
ମେଷ : ତୃତୀୟରେ ଚନ୍ଦ୍ରଙ୍କ ଗତିଶୀଳ ହେତୁ କୌଣସି ବଡ଼ ଧରଣର ସଫଳତା ମିଳିପାରେ । ଉଭୟେ ପ୍ରେମ ଓ ସାଂସାରିକ ମଧୁର ସମ୍ପର୍କ ରହିବ । ପରିବହନ ଓ ବାଣିଜ୍ୟରେ ଉତ୍ତମ ଆୟ ହେବ । ଶୁଭ ଅଙ୍କ-୯, ଶୁଭ ରଙ୍ଗ-ଲାଲ୍ ।
ବୃଷ : କୃଷ୍ଣପକ୍ଷ ଦ୍ୱିତୀୟରେ ଚନ୍ଦ୍ରଙ୍କ ପରିକ୍ରମଣ ହେତୁ ଆର୍ଥିକ ଚିନ୍ତା ରହିବ । ସାଂସାରିକ ଅସହଯୋଗ ରହିବ । ରାଜନୀତିରେ ବିରୋଧୀ ବଢ଼ିବ । ପରିବହନ ଓ ବାଣିଜ୍ୟରେ ସମସ୍ୟା ରହିବ । ଶୁଭ ଅଙ୍କ-୫, ଶୁଭ ରଙ୍ଗ-ସବୁଜ ।
ମିଥୁନ : ଶ୍ରୀଚନ୍ଦ୍ର କାରଣରୁ ଦିନଚର୍ଯ୍ୟା ଆଡ଼ମ୍ବରପୂର୍ଣ୍ଣ ରହିବ । ସାଂସାରିକ ସହଯୋଗ ପାଇବେ । ପ୍ରଶାସନିକ ସୁନାମ ପାଇବେ । ପରିବହନ ଓ ବାଣିଜ୍ୟରେ ପ୍ରସାର ହେବ । ଶୁଭ ଅଙ୍କ-୬, ଶୁଭ ରଙ୍ଗ-ସିଲ୍ଭର ।
କର୍କଟ : କୃଷ୍ଣପକ୍ଷ ବ୍ୟୟ ଭାବରେ ଚନ୍ଦ୍ରଙ୍କ ଗତିଶୀଳ ହେତୁ ବହୁ ଚେଷ୍ଟା କରି ସଫଳ ହେବେ । ସାଂସାରିକ ଚଳଚଞ୍ଚଳ ରହିବେ । ପରିବହନ ଓ ବାଣିଜ୍ୟରେ ସ୍ୱଳ୍ପ ଲାଭ ପାଇବେ । ଶୁଭଅଙ୍କ-୧, ଶୁଭ ରଙ୍ଗ-ପିଙ୍କ୍ ।
ସିଂହ :ଏକାଦଶରେ ଚନ୍ଦ୍ରଙ୍କ ଗତିଶୀଳ ହେତୁ ଦୀର୍ଘଦିନର ସ୍ୱପ୍ନ ସାକାର ହେବ । ସାଂସାରିକ ଉନ୍ନତି କରିବେ । ଚାକିରିରେ ପଦୋନ୍ନତି ହୋଇପାରେ । ବାଣିଜ୍ୟରେ ଉତ୍ତମ ଆୟ ହେବ । ଶୁଭଅଙ୍କ-୩, ଶୁଭ ରଙ୍ଗ-ଗୋଲ୍ଡେନ୍ ।
କନ୍ୟା : ଦଶମରେ ଘାତଚନ୍ଦ୍ର କାରଣରୁ କୌଣସି ବିଷୟକୁ ନେଇ ଚିନ୍ତାରେ ରହିବେ । ସାଂସାରିକ ଭବିଷ୍ୟତକୁ ନେଇ ଭିତିଗ୍ରସ୍ତ ରହିବେ । ବାଣିଜ୍ୟରେ ସମସ୍ୟା ରହିବ । ଶୁଭ ଅଙ୍କ-୪, ଶୁଭ ରଙ୍ଗ-ମେଟାଲିକ୍ ।
ତୁଳା : କୃଷ୍ଣପକ୍ଷ ନବମରେ ଚନ୍ଦ୍ରଙ୍କ ଚଳନ ହେତୁ ଯୋଜନା କରି ଅସଫଳ ହୋଇପାରନ୍ତି । ସାଂସାରିକ ସତ୍କର୍ମରେ ବ୍ୟୟ କରି ଅଭାବରେ ପଡ଼ିବେ । ବାଣିଜ୍ୟରେ ମନ୍ଥର ରହିବ । ଶୁଭ ଅଙ୍କ-୫, ଶୁଭ ରଙ୍ଗ-ସବୁଜ ।
ବିଛା :ଅଷ୍ଟମରେ ଚନ୍ଦ୍ରଙ୍କ ଚଳନ ହେତୁ ପ୍ରତି କାର୍ଯ୍ୟରେ ସମସ୍ୟା ଓ ବିଚଳିତ ରହିବେ । ସାଂସାରିକ ଅର୍ଥାଭାବ ରହିବ । ପରିବହନ ଓ ବାଣିଜ୍ୟରେ ପ୍ରତିବନ୍ଧକ ରହିବ । ଶୁଭ ଅଙ୍କ-୭, ଶୁଭ ରଙ୍ଗ-କଫି ।
ଧନୁ : ସପ୍ତମରେ ଚନ୍ଦ୍ରଙ୍କ ଗତିଶୀଳ ହେତୁ ଅଟକି ରହିଥିବା କାର୍ଯ୍ୟ ସମ୍ପୂର୍ଣ୍ଣ ହେବ । ସାଂସାରିକ ସୁଖ ସମ୍ମାନ ପାଇବେ । ଚାକିରିରେ ସମ୍ମାନ ବଢ଼ିବ । ବାଣିଜ୍ୟରେ ଶୁଭଫଳ ମିଳିବ । ଶୁଭ ଅଙ୍କ-୯, ଶୁଭ ରଙ୍ଗ-ମେରୁନ୍ ।
ମକର : ଷଷ୍ଠ ଭାବରେ ଚନ୍ଦ୍ରଙ୍କ ଗତିଶୀଳ ହେତୁ ଦୁଃସାହସିକ ଭିତ୍ତିରେ କର୍ମ ସମ୍ପାଦନ କରିବେ । ସାଂସାରିକ ପରିଶ୍ରମୀ ହେବେ । ବାଣିଜ୍ୟରେ ଲାଭ ମିଳିବ । ଶୁଭ ଅଙ୍କ-୬, ଶୁଭ ରଙ୍ଗ-ସିଲ୍ଭର ।
କୁମ୍ଭ : କୃଷ୍ଣପକ୍ଷ ପଞ୍ଚମରେ ଚନ୍ଦ୍ରଙ୍କ ଚଳନ ହେତୁ କର୍ମ କ୍ଷେତ୍ରରେ ଅସହଯୋଗ ରହିବ । ସାଂସାରିକ ଭୁଲ୍ ବୁଝାମଣା ରହିବ । ପରିବହନ ଓ ବାଣିଜ୍ୟରେ ମାନ୍ଦା ରହିବ । ଶୁଭ ଅଙ୍କ-୮, ଶୁଭ ରଙ୍ଗ-ବାଇଗଣି । ମୀନ : କୃଷ୍ଣପକ୍ଷ ଚତୁର୍ଥରେ ଚନ୍ଦ୍ରଙ୍କ ଚଳନ ହେତୁ ଦିନଟି ଚଳଚଞ୍ଚଳ ରହିବେ । ସାଂସାରିକ ଉତ୍ତମ ବୁଝାମଣା ରହିବ । କଳା, ବିଜ୍ଞାନ ଓ ବାଣିଜ୍ୟରେ ସଫଳତା ମିଳିବ । ଶୁଭ ଅଙ୍କ-୭, ଶୁଭ ରଙ୍ଗ-କଫି ।
Comments are closed, but trackbacks and pingbacks are open.