ଭୁବନେଶ୍ୱର,(ବି.ବି.ବୁ୍ୟରୋ): ଗାନ୍ଧି ଜୟନ୍ତୀରୁ ଆରମ୍ଭ ହୋଇଥିବା ବିଜୁ ଜନତା ଦଳର ଜନସମ୍ପର୍କ ପଦଯାତ୍ରା ଆସନ୍ତାକାଲି ସରିବ । ଉତ୍ତର ଭୁବନେଶ୍ୱର ନିର୍ବାଚନମଣ୍ଡଳୀର ଜନତା ମଇଦାନ ସମ୍ମୁଖ ସାଲିଆସାହି ଯାତ୍ରା ପଡ଼ିଆରେ ପଦଯାତ୍ରାର ଉଦ୍ୟାପନୀ କାର୍ଯ୍ୟକ୍ରମ ହେବ । ଅନ୍ୟପକ୍ଷେ ଆସନ୍ତାକାଲି ସଭ୍ୟ ସଂଗ୍ରହ ଅଭିଯାନର ମଧ୍ୟ ଶେଷ ଦିନ । ଏହି ଅବସରରେ ରାଜ୍ୟ କାର୍ଯ୍ୟାଳୟରେ ବିଜେଡି ଜିଲ୍ଲା ପର୍ଯ୍ୟବେକ୍ଷକ ଓ ଜିଲ୍ଲା ସଭାପତିମାନଙ୍କର ବୈଠକ ବସି ସଭ୍ୟ ସଂଗ୍ରହ ଅଭିଯାନର ସମୀକ୍ଷା ହେବ ।
ପୌର ନିର୍ବାଚନ ପୂର୍ବରୁ ବିଜେଡି ନିଜ ବଳକୁ ଆହୁରି ବଢ଼ାଇବା ପାଇଁ ଅଣ୍ଟା ଭିଡ଼ିଛି । ଏହି ପରିପ୍ରେକ୍ଷୀରେ ପଦଯାତ୍ରାକୁ ବ୍ୟାପକ କରିବା ପାଇଁ ମୁଖ୍ୟମନ୍ତ୍ରୀ ଓ ଦଳର ବରିÂ ନେତାମାନେ ଅଣ୍ଟା ଭିଡ଼ିଥିଲେ । ଏଥର ବିଜେଡି ପଦଯାତ୍ରା ଅବଧିକୁ ଅକ୍ଟୋବର ୩୧ ତାରିଖ ପର୍ଯ୍ୟନ୍ତ ବଢ଼ାଯାଇଥିଲା । ମୁଖ୍ୟମନ୍ତ୍ରୀ ଭୁବନେଶ୍ୱରର ଏକାମ୍ର ଓ ମଧ୍ୟ ନିର୍ବାଚନମଣ୍ଡଳୀ ପଦଯାତ୍ରାରେ ସାମିଲ ହୋଇଥିବାବେଳେ ଆସନ୍ତାକାଲି ଉତ୍ତର ଭୁବନେଶ୍ୱରରେ ଏହାର ଉଦ୍ୟାପନ କରିବେ । ଅନ୍ୟପକ୍ଷେ ଦଳର ସଭ୍ୟ ସଂଖ୍ୟା ବଢ଼ାଇବାକୁ ବିଜେଡି ପ୍ରଥମ କରି ସ୍ୱତନ୍ତ୍ର କମିଟି ଗଠନ କରିଛି । ଦଳର ବରିÂ ନେତାମାନଙ୍କୁ ଏହି ଦାୟିତ୍ୱ ଦିଆଯାଇଛି । ଜିଲ୍ଲା ପର୍ଯ୍ୟବେକ୍ଷକ, ସଭାପତି ଓ ବିଧାୟକମାନଙ୍କୁ ସଭ୍ୟ ସଂଗ୍ରହ ଟାର୍ଗେଟ ଦିଆଯାଇଛି । ମହିଳା, ଯୁବ ଓ ଛାତ୍ରମାନଙ୍କୁ ମଧ୍ୟ ଏହି ଅଭିଯାନରେ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ମିଳିଛି । ସବୁଠୁ ବଡ଼ କଥା ହେଲା, ଟେକ୍ନୋଲୋଜି ବ୍ୟବହାରକୁ ମଧ୍ୟ ଗୁରୁତ୍ୱ ଦିଆଯାଇଛି ।
ଆସନ୍ତାକାଲି ବିଜେଡି ରାଜ୍ୟ କାର୍ଯ୍ୟାଳୟରେ ଜିଲ୍ଲା ପର୍ଯ୍ୟବେକ୍ଷକ ଓ ସଭାପତିମାନେ ନିଜ ନିଜ ଅଞ୍ଚଳରେ ହୋଇଥିବା ସଭ୍ୟ ସଂଗ୍ରହ ରିପୋର୍ଟ ଉପସ୍ଥାପନ କରିବେ । ସଭ୍ୟ ସଂଗ୍ରହ ନେଇ ସମୀକ୍ଷା କରାଯିବ । ଦୁର୍ଗା ପୂଜା ଓ ଲଗାଣ ବର୍ଷା ପାଇଁ ଯଦି ସଭ୍ୟ ସଂଗ୍ରହ ଅଭିଯାନ ବାଧାପ୍ରାପ୍ତ ହୋଇଥାଏ, ତେବେ ଆବଶ୍ୟକତା ଅନୁଭବ ହେଲେ ସଭ୍ୟ ସଂଗ୍ରହ ଅଭିଯାନ ଅବଧିକୁ ଆଉ କିଛି ଦିନ ବଢ଼ାଯାଇପାରେ । ଏ ନେଇ ନବୀନ ହିଁ ଚୂଡ଼ାନ୍ତ ନିଷ୍ପତ୍ତି ନେବେ । ତେବେ ମିଳିଥିବା ସୂଚନା ଅନୁଯାୟୀ ପୂର୍ବ ଥର ତୁଳନାରେ ଏଥର ସଭ୍ୟ ସଂଗ୍ରହ ସଂଖ୍ୟା ବହୁ ଅଧିକ ବଢ଼ିଛି ।
ଆଜି ମଧ୍ୟ ଭୁବନେଶ୍ୱର ନିର୍ବାଚନମଣ୍ଡଳୀର ସତ୍ୟନଗର ତୋଷାଳୀ ପ୍ଲାଜା ସାମ୍ନା ପଡ଼ିଆରେ ବିଜେଡିର ପଦଯାତ୍ରା ଓ ସଭା କାର୍ଯ୍ୟ ଅନୁÂିତ ହୋଇଥିଲା । ଏହି ପଦଯାତ୍ରାରେ ସାମିଲ ହୋଇ ମୁଖ୍ୟମନ୍ତ୍ରୀ ତଥା ବିଜେଡି ସଭାପତି ନବୀନ ପଟ୍ଟନାୟକ କହିଲେ, ବିଜେଡି କର୍ମୀମାନଙ୍କ କଠିନ ପରିଶ୍ରମ ଏବଂ ଓଡ଼ିଶାବାସୀଙ୍କ ଭଲ ପାଇବା ପାଇଁ ବିଜେଡି ପୁଣି ଥରେ ଲୋକଙ୍କ ସେବା କରିବାକୁ ସୁଯୋଗ ପାଇଛିି । ଓଡ଼ିଶାବାସୀଙ୍କ ଏହି ଭଲ ପାଇବା ମୋତେ ଋଣୀ କରିଛି ।
ନବୀନ କହିଲେ, ବିଜେଡି ସେବାରେ ବିଶ୍ୱାସ କରେ । ବାପୁଜୀଙ୍କ ଆଦର୍ଶ ଓ ବିଜୁ ବାବୁଙ୍କ ଆଦର୍ଶରେ ବିଶ୍ୱାସ କରେ ବିଜେଡି । ବିଜୁ ବାବୁ ଥିଲେ ଗରିବ ଲୋକଙ୍କ ଶ୍ରେÂ ବନ୍ଧୁ । ନିକଟରେ ମୁଁ ‘ଓଡ଼ିଶା-ମୋ’ ପରିବାର’ କାର୍ଯ୍ୟକ୍ରମ ଘୋଷଣା କରିଛି । ଏଥିରେ ବନୀକରଣ, ରକ୍ତଦାନ ଓ ଭିନ୍ନକ୍ଷମ ଏବଂ ଅନାଥ ପିଲାଙ୍କ ଯତ୍ନ ଏବଂ ଓଡ଼ିଶା ବାହାରେ ରହୁଥିବା ଓଡ଼ିଆମାନଙ୍କୁ ସେମାନଙ୍କ ଅସୁବିଧା ସମୟରେ ସହାୟତା ଉପରେ ଗୁରୁତ୍ୱ ଦିଆଯାଇଛି । ମୁଁ ଚାହେଁ, ଦଳର ସବୁ କର୍ମୀ ଭାଇ ଭଉଣୀମାନେ ଏହି କାର୍ଯ୍ୟକ୍ରମରେ ସକ୍ରିୟ ଭାବେ ଅଂଶଗ୍ରହଣ କରନ୍ତୁ । ସେବାର ବାର୍ତ୍ତା ଘରେ ଘରେ ଦିଅନ୍ତୁ ବୋଲି ନବୀନ ଆହ୍ୱାନ ଦେଇଥିଲେ ।
ଏହି କାର୍ଯ୍ୟକ୍ରମରେ ମନ୍ତ୍ରୀ ଅଶୋକ ପଣ୍ଡା, ବରିÂ ନେତା ଦେବୀ ପ୍ରସାଦ ମିଶ୍ର, ପ୍ରସନ୍ନ ଆଚାର୍ଯ୍ୟ, ପ୍ରଦୀପ ପାଣିଗ୍ରାହୀ, ଅତନୁ ସବ୍ୟସାଚୀ ନାୟକ, ପ୍ରମିଳା ମଲ୍ଲିକ, ଅରୂପ ପଟ୍ଟନାୟକ, ମୁନ୍ନା ଖାଁ, ବିଧାୟକ ଅନନ୍ତ ନାରାୟଣ ଜେନା, ସୁଶାନ୍ତ ରାଉତ, ଯୁବ ବିଜେଡି ସଭାପତି ଅମରେଶ ପତ୍ରୀ, ଜିଲ୍ଲା ବିଜେଡି ସଭାପତି ଅମରେଶ ଜେନାଙ୍କ ସମେତ ବହୁ ପୂର୍ବତନ କର୍ପୋରେଟର ଉପସ୍ଥିତ ଥିଲେ ।
Comments are closed, but trackbacks and pingbacks are open.