ଆଜି ଚନ୍ଦ୍ରୟାନ-୨ ପ୍ରକ୍ଷେପଣ

Get real time updates directly on you device, subscribe now.

ନୂଆଦିଲ୍ଲୀ: ଭାରତୀୟ ମହାକାଶ ଗବେଷଣା ସଂସ୍ଥା (ଇସ୍ରୋ) ପକ୍ଷରୁ ଆସନ୍ତାକାଲି (ସୋମବାର) ଅପରାହ୍ନ ୨ଟା ୪୩ ମିନିଟ୍ରେ ଭାରତର ଦ୍ୱିତୀୟ ଚନ୍ଦ୍ର ଅଭିଯାନ ଚନ୍ଦ୍ରୟାନ-୨ ମହାକାଶଯାନ ପ୍ରକ୍ଷେପଣ କରାଯିବ । ଆନ୍ଧ୍ରପ୍ରଦେଶର ଶ୍ରୀହରିକୋଟାସ୍ଥିତ ସତୀଶ ଧାୱନ ମହାକାଶ କେନ୍ଦ୍ରରୁ ପ୍ରକ୍ଷେପଣ ଯାନ ଜିଏସ୍ଏଲ୍ଭି ମାର୍କ-୩ ଚନ୍ଦ୍ରୟାନ-୨କୁ ଧରି ମହାକାଶ ଯାତ୍ରା କରିବ । ଏଥିପାଇଁ ସମସ୍ତ ପ୍ରସ୍ତୁତି ଶେଷ କରାଯିବା ସହ ରିହର୍ଷାଲ ମଧ୍ୟ କରାଯାଇଛି । ପ୍ରକ୍ଷେପଣ ପାଇଁ ଆଜି ସନ୍ଧ୍ୟା ୬ଟା ୪୩ ମିନିଟ୍ରୁ ୨୦ ଘଣ୍ଟିଆ ଅବଗଣନା ଆରମ୍ଭ ହୋଇଛି । ଏହି ଅବଗଣନା ସମୟ ଭିତରେ ମହାକାଶଯାନକୁ ଭଲ ଭାବେ ପରୀକ୍ଷା କରାଯିବା ସହିତ ରକେଟରେ ଇନ୍ଧନ ଭରାଯିବ । ଗତ ୧୫-୧୬ ତାରିଖ ରାତି ୨ଟା ୫୧ ମିନିଟ୍ରେ ଚନ୍ଦ୍ରୟାନ-୨ ପ୍ରକ୍ଷେପଣ କରାଯିବାର ଥିଲା । ମାତ୍ର ଜିଏସ୍ଏଲ୍ଭି ମାର୍କ-୩ରେ ଯାନ୍ତ୍ରିକ ତ୍ରୁଟି ଯୋଗୁ ଶେଷ ମୁହୂର୍ତ୍ତରେ ତାକୁ ବାତିଲ କରାଯାଇଥିଲା । ସିଏସ୍ଆଇଆରର ଅବସରପ୍ରାପ୍ତ ମୁଖ୍ୟ ବୈଜ୍ଞାନିକ ଗୌହର ରାଜା ସୈଫଙ୍କ କହିବାନୁଯାୟୀ ହିଲିୟମ ଟ୍ୟାଙ୍କରେ ତ୍ରୁଟି ଯୋଗୁ ଠିକ୍ ସମୟରେ ବୈଜ୍ଞାନିକମାନେ ଜାଣି ପ୍ରକ୍ଷେପଣ ବାତିଲ କରିଦେଇଥିଲେ । ଏଭଳି କରି ଇସ୍ରୋର ବୈଜ୍ଞାନିକମାନେ ଏକ ଦାୟିତ୍ୱବାନ୍ ପଦକ୍ଷେପ ନେଇଥିଲେ । ୪୪ ମିଟର ଉଚ୍ଚତା ବିଶିଷ୍ଟ ଜିଏସ୍ଏଲ୍ଭି ମାର୍କ-୩ରେ ରହିଥିବା ସେହି ତ୍ରୁଟିକୁ ପରବର୍ତ୍ତୀ ସମୟରେ ବୈଜ୍ଞାନିକମାନେ ଠିକ୍ କରିଛନ୍ତି ଏବଂ ପ୍ରପେକ୍ଷଣ ପାଇଁ ପ୍ରସ୍ତୁତି ଚୂଡାନ୍ତ କରିଛନ୍ତି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons