ଆତ୍ମସମର୍ପଣ କଲା ଦୁର୍ଦ୍ଦାନ୍ତ ନକ୍ସଲ ମାଡକାମୀ ଦୁଲା

Get real time updates directly on you device, subscribe now.

ମାଲକାନଗିରି: ଦୁର୍ଦ୍ଦାନ୍ତ ନକ୍ସଲ ମାଡକାମୀ ଦୁଲା ମାଲକାନଗିରି ପୁଲିସ୍‌ ନିକଟରେ ଗତକାଲି ଆତ୍ମସମର୍ପଣ କରିଛି। କୋରାପୁଟର ବୈପାରୀଗୁଡା ସମେତ ଜିଲ୍ଲାର ବିଭିନ୍ନ ସ୍ଥାନରେ ପୁଲିସ୍ ଉପରକୁ ଆକ୍ରମଣ ଘଟଣାରେ ସେ ସାମିଲ ଥିଲା। ସେ ଆନ୍ଧ୍ର ଓଡ଼ିଶା ବର୍ଡର ଜୋନାଲ କମିଟିର ସଚିବ ଉଦୟର ସୁରକ୍ଷା ଦାୟିତ୍ୱରେ ରହିଥିଲା।
ମାଡକାମୀ ନାଁରେ ୨ ଲକ୍ଷ ଟଙ୍କାର ପୁରସ୍କାର ରାଶି ଘୋଷଣା କରାଯାଇଥିଲା। ଗତକାଲି ମାଲକାନଗିରି ଏସ୍‌ପି ଋଷିକେଶ ଖିଲାରୀ ଓ ସୁକମାରେ ଅବସ୍ଥାପିତ ୭୪ ସିଆରପିଏଫ୍ ବାଟାଲିୟନର ସେକେଣ୍ଡ ଇନ୍‌ କମାଣ୍ଡାଣ୍ଟ ନୀରଜ କୁମାରଙ୍କ ଉପସ୍ଥିତିରେ ମାଡକାମୀ ଆତ୍ମସମର୍ପଣ କରିଥିଲା।
ପୁଲିସ୍ ତରଫରୁ ମାଡକାମୀକୁ ସମସ୍ତ ସୁବିଧାସୁଯୋଗ ଦିଆଯିବ ବୋଲି ମାଲକାନଗିରି ଏସ୍‌ପି କହିଛନ୍ତି।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons