
ମେଷ : ଶୁକ୍ଳପକ୍ଷ ପଞ୍ଚମରେ ଚନ୍ଦ୍ରଙ୍କ ଚଳନ ହେତୁ କର୍ମ କ୍ଷେତ୍ରରେ ସୁଖ ସନ୍ତୋଷ ପ୍ରାପ୍ତି ହେବ । ସାଂସାରିକ ବନ୍ଧୁବାନ୍ଧବଙ୍କ ସହଯୋଗ ପାଇବେ । ପରିବହନ ଓ ବାଣିଜ୍ୟରେ ଲାଭଜନକ ରହିବ । ଶୁଭ ଅଙ୍କ-୯, ଶୁଭ ରଙ୍ଗ-କମଳା ।
ବୃଷ : ଶୁକ୍ଳପକ୍ଷ ଚତୁର୍ଥରେ ଚନ୍ଦ୍ରଙ୍କ ପରିକ୍ରମଣ ହେତୁ ଯୋଜନା କରି ଅସଫଳ ହୋଇପାରନ୍ତି । ସାଂସାରିକ ଦ୍ରବ୍ୟାଦି ହାନି ହୋଇପାରେ । ପରିବହନ ଓ ବାଣିଜ୍ୟରେ ବିଶେଷ ଭଲ ହେବନାହିଁ । ଶୁଭ ଅଙ୍କ-୪, ଶୁଭ ରଙ୍ଗ-ମେଟାଲିକ୍ ।
ମିଥୁନ : ତୃତୀୟରେ ଚନ୍ଦ୍ରଙ୍କ ଗତିଶୀଳ ହେତୁ ଉଚ୍ଚ ଆଶା ପୂରଣ ହେବ । ସାଂସାରିକ ଉନ୍ନତି କରିବେ । ମହିଳାମାନେ ଆଦର ସମ୍ମାନ ପାଇବେ । ପରିବହନ ଓ ବାଣିଜ୍ୟରେ ଶୁଭଫଳ ମିଳିବ । ଶୁଭ ଅଙ୍କ-୫, ଶୁଭ ରଙ୍ଗ-ସବୁଜ ।
କର୍କଟ : ଶୁକ୍ଳପକ୍ଷ ଦ୍ୱିତୀୟରେ ଘାତଚନ୍ଦ୍ର କାରଣରୁ କୌଣସି ବିଷୟକୁ ନେଇ ବିବାଦୀୟ ସ୍ଥିତି ଉପୁଜିପାରେ । ସାଂସାରିକ ଅଶାନ୍ତି ରହିବ । ପରିବହନ ଓ ବାଣିଜ୍ୟରେ ପ୍ରତିକୂଳତା ରହିବ । ଶୁଭଅଙ୍କ-୩, ଶୁଭ ରଙ୍ଗ-ସବୁଜ ।
ସିଂହ :ଚନ୍ଦ୍ରଙ୍କ ସ୍ୱ-ପାରଗମନ ହେତୁ ଦିନଟି ହସଖୁସିରେ କଟିବ । ସାଂସାରିକ ଅର୍ଥପ୍ରାପ୍ତି ହୋଇପାରେ । ମହିଳାମାନେ ଯଶକୀର୍ତ୍ତି ପାଇବେ । ପରିବହନ ଓ ବାଣିଜ୍ୟରେ ପ୍ରସାର ହେବ । ଶୁଭଅଙ୍କ-୯, ଶୁଭ ରଙ୍ଗ-ମେରୁନ୍ ।
କନ୍ୟା : ଶୁକ୍ଳପକ୍ଷ ବ୍ୟୟ ଭାବରେ ଚନ୍ଦ୍ରଙ୍କ ପରିକ୍ରମଣ ହେତୁ କର୍ମ କ୍ଷେତ୍ରରେ ଉଦାସୀନରହିବେ । ସାଂସାରିକ ବ୍ୟୟ ବହୁଳତା ରହିବ । ରାଜନୀତିରେ ସମସ୍ୟା ରହିବ । ବାଣିଜ୍ୟରେ ଆୟବ୍ୟୟ ସମାନ ରହିବ । ଶୁଭ ଅଙ୍କ-୮, ଶୁଭ ରଙ୍ଗ-ଆକାଶୀ ।
ତୁଳା : ଏକାଦଶରେ ଚନ୍ଦ୍ରଙ୍କ ଗତିଶୀଳ ହେତୁ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟରେ ଆଗେଇବେ । ସାଂସାରିକ ସୁଖ ସମ୍ମାନ ପାଇବେ । ପ୍ରଶାସନିକ ପ୍ରଭାବଶାଳୀ ରହିବେ । ବାଣିଜ୍ୟରେ ଭଲ ଲାଭ ହେବ । ଶୁଭ ଅଙ୍କ-୫, ଶୁଭ ରଙ୍ଗ-ସବୁଜ ।
ବିଛା :ଦଶମରେ ଚନ୍ଦ୍ରଙ୍କ ଚଳନ ହେତୁ କର୍ମ କ୍ଷେତ୍ରରେ ସହଯୋଗ ପାଇବେ । ସାଂସାରିକ ସୁଖ ସନ୍ତୋଷ ପ୍ରାପ୍ତି ହେବ । ଚାକିରିରେ ସ୍ଥାୟୀତ୍ୱ ବଜାୟ ରହିବ । ପରିବହନ ଓ ବାଣିଜ୍ୟରେ ଆୟ ବୃଦ୍ଧି ହେବ । ଶୁଭ ଅଙ୍କ-୩, ଶୁଭ ରଙ୍ଗ-ଗୋଲ୍ଡେନ୍ ।
ଧନୁ : ଶୁକ୍ଳପକ୍ଷ ନବମରେ ଚନ୍ଦ୍ରଙ୍କ ଚଳନ ହେତୁ କେତେକ କାର୍ଯ୍ୟରେ ସଫଳ ହେବେ । ସାଂସାରିକ ଦାନ ଧର୍ମରେ ମନ ରହିବ । ଚାକିରିରେ ନିଷ୍ଠାପର ରହିବେ । ବାଣିଜ୍ୟରେ ଲାଭ ମିଳିବ । ଶୁଭ ଅଙ୍କ-୧, ଶୁଭ ରଙ୍ଗ-ପିଙ୍କ୍ ।
ମକର : ଘାତଚନ୍ଦ୍ର କାରଣରୁ ବିଷମ ଗତି ଦେଇ ଗତି କରିବେ । ସାଂସାରିକ ଅଶାନ୍ତି ରହିବ । ମହିଳାମାନେ ହତୋତ୍ସାହ ରହିବେ । ପରିବହନ ଓ ବାଣିଜ୍ୟରେ ପ୍ରତିବନ୍ଧକ ରହିବ । ଶୁଭ ଅଙ୍କ-୫, ଶୁଭ ରଙ୍ଗ-ସବୁଜ ।
କୁମ୍ଭ : ସପ୍ତମରେ ଚନ୍ଦ୍ରଙ୍କ ଚଳନ ହେତୁ ପ୍ରତିଟି କାର୍ଯ୍ୟରେ ଆଗେଇବେ । ସାଂସାରିକ ସୁଖୀ ରହିବେ । ରାଜନୀତିରେ ଲୋକ ସମ୍ପର୍କ ବୃଦ୍ଧି ପାଇବ । ବାଣିଜ୍ୟରେ ଲାଭ ମିଳିବ । ଶୁଭ ଅଙ୍କ-୩, ଶୁଭ ରଙ୍ଗ-ଗୋଲ୍ଡେନ୍ । ମୀନ : ଷଷ୍ଠ ଭାବରେ ଚନ୍ଦ୍ରଙ୍କ ଚଳନ ହେତୁ ଦୁଃସାହସିକ ଭିତ୍ତିରେ କର୍ମ କରିବେ । ସାଂସାରିକ ସହଯୋଗ ପାଇବେ । ମହିଳାମାନେ ସମ୍ମାନ ପାଇବେ । ବାଣିଜ୍ୟରେ ଲାଭ ମିଳିବ । ଶୁଭ ଅଙ୍କ-୧, ଶୁଭ ରଙ୍ଗ-ପିଙ୍କ୍ ।
Comments are closed, but trackbacks and pingbacks are open.