । ଜୟପୁର, ସୁନାବେଡ଼ା ପୌରାଞ୍ଚଳରେ ସୋମବାର ସକାଳୁ ଟିକାକରଣ କାର୍ଯ୍ୟକ୍ରମ ଆରମ୍ଭ ହେବ । ଜୟପୁରର ୧୦ଟି କେନ୍ଦ୍ରରେ ଦୈନିକ ୪ ହଜାର ୫୦୦ଟି ଡୋଜ୍ ଦିଆଯିବା ଲାଗି ଲକ୍ଷ୍ୟ ରଖାଯାଇଛି । ଆସନ୍ତା ୫ ଦିନ ମଧ୍ୟରେ ଲକ୍ଷ୍ୟ ପୂରଣ ଲାଗି କୁହାଯାଇଛି । ଏହି ସମୟରେ ୪୫ ବର୍ଷରୁ ଅଧିକ ବର୍ଗର ବ୍ୟକ୍ତିଙ୍କୁ ଟିକା ନଦେବା ଲାଗି କୁହାଯାଇଛି । ଅତି ଜରୁରୀ ଥିଲେ ଏହି ବର୍ଗର ବ୍ୟକ୍ତିଙ୍କୁ ଟିକା ଦିଆଯିବା ବ୍ୟବସ୍ଥା କରାଯିବ । ଏଥିସହ ବ୍ଲକର ଟିକାଦାନ କେନ୍ଦ୍ରରେ ୧୮ରୁ ୪୪ ଏବଂ ୪୫ରୁ ଅଧିକ ବର୍ଷ ବୟସ୍କଙ୍କୁ(ପ୍ରଥମ, ୮୪ ଦିନ ହୋଇଥିଲେ ଦ୍ୱିତୀୟ ଡୋଜ୍) ଟିକା ଦିଆଯିବ । ଯେତେ ଶୀଘ୍ର ସରିବ ଅଧିକ ଟିକା ଅଣାଯିବାର ବ୍ୟବସ୍ଥା କରାଯାଇଛି । ଟିକାଦାନକୁ ଅଧିକ ବ୍ୟାପକ କରିବାକୁ ବିଭାଗ ପକ୍ଷରୁ ନିଦେ୍ର୍ଧଶ ଦିଆଯାଇଥିବା ସେ କହିଛନ୍ତି ।

ରିପୋର୍ଟ: ସତ୍ୟ ନାରାୟଣ ସାହୁ

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons