ଭୁବନେଶ୍ୱର,(ବି.ବି.ବ୍ୟୁରୋ): ଆଦିତ୍ୟ ବିର୍ଲା ଗ୍ରୁପ୍ କମ୍ପାନି ଆଦିତ୍ୟ ଆଲୁମିନିୟମ ଲପଙ୍ଗା ୟୁନିଟ୍ ପକ୍ଷରୁ ସ୍ଥାନୀୟ ପନ୍ଦୋଲୋଇଠାରେ ବିଶ୍ୱ ସ୍ତନ୍ୟପାନ ସପ୍ତାହ ପାଳିତ ହୋଇଯାଇଛି । ରାଜ୍ୟ ସରକାରଙ୍କ ସ୍ୱାସ୍ଥ୍ୟ ବିଭାଗ ସହଯୋଗରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଶିଶୁ କଲ୍ୟାଣ କାର୍ଯ୍ୟକ୍ରମ ଅଧିକାରୀ ଦର୍ଶିନୀ ଏକ୍କା, ଏନ୍ଆର୍ଏଚ୍ଏମ୍ ସଂଯୋଜକ ଡ. ଯଦୁମଣି ଗାରନିକ୍, ସ୍ଥାନୀୟ ସରପଞ୍ଚ ଶେଷଦେବ ପ୍ରଧାନ, ଆଦିତ୍ୟ ବିର୍ଲା ଫାଷ୍ଟଏଡ୍ ସେଣ୍ଟରର ମେଡିକାଲ ଅଧିକାରୀ ଡ. ସତ୍ୟ ନାରାୟଣ ସାହୁ ପ୍ରମୁଖ ଅତିଥି ଭାବେ ଯୋଗଦେଇ ଉପସ୍ଥିତ ମହିଳାମାନଙ୍କୁ ସ୍ତନ୍ୟପାନର ଗୁରୁତ୍ୱ ସମ୍ପର୍କରେ ଅବଗତ କରାଇଥିଲେ । ପନ୍ଦୋଲୋଇ, ଧୋରୋପାଣି, ବୁଲିଆହ, ମଲିଆଟିକ୍ରା, ଫୁଲଚଙ୍ଗର ଭଳି ୫ଟି ଗ୍ରାମର ୫୦ରୁ ଅଧିକ ମହିଳା କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଆଦିତ୍ୟ ବିର୍ଲା ଗ୍ରୁପ୍ର ଏଜିଏମ୍ ସତ୍ୟ ଦାଶ, ସହକାରୀ ପ୍ରବନ୍ଧକ ମନୋରଞ୍ଜନ ବେହେରା, ପ୍ରଣୀତ ସିଂହ, ଶ୍ୱେତା ଉପାଧ୍ୟାୟ ପ୍ରମୁଖ ଉପସ୍ଥିତ ଥିଲେ ।
Comments are closed, but trackbacks and pingbacks are open.