ଆଜିର ରାଶିଫଳ

Get real time updates directly on you device, subscribe now.

ମେଷ : ଶୁକ୍ଳପକ୍ଷ ଚତୁର୍ଥରେ ଚନ୍ଦ୍ରଙ୍କ ଚଳନ ହେତୁ ପ୍ରତି କାର୍ଯ୍ୟରେ ବିଳମ୍ବ ଦେଖାଦେବ । ସାଂସାରିକ ଉଦାସ ରହିବେ । ରାଜନୀତିରେ ପ୍ରତିଦ୍ୱନ୍ଦ୍ୱିତା ରହିବ । ମହିଳାମାନେ ଚିନ୍ତାରେ ରହିବେ । ପରିବହନ ଓ ବାଣିଜ୍ୟରେ ସାଧାରଣ ଫଳ ମିଳିବ । ଶୁଭ ଅଙ୍କ-୨, ଶୁଭ ରଙ୍ଗ-ଧଳା ।
ବୃଷ : ତୃତୀୟରେ ଚନ୍ଦ୍ରଙ୍କ ଗତିଶୀଳ ହେତୁ ଚତୁରତା ସହ କାର୍ଯ୍ୟ ହାସଲ କରିବେ । ସାଂସାରିକ ସୁଖଶାନ୍ତି ପ୍ରାପ୍ତି ହେବ । ମହିଳାମାନେ ଆଦରଣୀୟା ହେବେ । ପରିବହନ ଓ ବାଣିଜ୍ୟରେ ଲାଭଜନକ ରହିବ । ଶୁଭ ଅଙ୍କ-୫, ଶୁଭ ରଙ୍ଗ-ସବୁଜ ।
ମିଥୁନ : ଶୁକ୍ଳପକ୍ଷ ଦ୍ୱିତୀୟରେ ଚନ୍ଦ୍ରଙ୍କ ଚଳନ ହେତୁ କୌଣସି ଆର୍ଥିକ ଯୋଜନା କାର୍ଯ୍ୟକାରୀ ହେବ । ସାଂସାରିକ ଉତ୍ତମ ବୁଝାମଣା ରହିବ । ପରିବହନ ଓ ବାଣିଜ୍ୟରେ ଲାଭଜନକ ରହିବ । ଶୁଭ ଅଙ୍କ-୧, ଶୁଭ ରଙ୍ଗ-ପିଙ୍କ୍ ।
କର୍କଟ : ଶ୍ରୀଚନ୍ଦ୍ର କାରଣରୁ ଦିନଚର୍ଯ୍ୟା ବିଳାସପୂର୍ଣ୍ଣ ରହିବ । ସାଂସାରିକ ସୁଖଶାନ୍ତି ପ୍ରାପ୍ତି ହେବ । ଚାକିରିରେ ସହଯୋଗ ପାଇବେ । ପ୍ରଶାସନିକ ସୁନାମ ପାଇବେ । ପରିବହନ ଓ ବାଣିଜ୍ୟରେ ପ୍ରସାର ହେବ । ଶୁଭଅଙ୍କ-୨, ଶୁଭ ରଙ୍ଗ-ସିଲ୍ଭର ।
ସିଂହ :ଶୁକ୍ଳପକ୍ଷ ବ୍ୟୟ ଭାବରେ ଚନ୍ଦ୍ରଙ୍କ ଗତିଶୀଳ ହେତୁ କର୍ମ କ୍ଷେତ୍ରରେ ସମସ୍ୟାକୁ ନେଇ ବିଚଳିତ ରହିବେ । ସାଂସାରିକ ଭୁଲ୍ ବୁଝାମଣା ରହିବ । ପରିବହନ ଓ ବାଣିଜ୍ୟରେ ବିଶେଷ ଭଲ ହେବନାହିଁ । ଶୁଭଅଙ୍କ-୧, ଶୁଭ ରଙ୍ଗ-ପିଙ୍କ୍ ।
କନ୍ୟା : ଏକାଦଶରେ ଚନ୍ଦ୍ରଙ୍କ ଚଳନ ହେତୁ ସ୍ୱପ୍ନ ସାକାର ହେବ । ସାଂସାରିକ ସୁଖ ସମ୍ମାନ ପାଇବେ । ରାଜନୀତିରେ ଲୋକ ସମ୍ପର୍କ ବଢ଼ିବ । କଳା, ବିଜ୍ଞାନ ଓ ବାଣିଜ୍ୟରେ ଆଶାଜନକ ଫଳ ପାଇବେ । ଶୁଭ ଅଙ୍କ-୬, ଶୁଭ ରଙ୍ଗ-ସିଲ୍ଭର ।
ତୁଳା : ଦଶମରେ ଚନ୍ଦ୍ରଙ୍କ ଗତିଶୀଳ ହେତୁ କାର୍ଯ୍ୟ ସିଦ୍ଧି ସହ ମାନ ସମ୍ମାନ ପ୍ରାପ୍ତି ହେବ । ଉଭୟେ ପ୍ରେମ ଓ ସାଂସାରିକ ସୁଖମୟ ରହିବ । ପରିବହନ ଓ ବାଣିଜ୍ୟରେ ଉତ୍ତମ ଆୟ ହେବ । ଶୁଭ ଅଙ୍କ-୬, ଶୁଭ ରଙ୍ଗ-ସିଲ୍ଭର ।
ବିଛା :ଶୁକ୍ଳପକ୍ଷ ନବମରେ ଚନ୍ଦ୍ରଙ୍କ ଚଳନ ହେତୁ କର୍ମ କ୍ଷେତ୍ରରେ ସହଯୋଗ ମିଳିବ । ସାଂସାରିକ ସାଂସ୍କୃତିକ ପରିବେଶରେ ଯୋଗଦାନ କରିପାରନ୍ତି । ବାଣିଜ୍ୟରେ ଲାଭ ମିଳିବ । ଶୁଭ ଅଙ୍କ-୯, ଶୁଭ ରଙ୍ଗ-ମେରୁନ୍ ।
ଧନୁ : ଅଷ୍ଟମରେ ଚନ୍ଦ୍ରଙ୍କ ଚଳନ ହେତୁ କର୍ମ କ୍ଷେତ୍ରରେ ବାଧାବିଘ୍ନ ରହିବ । ସାଂସାରିକ ଖର୍ଚ୍ଚାନ୍ତ ରହିବ । ଚାକିରିରେ କର୍ତ୍ତୃପକ୍ଷଙ୍କ ଚାପ ରହିବ । ବାଣିଜ୍ୟରେ ହାନି ହୋଇପାରେ । ଶୁଭ ଅଙ୍କ-୩, ଶୁଭ ରଙ୍ଗ-ଗୋଲ୍ଡେନ୍ ।
ମକର : ସପ୍ତମରେ ଚନ୍ଦ୍ରଙ୍କ ଗତିଶୀଳ ହେତୁ କର୍ମ କ୍ଷେତ୍ରରେ ଉଚ୍ଚ ଆଶା ସଫଳ ହେବ । ସାଂସାରିକ ଉନ୍ନତି କରିବେ । ମହିଳାମାନେ ଆଦରଣୀୟା ହେବେ । ବାଣିଜ୍ୟରେ ଲାଭ ମିଳିବ । ଶୁଭ ଅଙ୍କ-୮, ଶୁଭ ରଙ୍ଗ-ନୀଳ ।
କୁମ୍ଭ : ଷଷ୍ଠ ଭାବରେ ଚନ୍ଦ୍ରଙ୍କ ଚଳନ ହେତୁ ଦୁଃସାହସିକ ଭିତ୍ତିରେ କର୍ମ ସମ୍ପାଦନ କରିବେ । ସାଂସାରିକ ଉତ୍ତମ ବୁଝାମଣା ରହିବ । ପରିବହନ ଓ ବାଣିଜ୍ୟରେ ଲାଭଜନକ ରହିବ । ଶୁଭ ଅଙ୍କ-୩, ଶୁଭ ରଙ୍ଗ-କ୍ରିମ୍ । ମୀନ : ଶୁକ୍ଳପକ୍ଷ ପଞ୍ଚମରେ ଚନ୍ଦ୍ରଙ୍କ ଚଳନ ହେତୁ ଅଟକି ରହିଥିବା କାର୍ଯ୍ୟ ସମ୍ପନ୍ନ ହେବ । ସାଂସାରିକ ଖୁସିରେ ସମୟ କଟିବ । ପରିବହନ, ଶିଳ୍ପ ଓ ବାଣିଜ୍ୟରେ ଲାଭଜନକ ରହିବ । ଶୁଭ ଅଙ୍କ-୭, ଶୁଭ ରଙ୍ଗ-କଫି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons