ଆଜିର ରାଶିଫଳ

Get real time updates directly on you device, subscribe now.

ମେଷ: କୃଷ୍ଣ ପକ୍ଷ ଚତୁର୍ଥରେ ଚନ୍ଦ୍ରଙ୍କ ଚଳନ ହେତୁ ଦିନଟି ପ୍ରସନ୍ନତା ଭିତରେ କଟିବ । ସାଂସାରିକ ସୁଖୀ ରହିବେ । ରାଜନୀତିରେ ଲୋକ ସମ୍ପର୍କ ବୃଦ୍ଧି ପାଇବ । ପରିବହନ ଓ ବାଣିଜ୍ୟରେ ଲାଭଜନକ ରହିବ । ଶୁଭ ଅଙ୍କ-୯, ଶୁଭ ରଙ୍ଗ-ମେରୁନ୍ ।
ବୃଷ: ତୃତୀୟରେ ଚନ୍ଦ୍ରଙ୍କ ଗତିଶୀଳ ହେତୁ କର୍ମ କ୍ଷେତ୍ରରେ ଉଚ୍ଚ ସମ୍ମାନ ପାଇବେ । ସାଂସାରିକ ଭ୍ରାତୃଭଗ୍ନୀଙ୍କର ସହଯୋଗ ପାଇବେ । ପ୍ରଶାସନିକ ଓ ରାଜନୀତିରେ ନେତୃତ୍ୱ ବୃଦ୍ଧି ପାଇବ । ବାଣିଜ୍ୟରେ ଲାଭ ମିଳିବ । ଶୁଭଅଙ୍କ-୮, ଶୁଭରଙ୍ଗ-କଳା ।
ମିଥୁନ: କୃଷ୍ଣ ପକ୍ଷ ଦ୍ୱିତୀୟରେ ଚନ୍ଦ୍ରଙ୍କ ପରିକ୍ରମଣ ହେତୁ କର୍ମ କ୍ଷେତ୍ରରେ ମନ୍ଥରତା ରହିବ । ସାଂସାରିକ ଦୁଶ୍ଚିନ୍ତା ରହିବ । ରାଜନୀତିରେ ଅସହଯୋଗ ରହିବ । ପରିବହନ ଓ ବାଣିଜ୍ୟରେ ସମସ୍ୟା ରହିବ । ଶୁଭ ଅଙ୍କ-୬, ଶୁଭ ରଙ୍ଗ-ସିଲ୍ଭର ।
କର୍କଟ: ଶ୍ରୀଚନ୍ଦ୍ର କାରଣରୁ ଦିନଟି ଚଳଚଞ୍ଚଳ ରହିବେ । ସାଂସାରିକ ଉନ୍ନତି କରିବେ । ଚାକିରିରେ ପଦୋନ୍ନତି ହୋଇପାରେ । ରାଜନୀତିରେ ସୁନାମ ପାଇବେ । ବାଣିଜ୍ୟରେ ଶୁଭଫଳ ମିଳିବ । ଶୁଭ ଅଙ୍କ-୩, ଶୁଭ ରଙ୍ଗ-କ୍ରିମ୍ ।
ସିଂହ: କୃଷ୍ଣ ପକ୍ଷ ଦ୍ୱାଦଶରେ ଚନ୍ଦ୍ରଙ୍କ ଚଳନ ହେତୁ ବାରମ୍ବାର ଚେଷ୍ଟା କରି ସଫଳ ହେବେ । ସାଂସାରିକ ପରିଶ୍ରମୀ ହେବେ । ରାଜନୀତିରେ ବ୍ୟସ୍ତତା ଭିତରେ କଟିବ । ବାଣିଜ୍ୟରେ ସ୍ୱଳ୍ପ ଆୟ ହେବ । ଶୁଭ ଅଙ୍କ-୩, ଶୁଭ ରଙ୍ଗ-କ୍ରିମ୍ ।
କନ୍ୟା: ଏକାଦଶରେ ଚନ୍ଦ୍ରଙ୍କ ଗତିଶୀଳ ହେତୁ କର୍ମକ୍ଷେତ୍ରରେ ଉଚ୍ଚ ଆଶା ପୂରଣ ହେବ । ଉଭୟେ ପ୍ରେମ ଓ ସାଂସାରିକ ସୁଖମୟ ରହିବ । ପରିବହନ ଓ ବାଣିଜ୍ୟରେ ଆୟ ଉତ୍ତମ ହେବ । ଶୁଭଅଙ୍କ-୪, ଶୁଭ ରଙ୍ଗ-ମେଟାଲିକ୍ ।
ତୁଳା: ଦଶମରେ ଚନ୍ଦ୍ରଙ୍କ ଚଳନ ହେତୁ କର୍ମ କ୍ଷେତ୍ର ପରିସର ବୃଦ୍ଧି ପାଇବ । ସାଂସାରିକ ଉନ୍ନତି କରିବେ । ଚାକିରିରେ ମାନମର୍ଯ୍ୟାଦା ପ୍ରାପ୍ତି ହେବ । କଳା, ବିଜ୍ଞାନ ଓ ବାଣିଜ୍ୟରେ ଆଶାନୁରୂପ ଫଳ ପାଇବେ । ଶୁଭଅଙ୍କ-୨, ଶୁଭ ରଙ୍ଗ-ଧଳା ।
ବିଛା: କୃଷ୍ଣ ପକ୍ଷ ନବମରେ ଚନ୍ଦ୍ରଙ୍କ ଗତିଶୀଳ ହେତୁ କର୍ମ କ୍ଷେତ୍ରରେ ସାଧାରଣ ଫଳ ପାଇବେ । ସାଂସାରିକ ଅସ୍ଥିରମନା ରହିବେ । ମହିଳାମାନେ ଆଳସ୍ୟ ରହିବେ । ବାଣିଜ୍ୟରେ ଆୟବ୍ୟୟ ସମାନ ରହିବ । ଶୁଭ ଅଙ୍କ-୯, ଶୁଭ ରଙ୍ଗ-ଲାଲ୍ ।
ଧନ: ଅଷ୍ଟମରେ ଚନ୍ଦ୍ରଙ୍କ ପରିକ୍ରମଣ ହେତୁ କର୍ମକ୍ଷେତ୍ରରେ ପ୍ରତିକୂଳତା ରହିବ । ଉଭୟେ ପ୍ରେମ ଓ ସାଂସାରିକ ଭୁଲ୍ ବୁଝାମଣା ରହିବ । ରାଜନୀତିରେ ଲୋକ ସମ୍ପର୍କ ହ୍ରାସ ଘଟିବ । ବାଣିଜ୍ୟରେ ପ୍ରତିବନ୍ଧକ ରହିବ । ଶୁଭ ଅଙ୍କ-୨, ଶୁଭ ରଙ୍ଗ-ଧଳା ।
ମକର: ସପ୍ତମରେ ଚନ୍ଦ୍ରଙ୍କ ଚଳନ ହେତୁ ପ୍ରତି କାର୍ଯ୍ୟରେ ଆଗେଇ ଚାଲିବେ । ସାଂସାରିକ ସୁଖ ସମ୍ମାନ ପାଇବେ । ମହିଳାମାନେ ଯଶକୀର୍ତ୍ତି ପାଇବେ । ପରିବହନ ଓ ବାଣିଜ୍ୟରେ ପ୍ରସାର ହେବ । ଶୁଭଅଙ୍କ-୬, ଶୁଭ ରଙ୍ଗ-ସିଲ୍ଭର ।
କୁମ୍ଭ: ଷÂ ଭାଗରେ ଚନ୍ଦ୍ରଙ୍କ ଗତିଶୀଳ ହେତୁ କର୍ମ କ୍ଷେତ୍ରରେ ସୁଖ ସମ୍ମାନ ପାଇବେ । ସାଂସାରିକ ଚଳଚଞ୍ଚଳ ରହିବେ । ରାଜନୀତିରେ ସକ୍ରିୟ ରହିବେ । ବାଣିଜ୍ୟରେ ଲାଭାନ୍ୱିତ ହେବେ । ଶୁଭଅଙ୍କ-୪, ଶୁଭ ରଙ୍ଗ-ମେଟାଲିକ୍ ।ମୀନ: କୃଷ୍ଣପକ୍ଷ ପଞ୍ଚମରେ ଚନ୍ଦ୍ରଙ୍କ ପରିକ୍ରମଣ ହେତୁ କର୍ମ କ୍ଷେତ୍ରରେ ସମସ୍ୟା ରହିବ । ସାଂସାରିକ ଚିନ୍ତାଜନକ ରହିବ । ରାଜନୀତିରେ ସମସ୍ୟାକୁ ନେଇ ବିଚଳିତ ରହିବେ । ବାଣିଜ୍ୟରେ ମାନ୍ଦା ରହିବ । ଶୁଭଅଙ୍କ-୩, ଶୁଭ ରଙ୍ଗ- ହଳଦିଆ ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons