ଭୁବନେଶ୍ୱର,(ବି.ବି.ବୁ୍ୟରୋ): ହାଇକୋର୍ଟଙ୍କ ନିଦେ୍ର୍ଧଶ ପରେ ସୁରଟରୁ ପ୍ରବାସୀ ଓଡ଼ିଆଙ୍କୁ ନେଇ ଆଜି ବାହାରିବାକୁ ଥିବା ୩ଟି ଟ୍ରେନକୁ ବାତିଲ କରାଯାଇଛି । ଓଡ଼ିଶା ଆଣିବା ପୂର୍ବରୁ ସମସ୍ତ ପ୍ରବାସୀଙ୍କର କରୋନା ପରୀକ୍ଷା କରାଇବାକୁ ହାଇକୋର୍ଟ ନିଦେ୍ର୍ଧଶ ଦେଇଛନ୍ତି । ଏହି ନିଦେ୍ର୍ଧଶ ପରେ ତକ୍ରାଳ ରାଜ୍ୟ ସରକାର ସୁରଟରୁ ଆସିବାକୁ ଥିବା ଟ୍ରେନକୁ ବାତିଲ କରାଇଛନ୍ତି । ସୁରଟ ଜିଲ୍ଲାପାଳ ଏ ନେଇ ସୂଚନା ଜାରି କରିଛନ୍ତି । ତେବେ ଏହା ପୂର୍ବରୁ ସୁରଟ ଛାଡ଼ି ସାରିଥିବା ୩ ଟ୍ରେନ୍ ଶୁକ୍ରବାର ସକାଳେ ଗଞ୍ଜାମର ଜଗନ୍ନାଥପୁର ଷ୍ଟେସନରେ ପହଞ୍ଚିବ । ଏହି ଟ୍ରେନ ଗୁରୁବାର ରାତିରେ ଗଞ୍ଜାମରେ ପହଞ୍ଚିବାର ଥିଲା, ମାତ୍ର ବିଶାଖାପାଟଣା ଗ୍ୟାସ୍ ଟ୍ରାଜେଡି ଯୋଗୁ ଏହାର ରୁଟ୍ ବଦଳିଥିଲା । ଏହା ରାୟପୁର ଦେଇ ଆସୁଥିବାବେଳେ ଶୁକ୍ରବାର ସକାଳେ ଗଞ୍ଜାମରେ ପହଞ୍ଚିବ ।
ଗତ ୪ ଦିନ ଭିତରେ ଓଡ଼ିଶାକୁ ପ୍ରାୟ ୪୦ ହଜାର ପ୍ରବାସୀ ଓଡ଼ିଆ ଅନ୍ୟ ରାଜ୍ୟରୁ ଆସିଲେଣି । ପ୍ରବାସୀ ଓଡ଼ିଆ ରାଜ୍ୟକୁ ଫେରିବା ପରେ କରୋନା ଆକ୍ରାନ୍ତ ସଂଖ୍ୟା ଉଦ୍ବେଗଜନକ ଭାବେ ବୃଦ୍ଧି ପାଇଛି । ଗତ ୨୯ ତାରିଖରୁ ଆଜି ସୁଦ୍ଧା କେବଳ ଗଞ୍ଜାମ ଜିଲ୍ଲାକୁ ୨୭ ହଜାର ପ୍ରବାସୀ ଓଡ଼ିଆ ବସ୍ ଓ ଟ୍ରେନ୍ ଯୋଗେ ଫେରିଛନ୍ତି । ଗତ ୩ ତାରିଖରୁ ଆଜି ସୁଦ୍ଧା ସୁରଟରୁ ଟ୍ରେନରେ ୧୪ ହଜାର ୫୨୬ ଜଣ ଗଞ୍ଜାମ ଜିଲ୍ଲାକୁ ଆସିଛନ୍ତି । ଆସନ୍ତାକାଲି ଆଉ ୩ଟି ଟ୍ରେନରେ ପ୍ରବାସୀ ଓଡ଼ିଆ ସୁରଟରୁ ଆସି ପହଞ୍ଚିବେ ।
ଗତ କିଛି ଦିନ ଭିତରେ ଚିହ୍ନଟ ହୋଇଥିବା କରୋନା ଆକ୍ରାନ୍ତଙ୍କ ମଧ୍ୟରୁ ପ୍ରାୟ ୪୦ ଜଣ ସୁରଟ ଫେରନ୍ତା । ସୁରଟ ଫେରନ୍ତାଙ୍କ ମଧ୍ୟରୁ ଗଞ୍ଜାମର ୨୮ ଜଣ, ଜଗତସିଂହପୁରର ୪, ମୟୂରଭଞ୍ଜର ୨, ବାଲେଶ୍ୱରର ୨ ଓ କଟକରୁ ଜଣେ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଯାହାକି ଚିନ୍ତା ବଢ଼ାଇ ଦେଇଛି ।
ସୁରଟରୁ ଆଜି ୩ଟି ଟ୍ରେନର ୧୦୦ଟି ବଗିରେ ପ୍ରବାସୀ ଓଡ଼ିଆ ଓଡ଼ିଶା ଅଭିମୁଖେ ଯାତ୍ରା କରିବାର ଥିଲା । ଆଜି ଅପରାହ୍ନ ୫ଟାରେ ଏହି ସ୍ୱତନ୍ତ୍ର ଟ୍ରେନ୍ ସୁରଟ ଛାଡ଼ିବାର ଥିଲା । ମାତ୍ର ହାଇକୋର୍ଟଙ୍କ ନିଦେ୍ର୍ଧଶ ପରେ ରାଜ୍ୟ ସରକାର ଏ ନେଇ ଆଜି ସୁରଟ ପ୍ରଶାସନକୁ ଅବଗତ କରାଇଥିଲେ । ପରେ ସୁରଟ ଜିଲ୍ଲାପାଳ ଏସବୁ ଟ୍ରେନକୁ ବାତିଲ କରିବା ନେଇ ରେଳବାଇକୁ ଜଣାଇଥିଲେ । ସୁରଟ ଜିଲ୍ଲାପାଳ ଧବଳ କୁମାର ପଟେଲ କହିଛନ୍ତି, ଓଡ଼ିଶା ହାଇକୋର୍ଟଙ୍କ ନିଦେ୍ର୍ଧଶ କ୍ରମେ ଓଡ଼ିଶା ସରକାର ଏସବୁ ଟ୍ରେନ୍କୁ ବାତିଲ କରିବା ପାଇଁ ନିଷ୍ପତ୍ତି ନେଇଛନ୍ତି । ଓଡ଼ିଶା ସରକାରଙ୍କ ଅନୁରୋଧ କ୍ରମେ ସୁରଟ ଜିଲ୍ଲା ପ୍ରଶାସନ ଏ ଦିଗରେ ପଦକ୍ଷେପ ନେଇଛି । ଯେଉଁମାନେ ଟ୍ରେନ୍ ଟିକେଟ କରିଥିଲେ, ସେମାନଙ୍କୁ ଟିକେଟ ବାବଦ ଟଙ୍କା ଫେରସ୍ତ କରାଯିବ ।
ଅନ୍ୟପକ୍ଷରେ ଗୃହ ବିଭାଗର ନିଦେ୍ର୍ଧଶ କ୍ରମେ ରାଜ୍ୟର ସମସ୍ତ ବର୍ଡର ଚେକ୍ ପୋଷ୍ଟରେ ବାହାର ରାଜ୍ୟରୁ ଆସୁଥିବା ଲୋକଙ୍କର ରାପିଡ୍ ଟେଷ୍ଟ କରିବା ପାଇଁ ପଦକ୍ଷେପ ନିଆଯାଉଛି । କରୋନା ପଜିଟିଭ୍ ବ୍ୟକ୍ତି ଯେଭଳି ଓଡ଼ିଶା ସୀମା ଭିତରକୁ ପ୍ରବେଶ ନ କରିବେ, ସେଥିପାଇଁ ଏଭଳି ପଦକ୍ଷେପ ଗ୍ରହଣ କରାଯାଉଛି । ଆସନ୍ତା ୩/୪ ଦିନ ଭିତରେ ସମସ୍ତ ବର୍ଡର ଚେକ୍ ପୋଷ୍ଟରେ ରାପିଡ୍ ଟେଷ୍ଟ ପାଇଁ ଭିତ୍ତିଭୂମି ପ୍ରସ୍ତୁତି କରିବାକୁ ଉଦ୍ୟମ ଚାଲିଛି ।
ଅପରପକ୍ଷରେ କର୍ଣ୍ଣାଟକ ସରକାର ଓଡ଼ିଶା ସମେତ ବିଭିନ୍ନ ରାଜ୍ୟ ସରକାରଙ୍କୁ ଆଜି ଚିଠି ଲେଖିଛନ୍ତି । କର୍ଣ୍ଣାଟକରେ ଫସିଥିବା ପ୍ରବାସୀମାନଙ୍କୁ ସେମାନଙ୍କ ନିଜ ରାଜ୍ୟକୁ ପଠାଇବା ପାଇଁ ଟ୍ରେନ୍ ଚଳାଇବା ପାଇଁ ସମ୍ମତି ଲୋଡ଼ିଛନ୍ତି । ଏ କ୍ଷେତ୍ରରେ ଓଡ଼ିଶା ସରକାରଙ୍କଠାରୁ ମଧ୍ୟ ଅନୁମତି ମାଗିଛନ୍ତି ।
Comments are closed, but trackbacks and pingbacks are open.