ଆଠଗଡ଼ ରେଞ୍ଜରୁ ହରିଣ ଛୁଆ ଉଦ୍ଧାର

Get real time updates directly on you device, subscribe now.

ଆଠଗଡ଼,(ବି.ବି.ନୁ୍ୟଜ୍): ଆଠଗଡ଼ ବନଖଣ୍ଡ ଅନ୍ତର୍ଗତ କୁଲାଇଲୋ ପଞ୍ଚାୟତ ଗୁଣ୍ଡିଚାପୁର ଗ୍ରାମରୁ ବନ ବିଭାଗ ଏକ ୫ ମାସର ଅଣ୍ଡିରା ହରିଣ ଛୁଆକୁ ଉଦ୍ଧାର କରିଛି । ଘଟଣାରୁ ପ୍ରକାଶ ଯେ, ଆଠଗଡ଼ ବନଖଣ୍ଡ ଗୁଣ୍ଡିଚାପୁର ନିକଟରେ ଥିବା ରାଣୀବଣିଆ ସଂରକ୍ଷିତ ଜଙ୍ଗଲ ମଧ୍ୟରୁ ଏକ ୫ ମାସର ହରିଣ ଛୁଆ ଖାଦ୍ୟ ଅନ୍ୱେଷଣରେ ଆସି ବୁଲୁଥିବା ସମୟରେ ବୁଲା କୁକୁର ହରିଣ ଛୁଆକୁ ତଡ଼ିବାରୁ ହରିଣ ଛୁଆଟି ଗୁଣ୍ଡିଚାପୁର ଗ୍ରାମର ବଂଶୀଧର ପାତ୍ରଙ୍କ ଠାକୁର ଘର ଭିତରେ ପଶିଯାଇଥିଲା । ପରିବାର ଲୋକେ ଠାକୁର ଘର ତାଲା ପକାଇ ଦେଇ ଆଠଗଡ଼ ରେଞ୍ଜର ଆୟାଶା ଅଖତାରୀ ନିଶାଙ୍କୁ ଜଣାଇବା ପରେ ରେଞ୍ଜର ଓ ଫରେଷ୍ଟ ୱାଚର୍ ଲିକୁନ ବେହେରା, ତପନ କୁମାର ବେହେରା, ବଦ୍ରିନାଥ ବେହେରା, ଶ୍ରୀନିବାସ ବେହେରା ଘଟଣାସ୍ଥଳରେ ପହଞ୍ଚି ହରିଣକୁ ବଂଶୀଧରଙ୍କ ଘରୁ ଉଦ୍ଧାର କରିଥିଲେ । ଆଠଗଡ଼ ପ୍ରାଣୀ ଚିକିତ୍ସାଳୟରେ ଛୁଆ ହରିଣର ସ୍ୱାସ୍ଥ୍ୟ ପରୀକ୍ଷା କରି ସୁସ୍ଥ ଥିବା ଜାଣିବା ପରେ ହରିଣ ଛୁଆକୁ ବନଖଣ୍ଡ ଅନ୍ତର୍ଗତ ବୈଦା ବନଖଣ୍ଡ ସଂରକ୍ଷିତ ଜଙ୍ଗଲରେ ଛାଡି ଦିଆଯାଇଥିବା ରେଞ୍ଜର ପ୍ରକାଶ କରିଛନ୍ତି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons