ଆଜିର ରାଶିଫଳ

Get real time updates directly on you device, subscribe now.

ମେଷ : ଏକାଦଶରେ ଚନ୍ଦ୍ରଙ୍କ ଚଳନ ହେତୁ କାର୍ଯ୍ୟ ସଫଳ ଓ ରାଜ ସମ୍ମାନ ଲାଭ ହୋଇପାରେ । ଆୟ ଭଲ ହେବ । ଚାକିରିରେ ପଦୋନ୍ନତି ହୋଇପାରେ । ମହିଳାମାନେ ଆଦରଣୀୟା ହେବେ । ପରିବହନ ଓ ବାଣିଜ୍ୟରେ ଉତ୍ତମ ଆୟ ହେବ । ଶୁଭ ଅଙ୍କ-୨, ଶୁଭ ରଙ୍ଗ-ଧଳା ।
ବୃଷ : ଦଶମରେ ଚନ୍ଦ୍ରଙ୍କ ଗତିଶୀଳ ହେତୁ ଉଚ୍ଚ ଆଶା ସଫଳ ହେବ । ସାଂସାରିକ ଯୋଜନା କରି ସଫଳ ହେବେ । ଚାକିରିରେ ଉଚ୍ଚ ପଦ ଲାଭ ହୋଇପାରେ । ପରିବହନ ଓ ବାଣିଜ୍ୟରେ ଉତ୍ତମ ଆୟ ହେବ । ଶୁଭ ଅଙ୍କ-୫, ଶୁଭ ରଙ୍ଗ-ସବୁଜ ।
ମିଥୁନ :କୃଷ୍ଣପକ୍ଷ ନବମରେ ଘାତଚନ୍ଦ୍ର କାରଣରୁ କର୍ମକ୍ଷେତ୍ରରେ ଅନିଶ୍ଚିତତା ଭିତରେ ଗତି କରିବେ । ସାଂସାରିକ ଅନ୍ୟ ପାଇଁ ସମସ୍ୟାରେ ପଡ଼ିପାରନ୍ତି । ପରିବହନ ଓ ବାଣିଜ୍ୟରେ ବିଶେଷ ଭଲ ହେବନାହିଁ । ଶୁଭ ଅଙ୍କ-୧, ଶୁଭ ରଙ୍ଗ-ପିଙ୍କ୍ ।
କର୍କଟ : ଅଷ୍ଟମରେ ଚନ୍ଦ୍ରଙ୍କ ଚଳନ ହେତୁ ହେଉଥିବା କାର୍ଯ୍ୟ ବିଗିଡ଼ିପାରେ । ସାଂସାରିକ ସମସ୍ୟା ପୂର୍ଣ୍ଣ ରହିବ । ଚାକିରିରେ ଅସହଯୋଗ ଦେଖାଦେବ । ପରିବହନ ଓ ବାଣିଜ୍ୟରେ ହାନି ହୋଇପାରେ । ଶୁଭଅଙ୍କ-୩, ଶୁଭ ରଙ୍ଗ-କ୍ରିମ୍ ।
ସିଂହ :ସପ୍ତମରେ ଚନ୍ଦ୍ରଙ୍କ ଚଳନ ହେତୁ ଦିନଚର୍ଯ୍ୟା ବିଳାସପୂର୍ଣ୍ଣ ରହିବ । ସାଂସାରିକ ସୁଖଶାନ୍ତି ପ୍ରାପ୍ତି ହେବ । ରାଜନୀତିରେ ଲୋକପ୍ରିୟତା ବୃଦ୍ଧି ପାଇବ । ବାଣିଜ୍ୟରେ ଉତ୍ତମ ଆୟ ହେବ । ଶୁଭଅଙ୍କ-୨, ଶୁଭ ରଙ୍ଗ-ସିଲ୍ଭର ।
କନ୍ୟା : ଷଷ୍ଠ ଭାବରେ ଚନ୍ଦ୍ରଙ୍କ ଚଳନ ହେତୁ ବହୁ ପରିଶ୍ରମ କରି କିଛିଟା ଆଗେଇବେ । ସାଂସାରିକ ସମସ୍ୟାରୁ ମୁକ୍ତି ହେବେ । ଚାକିରିରେ କର୍ତ୍ତବ୍ୟନିଷ୍ଠ ରହିବେ । ବାଣିଜ୍ୟରେ ଲାଭଜନକ ରହିବ । ଶୁଭ ଅଙ୍କ-୮, ଶୁଭ ରଙ୍ଗ-ଆକାଶୀ ।
ତୁଳା : କୃଷ୍ଣପକ୍ଷ ପଞ୍ଚମରେ ଚନ୍ଦ୍ରଙ୍କ ଚଳନ ହେତୁ କର୍ମ କ୍ଷେତ୍ରରେ ଅସ୍ଥିରତା ଦେଖାଦେବ । ସାଂସାରିକ ଭୁଲ୍ ବୁଝାମଣା ରହିବ । ମହିଳାମାନେ ଅପଯଶ ପାଇବେ । ବାଣିଜ୍ୟରେ ମାନ୍ଦା ରହିବ । ଶୁଭ ଅଙ୍କ-୬, ଶୁଭ ରଙ୍ଗ-ସିଲ୍ଭର ।
ବିଛା :କୃଷ୍ଣପକ୍ଷ ଚତୁର୍ଥରେ ଚନ୍ଦ୍ରଙ୍କ ଚଳନ ହେତୁ କର୍ମ କ୍ଷେତ୍ରରେ ସହଯୋଗ ମିଳିବ । ସାଂସାରିକ ବନ୍ଧୁବାନ୍ଧବଙ୍କର ଆଗମନ ହୋଇପାରେ । ପରିବହନ ଓ ବାଣିଜ୍ୟରେ ପ୍ରସାର ହେବ । ଶୁଭ ଅଙ୍କ-୯, ଶୁଭ ରଙ୍ଗ-ମେରୁନ୍ ।
ଧନୁ : ତୃତୀୟରେ ଚନ୍ଦ୍ରଙ୍କ ଚଳନ ହେତୁ ବିଭିନ୍ନ ମାର୍ଗରେ ଆୟ ହେବ । ଉଭୟେ ପ୍ରେମ ଓ ସାଂସାରିକ ସୁଖମୟ ରହିବ । ମହିଳାମାନେ ରକ୍ଷଣଶୀଳ ହେବେ । ବାଣିଜ୍ୟରେ ଆୟ ବୃଦ୍ଧି ହେବ । ଶୁଭ ଅଙ୍କ-୩, ଶୁଭ ରଙ୍ଗ-ଗୋଲ୍ଡେନ୍ ।
ମକର : କୃଷ୍ଣପକ୍ଷ ଦ୍ୱିତୀୟରେ ଚନ୍ଦ୍ରଙ୍କ ଚଳନ ହେତୁ କର୍ମ କ୍ଷେତ୍ରର ଅସହଯୋଗ ରହିବ । ସାଂସାରିକ ଅଶାନ୍ତି ରହିବ । ମହିଳାମାନେ ହତୋତ୍ସାହ ରହିବେ । ବାଣିଜ୍ୟରେ ସମସ୍ୟା ରହିବ । ଶୁଭ ଅଙ୍କ-୫, ଶୁଭ ରଙ୍ଗ-ସବୁଜ ।
କୁମ୍ଭ : ଶ୍ରୀଚନ୍ଦ୍ର କାରଣରୁ କର୍ମକ୍ଷେତ୍ର ଉତ୍ସାହଜନକ ରହିବ । ସାଂସାରିକ ସୁଖ ସମୃଦ୍ଧି ପ୍ରାପ୍ତି ହେବ । ରାଜନୀତିରେ ସୁନାମ ପାଇବେ । ପରିବହନ ଓ ବାଣିଜ୍ୟରେ ଲାଭ ମିଳିବ । ଶୁଭ ଅଙ୍କ-୪, ଶୁଭ ରଙ୍ଗ-ମେଟାଲିକ୍ । ମୀନ : କୃଷ୍ଣପକ୍ଷ ବ୍ୟୟ ଭାବରେ ଘାତଚନ୍ଦ୍ର କାରଣରୁ କର୍ମ କ୍ଷେତ୍ରରେ ଜଟୀଳ ପରିସ୍ଥିତି ରହିବ । ସାଂସାରିକ ଦୁଶ୍ଚିନ୍ତା ରହିବ । ଚାକିରିରେ ଅଭିଯୋଗ ଆସିପାରେ । ବାଣିଜ୍ୟରେ ପ୍ରତିବନ୍ଧକ ରହିବ । ଶୁଭ ଅଙ୍କ-୭, ଶୁଭ ରଙ୍ଗ-କଫି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons