ଆତ୍ମନିର୍ଭର ଭାରତ ନିର୍ମାଣରେ ପ୍ରାକୃତିକ ଗ୍ୟାସର ବଡ଼ ଭୂମିକା:ଧର୍ମେନ୍ଦ୍ର

Get real time updates directly on you device, subscribe now.

ଭୁବନେଶ୍ୱର,(ବି.ବି.ବୁ୍ୟରୋ): ପ୍ରଧାନମନ୍ତ୍ରୀ କୋଭିଡ୍ ଚାଲେଞ୍ଜକୁ ସୁଯୋଗରେ ପରିଣତ କରିବା ପାଇଁ ଆତ୍ମନିର୍ଭର ଭାରତ ଅଭିଯାନ ଆରମ୍ଭ କରିଛନ୍ତି । ଆତ୍ମନିର୍ଭର ଭାରତ ନିର୍ମାଣ ଦିଗରେ ପ୍ରାକୃତିକ ଗ୍ୟାସର ମହତ୍ୱପୂର୍ଣ୍ଣ ଭୂମିକା ରହିଛି ବୋଲି ବୁଧବାର ଆନ୍ତର୍ଜାତିକ ଉର୍ଜ୍ଜା ଏଜେନ୍ସି (ଆଇଇଏ) ଏବଂ ପେଟ୍ରୋଲିୟମ ମନ୍ତ୍ରଣାଳୟ ପକ୍ଷରୁ ପ୍ରଥମ ଥର ପାଇଁ ଆୟୋଜିତ ୱେବିନାରରେ ସାମିଲ ହୋଇ କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ପରିବର୍ତ୍ତିତ ବିଶ୍ୱ ଗ୍ୟାସ ବଜାରର ଦୃଶ୍ୟପଟ୍ଟରେ ଭାରତକୁ ପ୍ରାକୃତିକ ଗ୍ୟାସ ଆଧାରିତ ତିଆରି କରିବା ଉପରେ ଏହି ୱେବିନାର ଆୟୋଜନ କରାଯାଇଥିଲା ।
ଶ୍ରୀ ପ୍ରଧାନ କହିଛନ୍ତି, ବଢୁଥିବା ଉର୍ଜ୍ଜା ଚାହିଦା ପରିପ୍ରେକ୍ଷୀରେ ଦେଶରେ ନିର୍ଗତ ଅଙ୍ଗାରକାମ୍ଳକୁ ହ୍ରାସ କରିବା ପାଇଁ ପ୍ରାକୃତିକ ଗ୍ୟାସ ଉପରେ ଯଥେଷ୍ଟ ଗୁରୁତ୍ୱ ଦିଆଯାଉଛି । ଦେଶରେ ବିଭିନ୍ନ ଶିଳ୍ପ ସଂସ୍ଥା ପାଇଁ ଏଲ୍ଏନ୍ଜି ଟର୍ମିନାଲ ନିର୍ମାଣ କରାଯାଇ ସୁଲଭ ଦରରେ ଗ୍ୟାସ ଯୋଗାଯାଉଛି । ପୂର୍ବ ଭାରତ ଏବଂ ଉତ୍ତର ଭାରତରେ ଗ୍ୟାସ ଗ୍ରୀଡ୍ ପାଇପଲାଇନ୍ର କାମ ସଂପ୍ରସାରଣ କରାଯାଉଛି । ଗୋଟିଏ ଦେଶ ଏବଂ ଗୋଟିଏ ଗ୍ରୀଡ ବ୍ୟବସ୍ଥାରେ ଭାରତକୁ ଗ୍ୟାସ ଆଧାରିତ ଅର୍ଥନୀତି ବନାଇବା ପାଇଁ ଯୋଜନା ପ୍ରସ୍ତୁତ କରାଯାଉଛି ।
ଦେଶର ପ୍ରଥମ ଅନ୍ଲାଇନ୍ ବିତରଣ ଆଧାରିତ ଗ୍ୟାସ ଟ୍ରେଡିଂ ପ୍ଲାଟଫର୍ମ ଇଣ୍ଡିଆନ ଗ୍ୟାସ ଏrଚେଞ୍ଜ (ଆଇଜିଏr)ର ଶୁଭାରମ୍ଭ କରାଯାଇଛି । ପ୍ରାକୃତିକ ଗ୍ୟାସ ପାଇଁ ନୂତନ ବୈଦୁ୍ୟତିକ ଟ୍ରେଡିଂ ପ୍ଲାଟଫର୍ମ ଭାରତର ଉର୍ଜ୍ଜା ଇତିହାସରେ ନୂତନ ଅଧ୍ୟାୟ । ଭାରତୀୟ ଗ୍ୟାସ ଆଧାରିତ ଅର୍ଥନୀତି ଦିଗରେ ଏହି ପ୍ଲାଟଫର୍ମ ସହାୟକ ହେବ ଏବଂ ଆତ୍ମନିର୍ଭର ଭାରତ ଦିଗରେ ଏହା ବଡ଼ ପଦକ୍ଷେପ । ଏହି ଅବସରରେ ଶ୍ରୀ ପ୍ରଧାନ ଭାରତକୁ ଗ୍ୟାସ ଆଧାରିତ ଅର୍ଥନୀତି ବନାଇବା ପାଇଁ ନିଆଯାଇଥିବା ପଦକ୍ଷେପ ଉପରେ ଆଲୋକପାତ କରିଥିଲେ ।
ଆନ୍ତର୍ଜାତିକ ଉର୍ଜା ଏଜେନ୍ସି ବା ଆଇଇଏର କାର୍ଯ୍ୟନିର୍ବାହୀ ନିଦେ୍ର୍ଧଶକ ଫତି ବିରୋଲ୍ କାର୍ଯ୍ୟକ୍ରମରେ ଯୋଗଦେଇ ପ୍ରାକୃତିକ ଗ୍ୟାସ ଏrଚେଞ୍ଜ ସମେତ ପ୍ରାକୃତିକ ଗ୍ୟାସ କ୍ଷେତ୍ରରେ ଅଣାଯାଇଥିବା ସଂସ୍କାର ଉପରେ ଗୁରୁତ୍ୱ ଦେଇଥିଲେ । ଏହା ସହ କରୋନା ମହାମାରୀ ସମୟରେ ଭାରତରେ ଗରିବଙ୍କୁ ମାଗଣାରେ ଗ୍ୟାସ ଯୋଗାଇବା ପଦକ୍ଷେପକୁ ସେ ପ୍ରଶଂସା କରିଥିଲେ ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons