ଅଯୋଧ୍ୟା: ସଜେଇ ହୋଇଛି ରାମ ନଗରୀ, ଅପକ୍ଷେ କିଛି କ୍ଷଣକୁ । ସାରାବିଶ୍ୱ ଦେଖିବ ମର୍ୟ୍ୟାଦା ପୁରୁଷୋତମ ରାମଚନ୍ଦ୍ରଙ୍କ ଭବ୍ୟ ରାମମନ୍ଦିରର ଭୂମି ପୂଜନ । ବିଗତ କିଛି ଦିନ ହେଲ, ଅଯୋଧ୍ୟ ଯେପରି ଦୀପାବଳି ମହୋତ୍ସବ ଚାଲିଲା ଭଳି ମନେହେଉଛି । ଆଜି ପ୍ରଭୂ ରାମଚନ୍ଦ୍ରଙ୍କ ମନ୍ଦିର ନିର୍ମାଣ ପାଇଁ ଭୂମି ପୂଜନ ହେବ । ଭୂମି ପୂଜନରେ ମୁଖ୍ୟ ଅତିଥି ଭାବେ ଯୋଗଦେବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ପ୍ରଧାନମନ୍ତ୍ରୀ ସକାଳ ୧୧ଟାରେ ଅଯୋଧ୍ୟାରେ ପହଁଞ୍ଚିବାର କାର୍ୟ୍ୟାକ୍ରମ ରହିଛି । ଏହାପରେ ସେ ହନୁମାନଗଡ଼ୀ ମନ୍ଦିରରେ ଯାଇ ପୂଜାର୍ଚ୍ଚନା କରିବେ । ଏହା ପରେ ଶୁଭ ମୁହୁର୍ତ୍ତ ଅନୁସାରେ ପ୍ରଧାନମନ୍ତ୍ରୀ ରାମ ମନ୍ଦିରର ଭୂମି ପୂଜନ କରିବେ । ତେବେ ଆସନ୍ତୁ ଜାଣିବା ପ୍ରଧାନମନ୍ତ୍ରୀଙ୍କ ଅଯୋଧ୍ୟା ଗସ୍ତର ପୂରା କାର୍ୟ୍ୟକ୍ରମଟ୍ଟ
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ,ପ୍ରାୟ ଅଢେଇ ଘଣ୍ଟା ଅଯୋଧ୍ୟାରେ ରହିବେ । ସକାଳ ୯.୩୦ରେ ଦିଲ୍ଲୀରୁ ବାହାରିବେ, ଏହା ପରେ ଲକ୍ଷ୍ନୌରେ ପହଞ୍ଚି ହେଲିକାପ୍ଟର ଯୋଗେ ଅଯୋଧ୍ୟା ଯିବେ
୧. ଅଗଷ୍ଟ ୫ ସକାଳ ପ୍ରାୟ ୯ଟା ୩୫ ମିନିଟ୍ ଦିଲ୍ଲୀରୁ ପ୍ରସ୍ଥାନ
୨. ୧୦ଟା ୩୫ ମିନିଟ୍ରେ ଲକ୍ଷ୍ନୌ ଏୟାରପୋର୍ଟରେ ଅବତରଣ କରିବେ
୩. ୧୦ଟା ୪୦ ମିନିଟ୍ରେ ହେଲିକପ୍ଟର ଯୋଗେ ଅଯୋଧ୍ୟା ପାଇଁ ପ୍ରସ୍ଥାନ କରିବେ
୪. ସକାଳ ୧୧ଟା ୩୦ ମିନିଟ୍ରେ ଅଯୋଧ୍ୟା ସାକେତ୍ କଲେଜର ହେଲିପ୍ୟାଡରେ ଅବତରଣ
୫. ସକାଳ ୧୧ଟା ୪୦ ମିନିଟ୍ରେ ହନୁମାନଗରୀରେ ପହଞ୍ଚି ୧୦ ମିନିଟ୍ ପର୍ୟ୍ୟନ୍ତ ଦର୍ଶନ-ପୂଜା
୬. ୧୨ଟା ସମୟରେ ରାମ ଜନ୍ମଭୂମି କ୍ୟାମ୍ପସରେ ପହଞ୍ଚିବା ପାଇଁ କାର୍ୟ୍ୟକ୍ରମ
୭. ୧୦ ମିନିଟରେ ରାମଲାଲା ବିରାଜମାନଙ୍କ ଦର୍ଶନ-ପୂଜନ
୮. ରାତି ୧୨ଟା ମିନିଟ୍ରେ ରାମଲାଲା କ୍ୟାମ୍ପସରେ ପାରିଜାତର ବୃକ୍ଷରୋପଣ
୯. ରାତି ୧୨ଟା ୩୦ ମିନିଟ୍ରେ ଭୁମି ପୂଜନ କାର୍ୟ୍ୟକ୍ରମର ଉଦ୍ଘାଟନ
୧୦. ରାତି ୧୨ଟା ୪୦ ମିନିଟ୍ରେ ରାମ ମନ୍ଦିରର ଭିତ୍ତି ପ୍ରସ୍ତର ପ୍ରତିଷ୍ଠା
୧୧. ୨ଟା ୫ ମିନିଟ୍ରେ ସାକେତ୍ କଲେଜ ହେଲିପ୍ୟାଡ ପାଇଁ ପ୍ରସ୍ଥାନ
୧୨. ୨ଟା ୨୦ ମିନିଟ୍ରେ ଲକ୍ଷ୍ନୌକୁ ଉଡ଼ିବ ହେଲିକପ୍ଟର
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମୋଟ ୫ ମିନିଟ ପାଇଁ ରାମ ଜନ୍ମଭୂମି ପ୍ରାଙ୍ଗଣରେ ରହିବେ । ଯେଉଁଠାରେ ସେ ରାମଲାଲାଙ୍କ ପୂଜା କରିବେ । ଭୂମି ପୂଜାନ ପାଇଁ ୧୨.୪୪ ରୁ ୧୨.୪୫ ର ଶୁଭ ବେଳା ରହିଛି । ଏହି ସମୟ ମଧ୍ୟରେ ଭୂମି ପୂଜା ହେବ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସମେତ ମଞ୍ଚ ଉପରେ ମୋଟ ପାଞ୍ଚଜଣ ଲୋକ ହି ବସିବେ । ଏମାନଙ୍କ ମଧ୍ୟରେ ଯୋଗୀ ଆଦିତ୍ୟ ନାଥ , ରାଜ୍ୟପାଳ ଆନନ୍ଦୀ ବେନ୍ ପଟେ, ରାଷ୍ଟ୍ରୀୟ ସ୍ୱୟଂ ସେବକ ସଂଘର ପ୍ରମୁଖ ମୋହନ ଭାଗବତ ଓ ରାମ ମନ୍ଦିର ଟ୍ରଷ୍ଟର ପ୍ରମୁଖ୍ୟ ରହିବେ ।
ତେବେ ଅଯୋଧ୍ୟରେ ପ୍ରଧାନମନ୍ତ୍ରୀଙ୍କ ଅଯୋଧ୍ୟା ଗସ୍ତ ନେଇ ସୁରକ୍ଷା ବ୍ୟବସ୍ଥା କଡ଼ା କଡି କରାଯାଇଛି । ସୁରକ୍ଷା ଦୃଷ୍ଟିରୁ ଅଯୋଧ୍ୟାରେ ବାହାର ଲୋକଙ୍କ ପ୍ରବେଶ ଉପରେ ରୋକ ଲଗାଯାଇଛି । ଅଯୋଧ୍ୟାରେ କୌଣସି ସ୍ଥାନରେ ଜଣଙ୍କ ଅଧିକ ଲୋକ ଠିଆ ହୋଇ ପାରିବେ ନାହିଁ। ଏହା ଉପରେ କଟକଣା ଲଗାଯାଇଛି । ଭୂମି ପୂଜାନ ସ୍ଥଳରେ ଏକ ସୁରକ୍ଷା କୋର୍ଡ଼ ରହିଛି । ଯାହାଦ୍ୱାରା କି ନିମନ୍ତ୍ରିତ ଲୋକମାନେ ପ୍ରବେଶ କରିପାରିବେ । ଅନ୍ୟ କୌଣସି ଲୋକ ପ୍ରବେଶ କରିପାରିବେ ନାହିଁ ।
Comments are closed, but trackbacks and pingbacks are open.