ଆଜି ପ୍ରଭୁଙ୍କ ଶ୍ରୀମୁଖ ସିଙ୍ଗାର

Get real time updates directly on you device, subscribe now.

ପୁରୀ,(ବି.ବି.ବ୍ୟୁରୋ): ଶ୍ରୀଗୁଣ୍ଡିଚା ମନ୍ଦିର ବିଜେ ଶ୍ରୀବିଗ୍ରହଙ୍କ ଶ୍ରୀମୁଖ ସିଙ୍ଗାର ପାଇଁ ବନକ ଲାଗି ନୀତି ରବିବାର ରାତି ୯ଟାରୁ ହେବ । ଦତ୍ତମହାପତ୍ର ସେବକ ପ୍ରଭୁଙ୍କ ଶ୍ରୀମୁଖ ସିଙ୍ଗାର କରିବେ । ଗୁଣ୍ଡିଚା ମନ୍ଦିରରେ ଦ୍ୱିତୀୟ ଭୋଗ ମଣ୍ଡପ ନୀତି ବଢ଼ିବା ପରେ ବନକ ଲାଗି ନୀତି ଆରମ୍ଭ ହେବ । ଏହି କାରଣରୁ ମହାପ୍ରଭୁଙ୍କ ଦର୍ଶନ ରାତି ୯ଟାରୁ ୬ ଘଣ୍ଟା ଧରି ବନ୍ଦ ରହିବ ବୋଲି ଶ୍ରୀମନ୍ଦିର ପ୍ରଶାସନ ସୂଚନା ଜାରି କରିଛି । ଆସନ୍ତା ୮ ତାରିଖରେ ଗୁଣ୍ଡିଚା ମନ୍ଦିରରେ ହେରାପଞ୍ଚମୀ ପର୍ବ ଶ୍ରୀଜଗନ୍ନାଥ ସଂସ୍କୃତି ପରମ୍ପରା ମୁତାବକ ପାଳନ କରାଯିବ ।
ଲୋକକଥା ମୁତାବକ ହେରା ପଞ୍ଚମୀ ଦିନ ପତି ବିରହ ବେଦନାରେ ପୀଡ଼ିତା ମା’ ଲକ୍ଷ୍ମୀ ଠାକୁରାଣୀ ଗୁଣ୍ଡିଚା ମନ୍ଦିରକୁ ଗୋପନ ବିଜେ କରିବେ । ଏହି ସୂଚନା ମହାପ୍ରଭୁଙ୍କ ଗୁପ୍ତଚର ଦେଇଛି । ତେଣୁ ମା’ଙ୍କ ପରିଦର୍ଶନ ପୂର୍ବରୁ ଶ୍ରୀବିଗ୍ରହ ଶ୍ରୀମୁଖ ସିଙ୍ଗାର କରିବେ । ତା ପରେ ମା’ଙ୍କ ଆଗମନକୁ ମହାପ୍ରଭୁ ଅପେକ୍ଷା କରିବେ । ମା’ ଲକ୍ଷ୍ମୀ ଠାକୁରାଣୀଙ୍କ ଆଗମନ ପରିପ୍ରେକ୍ଷୀରେ ଗୁଣ୍ଡିଚା ମନ୍ଦିର ସାମ୍ନା ଏବଂ ଗୁଣ୍ଡିଚା ମନ୍ଦିର ଜୟବିଜୟ ଦ୍ୱାର ଠାରେ ସ୍ୱତନ୍ତ୍ର ନୀତି ସମ୍ପାଦନ କରାଯିବ ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons