ଆଦିତ୍ୟ ବିର୍ଲା-କୃପାଜଳ ମିଳିତ ସହଯୋଗରେ ଇଣ୍ଡଷ୍ଟ୍ରି ଇନ୍ଷ୍ଟିଚ୍ୟୁଟ୍ ପାର୍ଟନରସିପ୍

Get real time updates directly on you device, subscribe now.

ଭୁବନେଶ୍ୱର,(ବି.ବି.ବ୍ୟୁରୋ):ଭୁବନେଶ୍ୱରସ୍ଥିତ କୃପାଜଳ ଇଞ୍ଜିନିୟରିଂ କଲେଜ ଏବଂ ଆଦିତ୍ୟ ବିର୍ଲା ଗ୍ରୁପ୍ର ମିଳିତ ସହଯୋଗରେ ଏକ ଦୁଇଦିନିଆ ଇଣ୍ଡଷ୍ଟ୍ରି ଇନ୍ଷ୍ଟିଚ୍ୟୁଟ୍ ପାର୍ଟନରସିପ୍ ପ୍ରୋଗ୍ରାମ ଅନୁଷ୍ଠିତ ହୋଇଯାଇଛି । ଏହି ପ୍ରୋଗ୍ରାମକୁ ଆଦିତ୍ୟ ବିର୍ଲା ଗ୍ରୁପ୍ର ଟେରିଟୋରି ଟେକ୍ନିକାଲ ମ୍ୟାନେଜର ଶ୍ୟାମସୁନ୍ଦର ମିଶ୍ର ଏବଂ ଟେରିଟୋରି ଏକ୍ଜିକ୍ୟୁଟିଭ୍ ଅମୟ ମହାନ୍ତି ଉଦ୍ଘାଟନ କରିଥିଲେ । ପ୍ରୋଗ୍ରାମରେ କଲେଜ୍ର ଚେୟାରମ୍ୟାନ୍ ଡ. ଭବାନୀ ଚରଣ ରଥ, କଲେଜର ପ୍ରିନ୍ସିପାଲ ପ୍ରଫେସର ଡ. ନିରଞ୍ଜନ ମିଶ୍ର ଏବଂ ନିର୍ଦ୍ଦେଶକ ବିଭୂତି ଭୂଷଣ ରଥ ଉପସ୍ଥିତ ଥିଲେ ।
ଏହି ଦୁଇଦିନିଆ ପ୍ରୋଗ୍ରାମରେ ରାଜ୍ୟର ବିଭିନ୍ନ ପ୍ରାନ୍ତରୁ ଶହ ଶହ ସଂଖ୍ୟାରେ ରାଜମିସ୍ତ୍ରୀ ଯୋଗ ଦେଇଥିଲେ । ଇଣ୍ଡଷ୍ଟ୍ରି ଇନ୍ଷ୍ଟିଚ୍ୟୁଟ୍ ପ୍ରୋଗ୍ରାମର ଆବଶ୍ୟକତା ଉପରେ ଏଥିରେ ଆଲୋଚନା ହୋଇଥିଲା । ନୂତନ ଜ୍ଞାନକୌଶଳ ବିଷୟରେ ଅବଗତ ହେବାକୁ ରାଜମିସ୍ତ୍ରୀମାନଙ୍କୁ ପରାମର୍ଶ ଦିଆଯାଇଥିଲା । ଏହି ଅବସରରେ ଏକ ଟେକ୍ନିକାଲ ପ୍ରତିଯୋଗିତାର ଆୟୋଜନ କରାଯାଇ ବିଜେତାମାନଙ୍କୁ ପରସ୍କୃତ କରାଯାିଥିଲା ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons